ETV Bharat / state

ସିଇଓଙ୍କ ନିକଟରେ ବିଜେଡି ଫେରାଦ, ଜନଜାତି ଆୟୋଗ ସଭ୍ୟଙ୍କ କାର୍ଯ୍ୟକ୍ରମ ବାତିଲ ଦାବି

ଝାରସୁଗୁଡାରେ ଆଦର୍ଶ ଆଚରଣ ବିଧି ଉଲଂଘନ ହେବା ଆଶଙ୍କା କରିଛି ବିଜେଡି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ବିଜେଡି ଅଭିଯୋଗ କରିଛି ଯେ, ଜାତୀୟ ଜନଜାତି କମିଶନଙ୍କ ସଭ୍ୟ ଅନନ୍ତ ନାଏକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଝାରସୁଗୁଡା ଆସୁଥିବା ସୂଚନା ପାଇଛି ଦଳ । ଅଧିକ ପଢନ୍ତୁ

author img

By

Published : Apr 24, 2023, 9:00 PM IST

ସିଇଓଙ୍କ ନିକଟରେ ବିଜେଡି ଫେରାଦ, ଜନଜାତି ଆୟୋଗ ସଭ୍ୟଙ୍କ କାର୍ଯ୍ୟକ୍ରମ ବାତିଲ ଦାବି
ସିଇଓଙ୍କ ନିକଟରେ ବିଜେଡି ଫେରାଦ, ଜନଜାତି ଆୟୋଗ ସଭ୍ୟଙ୍କ କାର୍ଯ୍ୟକ୍ରମ ବାତିଲ ଦାବି
ସିଇଓଙ୍କ ନିକଟରେ ବିଜେଡି ଫେରାଦ, ଜନଜାତି ଆୟୋଗ ସଭ୍ୟଙ୍କ କାର୍ଯ୍ୟକ୍ରମ ବାତିଲ ଦାବି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ଫେରାଦ ହୋଇଛି ବିଜୁ ଜନତା ଦଳ । ଝାରସୁଗୁଡାରେ ଜାତୀୟ ଜନଜାତି କମିଶନ ସଦସ୍ୟଙ୍କ ସମ୍ଭାବ୍ୟ କାର୍ଯ୍ୟକ୍ରମ ବାତିଲ ଲାଗି ଅନୁରୋଧ କରିଛି ଦଳ । କାର୍ଯ୍ୟକ୍ରମ ହେବା ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲଘଂନ ଆଶଙ୍କା କରିଛନ୍ତି ବିଜେଡି ନେତୃବୃନ୍ଦ ।

ଝାରସୁଗୁଡାରେ ଆଦର୍ଶ ଆଚରଣ ବିଧି ଉଲଂଘନ ହେବା ଆଶଙ୍କା କରିଛି ବିଜେଡି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ବିଜେଡି ଅଭିଯୋଗ କରିଛି ଯେ, ଜାତୀୟ ଜନଜାତି କମିଶନଙ୍କ ସଭ୍ୟ ଅନନ୍ତ ନାଏକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଝାରସୁଗୁଡା ଆସୁଥିବା ସୂଚନା ପାଇଛି ଦଳ । ଅନନ୍ତ ନାୟକ ଏକ କାର୍ଯ୍ୟକ୍ରମ ଓ ବୈଠକରେ ସାମିଲ ହେବା ନେଇ ସୂଚନା ରହିଛି । ଅନନ୍ତ ଅତୀତରେ ଜଣେ ବିଜେପି ନେତା ଥିଲେ । କେନ୍ଦୁଝର ଆସନରୁ ସଂସଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ମାତ୍ର ଏବେ ସେ ଜାତୀୟ ଜନଜାତି ଆୟୋଗର ସଭ୍ୟ ଭଳି ଏକ ସମ୍ମାନଜନକ ସାମ୍ବିଧାନିକ ପଦରେ ଅଛନ୍ତି ।

ତେଣୁ ଏହି ସମୟରେ ଅନନ୍ତ ଝାରସୁଗୁଡ଼ାରେ କୌଣସି ବୈଠକରେ ଯୋଗ ଦେବାର ଯଥାର୍ଥତା ନାହିଁ । ଏପରି କଲେ ତାହା ଆଦର୍ଶ ଆଚରଣ ବିଧିର ଉଲଂଘନ ବୋଲି ଧରାଯିବ । ଉପନିର୍ବାଚନ ଶେଷ ହେବା ପରେ ଅନନ୍ତ ଝାରସୁଗୁଡ଼ା ଗସ୍ତ କରିପାରିବେ । ସେଠାରେ ଅନନ୍ତ ଯେକୌଣସି ସ୍ଥାନରେ ବୈଠକ କଲେ ବିଜେଡିର କୌଣସି ଆପତ୍ତି ରହିବ ନାହିଁ । ତେଣୁ ଅନନ୍ତଙ୍କୁ ଏବେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଂଘନ କରି ଝାରସୁଗୁଡ଼ାରେ କୌଣସି ବୈଠକରେ ଯୋଗ ଦେବାର ଅନୁମତି ପ୍ରଦାନ ନ କରିବାକୁ ବିଜେଡି ନିବେଦନ କରିଛି ।

ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେଡିର 10 ଜଣିଆ ପ୍ରତିନିଧି ଦଳ । ଦଳରେ ରହିଛନ୍ତି ଲୋରା ମହାପତ୍ରା, ସ୍ୱାଗତିକା ମହାନ୍ତି, ମଧୁସ୍ମିତା ନାୟକ, ଅପୂର୍ବା ଅପରୂପା, ଅମିତ ମଲ୍ଲିକ, ସ୍ୱୟଂ ପ୍ରକାଶ ମହାପାତ୍ରା, ତମ୍ଭୁନାଥ ପଣ୍ଡା, ମିହିର ରାୟ ଓ ଡ଼. ପ୍ରିୟବ୍ରତ ମାଝୀ । ଆସନ୍ତା ମେ 10 ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ । ମେ ’ 13 ରେ ଝାରସୁଗୁଡା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ସଂପ୍ରତି ଝାରସୁଗୁଡ଼ାରେ ଆଦର୍ଶ ନିର୍ବାଚନ ଆରଚଣ ବିଧି ଲାଗୁ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.