ETV Bharat / state

Odisha Budget 2023: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି

author img

By

Published : Feb 24, 2023, 7:40 PM IST

ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ୨୨ ପ୍ରତିଶତ ଅଧିକା ରହିଛି । ଅଧିକ ପଢନ୍ତୁ

odisha budget 2023
odisha budget 2023

ଭୁବନେଶ୍ବର: ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ଆଗତ ହୋଇଛି ସାଧାରଣ ବଜେଟ । ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ୨୨ ପ୍ରତିଶତ ଅଧିକା ରହିଛି । ଯୁବକ ଯୁବତୀମାନଙ୍କୁ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତର ନିଯୁକ୍ତି ସକାଶେ ପ୍ରସ୍ତୁତ କରିବା ପାଇଁ ଭୁବନେଶ୍ବରରେ ଅତ୍ୟାଧୁନିକ ଭିତ୍ତିଭୂମି ଓ ସୁବିଧା ଥିବା ଏକ ପ୍ରମୁଖ ଅନୁଷ୍ଠାନ ୱାର୍ଲଡ ସ୍କିଲଡ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏଠାରେ ଶିକ୍ଷା ନେଇ ଥିବା ଛାତ୍ରଛାତ୍ରୀ ମଧ୍ୟରୁ ୫୬ ଜଣ ବିଦେଶରେ ନିଯୁକ୍ତି ପାଇଛନ୍ତି । “Skilled in Odisha” ବ୍ରାଣ୍ଡ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରୁଛି ।

ପୂର୍ବରୁ CET ନାମରେ ପରିଚିତ ଥିବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟକୁ ଆସନ୍ତା ୫ବର୍ଷ ମଧ୍ୟରେ ଏକ ଉତ୍କର୍ଷ ବିଶ୍ବବିଦ୍ୟାଲୟରେ ବିକଶିତ କରିବା ପାଇଁ ୧ହଜାର ୫ଶହ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୨ହଜାର କୋଟି ଟଙ୍କାର ବ୍ୟୟବରାଦରେ ସ୍ମାର୍ଟ କ୍ଲାସ ରୁମ , ଅତ୍ୟାଧୁନିକ ପରୀକ୍ଷାଗାର ଏବଂ କମ୍ପ୍ୟୁଟର କେନ୍ଦ୍ର ଭଳି ସୁବିଧା ଉପଲବ୍ଧ କରାଇ ଭିସୁଟ, ବୁର୍ଲା ର ମଧ୍ୟ ରୂପାନ୍ତରୀକରଣ କରାଯିବ । ସେହିପରି ଭିତ୍ତିଭୂମି କ୍ଷେତ୍ରରେ ବୈଷୟିକ ବିଶ୍ବବିଦ୍ୟାଳୟ,ଯାନ୍ତ୍ରିକ ମହାବିଦ୍ୟାଳୟ , ପଲିଟେକ୍ନିକ ଓ ଆଇ.ଟି.ଆଇ ମାନଙ୍କ ର ବିକାଶ ପାଇଁ ୨୪୧କୋଟି ଟଙ୍କାର ବ୍ୟୟବରାଦ ରହିଛି ।

ରାଜ୍ୟରେ ସରକାରୀ ଆଇଟିଆଇରେ ସୁଦକ୍ଷା ଯୋଜନା ଆରମ୍ଭ କରାଯାଇଥିଲା । ବିଶେଷ କରି ସରକାରୀ ଆଇଟିଆଇରେ ବାଳିକାମାନେ ନାମ ଲେଖାଇବାକୁ ବୃଦ୍ଧି କରିବା ପାଇଁ ଏହି ଯୋଜନାକୁ ସମ୍ପ୍ରସାରଣ କରାଯାଇଛି । ଏଥିପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ରଖାଯାଇଛି । ଯୁବ ବର୍ଗଙ୍କ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Odisha Budget 2023: ସ୍ବାସ୍ଥ୍ୟ ପାଇଁ ୧୬ହଜାର ୪୮କୋଟି ଟଙ୍କା ବ୍ୟୟ ବରାଦ, କମିବ ଆମ୍ବୁଲାନ୍ସ ପହଞ୍ଚିବା ସମୟ

ପ୍ରକାଶଥାଉକି , ଚଳିତ ବର୍ଷ ରାଜ୍ୟ ବଜେଟ ୨ଲକ୍ଷ ୩୦ହଜାର କୋଟି ରହିଛି । ଗତବର୍ଷ ତୁଳନାରେ ଏହି ବର୍ଷ ୩୦ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୧୫ ପ୍ରତିଶତ ବୃଦ୍ଧି ପାଇଛି । ଗୃହ ବିଭାଗ ପାଇଁ 7313. 61 କୋଟି ବ୍ୟୟ ବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ 1586. 72 କୋଟି ବ୍ୟୟ ବରାଦ ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ 3, 764 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପ୍ରଥମେ କୃଷି ବଜେଟ ଆଗତ ହୋଇଥିଲା । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.