ETV Bharat / state

ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ, ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି: ବିଜେପି - ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟରେ ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି ଓ ଅନିୟମିତତାକୁ ନେଇ ବିଜେଡି ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଅଦିକ ପଢ଼ନ୍ତୁ

ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ
ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ
author img

By ETV Bharat Odisha Team

Published : Oct 10, 2023, 6:56 PM IST

ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ

ଭୁବନେଶ୍ବର: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଓଡ଼ିଶାରେ ହେଉଥିବା ଦୁର୍ନୀତିକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି ଓ ଅନିୟମିତତାକୁ ନେଇ ବିଜେଡି ସରକାରଙ୍କୁ ଟାର୍ଗେଟ କଲା ବିଜେପି । ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି । ଓଡ଼ିଶାର ବିକାଶ ଆଳରେ ହରିଲୂଟ ହେଉଛି । ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କର ବିକାଶର କଥା ମନେପଡ଼େ ବୋଲି ଅଭିଯୋଗ କଲା ବିଜେପି ।

ତେବେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି ଜୟ ନାରାୟଣ ମିଶ୍ର କହିଛନ୍ତି,"ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ । ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି । ସରପଞ୍ଚ ଏବଂ ସମିତିସଭ୍ୟ ରାଜରାସ୍ତାରେ ବସିଛନ୍ତି । ରାଜ୍ୟରେ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେବାକୁ ଥିବା 4000 ହଜାର କୋଟି ଟଙ୍କାରୁ 50 ପ୍ରତିଶତ ପିସି କାରବାର ହୋଇଛି । ଅର୍ଥାତ 2000 କୋଟି ଲୁଟ ହୋଇଛି । ସିଏଜି ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ହୋଇଛି । ରାଜ୍ୟରେ ବିକାଶ କରିବା ଆଳରେ ନବୀନ ସରକାର ହରିଲୁଟ୍‌ କରୁଛନ୍ତି । ବିଜ୍ଞାପନ ମାଧ୍ୟମରେ ଲୋକଙ୍କ ପଇସାରେ ଦଳୀୟ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ସରକାରୀ ପଇସାରେ ବିଜ୍ଞାପନ କିନ୍ତୁ ସେଥିରେ ଦଳୀୟ ଚିହ୍ନ ବ୍ୟବହାର କରୁଛି ବିଜେଡି ସରକାର । ଲୋକଙ୍କ ଟିକସ ପଇସାରେ ସଚିବଙ୍କ ହେଲିକପ୍ଟର ଗସ୍ତ ଏବଂ ସରକାରୀ ପଇସାରେ ବଡି ମସାଜ କରିବାକୁ ଯାଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତି ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି, ‘ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି’

ଏହାସହ ଜୟ ନାରାୟଣ କହିଛନ୍ତି,"ନିର୍ବାଚନ ଆସିଲେ ସରକାରଙ୍କର ବିକାଶର କଥା ମନେପଡ଼େ । ନିର୍ବାଚନ ସରିଲେ ସବୁ ଯୋଜନା ଭୁଲି ଯାଆନ୍ତି ସରକାର । ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ଯୁବ ବାହିନୀ, ବିଜୁ ପକ୍କା ଘର, ଆମ ଗାଁ ଆମ ବିକାଶ, ପିଠା ଭଳି ସବୁ ଯୋଜନା ନିର୍ବାଚନ ପୂର୍ବରୁ ଆସିଥିଲା ଓ ନିର୍ବାଚନ ପରେ ଲୁଚି ଯାଇଛି । ସିଏଜି ରିପୋର୍ଟ ବିଭିନ୍ନ ଯୋଜନାରେ ଦୁର୍ନୀତି କଥା ସ୍ପଷ୍ଟ କରିଛି । ସରକାର ସ୍ୱଚ୍ଛତା କଥା କହୁଥିଲେ । କିନ୍ତୁ ନବୀନ ପଟ୍ଟନାୟକ ହରିଲୁଟ କରିଛନ୍ତି । ରାଜ୍ୟ ସରକାରଙ୍କ ବିତ୍ତୀୟ ବିଶୃଙ୍ଖଳା ବଢ଼ିଛି । ଆବାସ ଯୋଜନା ଏକ ପ୍ରହସନରେ ପରିଣତ ହୋଇଛି । ମେଧାବୀ ଛାତ୍ରଛାତ୍ରଙ୍କ ବୃତ୍ତି ଦେବା କ୍ଷେତ୍ରରେ ଦୁର୍ନୀତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ ବା ଆଇଏସଏସ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ତେଣୁ ଏହି ସବୁ ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ପଞ୍ଚାୟତରୁ ଜିଲ୍ଲା ସ୍ତର ଯାଏଁ ଆନ୍ଦୋଳନ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.