ETV Bharat / state

ପୁଣି ମୁଣ୍ଡ ଟେକିଲା ଅମଲା ଆନ୍ଦୋଳନ, ଜୁନ ୧ରୁ କାର୍ଯ୍ୟାଳୟ ବନ୍ଦ ଚେତାବନୀ - ଅମଲା ମଞ୍ଚର କାର୍ଯ୍ୟାଳୟ ବନ୍ଦ ଚେତାବନୀ

ପ୍ରତିଶୃତି ପରେ ଭୁଲିଗଲେ ସରକାର । ଗ୍ରେଡ୍‌ ପେ' ଦାବିରେ ଆସନ୍ତାକାଲିଠାରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବ ଅମଲା ମଞ୍ଚ । ଅଧିକ ପଢ଼ନ୍ତୁ

amla association warns for protest
ଅମଲା ମଞ୍ଚର ଆନ୍ଦୋଳନ ଚେତାବନୀ
author img

By

Published : May 21, 2023, 7:21 PM IST

ଅମଲା ମଞ୍ଚର ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇବାକୁ ଅମଲ ସଂଘର ଖୋଲା ଚେତାବନୀ । ରାଜ୍ୟରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ମନୋଭାବ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି । ଧାର୍ଯ୍ୟ ସମୟ ମଧ୍ୟରେ ସରକାର ଦାବି ପୂରଣ ନକରିବାରୁ ଆସନ୍ତାକାଲି(ସୋମବାର)ଠାରୁ ମେ ୩୧ ତାରିଖ ଯାଏ କଳାବ୍ୟାଚ୍‌ ପିନ୍ଧିବାକୁ ନିଷ୍ପତ୍ତି ନେଇଛି ଅମଲା ମଞ୍ଚ । ଏହି ସମୟ ମଧ୍ୟରେ ସରକାର କୌଣସି ବିହିତ ପଦକ୍ଷେପ ଗ୍ରହଣ ନକଲେ ଜୁନ ୧ ତାରିଖରୁ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବେ ବୋଲି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତରଞ୍ଜନ ତରାସିଆ ସୂଚନା ଦେଇଛନ୍ତି ।

ଗତ ଏପ୍ରିଲ ମାସ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପୂରଣ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବାରୁ ମେ ମାସ ୧ ତାରିଖ ଦିନ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ରାଜ୍ୟ ଶାଖାପକ୍ଷରୁ ଏକ ଚରମ ପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କୁ ମେ ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ଅମଲାଙ୍କ ଦାବି ପୂରଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସରକାର ଜିଲ୍ଲା ସ୍ତରୀୟ ଅମଲାଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ମେ ମାସ ୨୨ ତାରିଖଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍‌ ପରିଧାନ କରାଯିବ ବୋଲି ଅମଲା ମଞ୍ଚ କହିଛି । ଏହାସତ୍ତ୍ବେ ଯଦି ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତି ତେବେ ଆସନ୍ତା ଜୁନ୍‌ ଏକ ତାରିଖଠାରୁ ଦାବି ପୂରଣ ନହେବା ଯାଏ ନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବାକୁ ଚେତାବନୀ ଦିଆଯାଇଛି ।

ପ୍ରକାଶ ଥାଉକି, ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରୀୟ ଅମଲାଙ୍କ ବେତନରେ ଥିବା ଅସଙ୍ଗତିକୁ ନେଇ ଅସନ୍ତୋଷ ଦେଖାଦେଇଛି । ଯାହାର ଫଳ ସ୍ୱରୂପ ଆଗାମୀ ଦିନରେ ଏକ ବିଶାଳକାୟ ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । ଏହାର ପରିଣାମ ନିଶ୍ଚିତ ଭାବରେ ସରକାରଙ୍କ କ୍ଷତି କରିବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିପାଇଁ ରାଜ୍ଯ ସରକାର ହିଁ ଦାୟୀ ରହିବେ ବୋଲି ଜିଲ୍ଲା ମିଳିତ ଅମଲା ମଞ୍ଚ ଆବାହକ ଚିତ୍ତରଞ୍ଜନ ତାରାସିଆ କହିଛନ୍ତି । ସେ କହିଛନ୍ତି, "ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ଅମଲା ସଂଘ ପକ୍ଷରୁ ଆଲୋଚନା ହୋଇସାରିଛି l କିନ୍ତୁ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳ ଶୂନ୍ୟ ହୋଇଅଛି l ଜିଲ୍ଲା ସ୍ତରୀୟ ଅମଲା ମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରି ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ମାଧ୍ୟମରେ ରାଜ୍ଯ ସରକାର ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ସଫଳ ରୂପାୟନ କରିଥାନ୍ତି l ତୃଣମୂଳ ସ୍ତରରେ କାର୍ଯ୍ୟରତ ପରିଶ୍ରମର ଶ୍ରେୟ ରାଜ୍ଯ ତଥା କେନ୍ଦ୍ର ସରକାରଙ୍କୁ ମିଳିଥାଏ l ଅମଲାଙ୍କୁ ମିଳିଥାଏ କେବଳ ଅବହେଳା ଏବଂ ପ୍ରତାରଣା l" ତେଣୁ ସରକାର ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଞ୍ଚ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.