ETV Bharat / state

ଓଡ଼ିଶାରେ ଅଣଓଡ଼ିଆ ଶିକ୍ଷା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ନବୀନ: ବିଜେପି - ଓଡ଼ିଶାରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାକୁ ନେଇ ବିବାଦ

ନବୀନ ସରକାରକୁ ଟାର୍ଗେଟ କଲା ବିଜେପି । ଓଡ଼ିଶାରେ ଅଣଓଡ଼ିଆ ଶିକ୍ଷା ବ୍ୟବସାୟୀଙ୍କୁ ନବୀନ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଆଣିଲା ଅଭିଯୋଗ । ଅଧିକ ପଢନ୍ତୁ

NMIMS university in Odisha
NMIMS university in Odisha
author img

By ETV Bharat Odisha Team

Published : Nov 30, 2023, 6:52 PM IST

ଓଡ଼ିଶାରେ ଅଣଓଡ଼ିଆ ଶିକ୍ଷା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ନବୀନ: ବିଜେପି

ଭୁବନେଶ୍ବର: ଜଟଣୀରେ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ପାଇଁ ପୁନେର SVKM ସହ ବୁଝାମଣା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀରେ ନବୀନ ନିବାସରେ ନବୀନ ଓ ପାଣ୍ଡିଆନଙ୍କ ଭିଡିଓ ଦେଖାଇ ଟାର୍ଗେଟ କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଓଡ଼ିଶାରେ ଅଣଓଡ଼ିଆ ଶିକ୍ଷା ବ୍ୟବସାୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରୋତ୍ସାହନ ଦେଉଛନ୍ତି । NMIMS ବିଶ୍ବବିଦ୍ୟାଳୟରେ ଏସସି, ଏସଟି, ଓବିସିଙ୍କୁ କେତେ ସଂରକ୍ଷଣ ଦେବେ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହାସହ ରାଜ୍ୟର ସମସ୍ତ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଆନ୍ଦୋଳନ ଡାକରା ଦେଲା ବିଜେପି ।

ଏନେଇ ବିଜେପି ମୁଖପାତ୍ର ମନୋଜ କହିଛନ୍ତି, "ରାଜ୍ୟରେ ଅନେକ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଅଛି । ଏମାନଙ୍କ ପ୍ରତି କାହିଁକି ଅନୁକମ୍ପା ଦେଖାଉ ନାହାନ୍ତି ରାଜ୍ୟ ସରକାର । କେବଳ ଅଣଓଡ଼ିଆ ପ୍ରୀତିରେ ରାଜ୍ୟ ସରକାର ଏଭଳି ଶିକ୍ଷାନୁଷ୍ଠାନ ଆଣୁଛନ୍ତି । ରାଜ୍ୟରେ ଥିବା ଆଇଆଇଟି, ଆଇଆଇଏମ, ନାଇଜର, ଆଇଜରକୁ କାହିଁକି ଦୃଷ୍ଟି ଦେଉନାହାନ୍ତି ରାଜ୍ୟ ସରକାର । ବେଦାନ୍ତକୁ ବିଶ୍ବବିଦ୍ୟାଳୟ ପାଇଁ ଜାଗା ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି ଜାଗା ଫେରାଇବା ପାଇଁ । ପୁଣି ସରକାର କହିଛନ୍ତି ନୂଆ ମ୍ୟାନେଜମେଣ୍ଟ କଲେଜରେ ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷଣ ରହିବ। ଓଡ଼ିଶାର ୪୦ ଭାଗ ଦଳିତ ଏବଂ ଆଦିବାସୀ ଓ ୫୪ ଭାଗ ଓବିସି । କାହିଁକି ଆଜି ଯାଏଁ ଶିକ୍ଷା କ୍ଷେତ୍ରରେ ଓବିସିମାନଙ୍କୁ ସଂରକ୍ଷଣ ଦେଉନାହାନ୍ତି ?"

ଏହା ବି ପଢନ୍ତୁ- ପ୍ରତିଷ୍ଠା ହେବ NMIMS ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀ ପାଇବେ ଗୁଣାତ୍ମକ ଶିକ୍ଷା

ସେହିପରି ରାଜ୍ୟର ସମସ୍ତ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଆନ୍ଦୋଳନ ଡାକରା ଦେଲା ବିଜେପି । ଶୁକ୍ରବାରଠାରୁ ଆରମ୍ଭ ହେବ ଆନ୍ଦୋଳନ । ଆଦିବାସୀ ଜମି ଅଧିଗ୍ରହଣ ନେଇ କ୍ୟାବିନେଟ ନିଷ୍ପତ୍ତି ପ୍ରତ୍ୟାହାର ନକରିବା ଯାଏଁ ଆନ୍ଦୋଳନ ଜାରି ରଖିବା ବିଜେପି । ରାଜ୍ୟରେ ସବୁ ବ୍ଲକ ଯେଉଁଠି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସେହି ଜାଗାରେ ଆନ୍ଦୋଳନ କରାଯିବ। ଗତ ୧୪ ତାରିଖରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମି ହସ୍ତାନ୍ତର, ବନ୍ଧକ ଓ ଉପହାର ନେଇ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ଏ ସଂକ୍ରାନ୍ତରେ ଦୀର୍ଘଦିନ ଧରି ସେମାନଙ୍କର ରହିଆସିଥିବା ଦାବିକୁ ସରକାର ପୂରଣ କରିଥିଲେ ।

ଅନୁସୂଚିତ ଜନଜାତି ବର୍ଗର ଜମି ହସ୍ତାନ୍ତର ସରଳ ହେବା ପ୍ରକ୍ରିୟା ଉପରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରତିକ୍ରିୟା ରଖିଥିଲେ। ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ଆଦିବାସୀ ଭାଇମାନେ ପୂର୍ବରୁ ଅସୁବିଧା ସମୟରେ ଜମିକୁ ନିଜ କାମରେ ଲଗେଇ ପାରୁନଥିଲେ। ଏବେ ସେ ନିୟମରେ କିଛି ପରି ବର୍ତ୍ତମାନ କରାଯାଇଛି । ଏହାଦ୍ବାରା ଆଦିବାସୀ ବର୍ଗ ଉପକୃତ ହେବେ। କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.