ETV Bharat / state

ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର - ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ସଂନ୍ଧ୍ୟା 5ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ଅଧିକ ପଢନ୍ତୁ

ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

author img

By

Published : Oct 20, 2022, 1:15 PM IST

Updated : Oct 21, 2022, 9:45 AM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ଆଜି ଅପରାହ୍ନ 5ଟାରେ ବୈଠକ ବସିବ ନେଇ ସୂଚନା ରହିଛି ।

ବୈଠକରେ 10 ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ପାନୀୟ ଜଳ ଯୋଗାଣ, କୃଷି, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ବିଷୟରେ ହେବ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । ବୈଠକରେ ରାଜ୍ୟ ସ୍ବାର୍ଥ ସମ୍ବଳିତ 10ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବ ।

ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଣିପାରନ୍ତି ସରକାର । ପଞ୍ଚାୟତିରାଜ, ପାନୀୟଜଳ, ମହିଳା ଏବଂ ଶିଶୁ ବିକାଶ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।

ଏହା ବି ପଢନ୍ତୁ...Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା

ପ୍ରକାଶ ଥାଉ କି, ଶେଷ ଥର ପାଇଁ ଅକ୍ଟୋବର 15 ତାରିଖରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ରାଜ୍ୟରେ ଠିକା ନିଯୁକ୍ତି ଯୁଗ ଶେଷ କରିଥିଲେ ରାଜ୍ୟ ସରକାର । 57 ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ 1300 କୋଟି ଅଧିକ ବ୍ୟୟ ହେବାକୁ କ୍ୟାବିନେଟ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟବ୍ୟାପୀ ଠିକା କର୍ମଚାରୀଙ୍କ ସେଲିବ୍ରେସନ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର 22 ତାରିଖରେ ହୋଇଥିବା ଗତ କ୍ୟାବିନେଟ ବୈଠକରେ 16ଟି ବିଭାଗର 33ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 21, 2022, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.