ETV Bharat / state

ରାଜ୍ୟ ସରକାର ମହାନଦୀକୁ ନେଇ ଅବହେଳା କରିଛନ୍ତି: ବିଜେପି

author img

By

Published : Apr 26, 2023, 10:09 PM IST

ମହାନଦୀ ଜଳ ବିବାଦକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଛତିଶଗଡରେ ବିଜେପି ସରକାର ଥିଲା ବେଳେ ବଡ ତୁମ୍ବିତୋଫାନ କରିଥିଲା ବିଜେଡି । ଅଧିକ ପଢନ୍ତୁ

ରାଜ୍ୟ ସରକାର ମହାନଦୀକୁ ନେଇ ଅବହେଳା କରିଛନ୍ତି: ବିଜେପି
ରାଜ୍ୟ ସରକାର ମହାନଦୀକୁ ନେଇ ଅବହେଳା କରିଛନ୍ତି: ବିଜେପି

ରାଜ୍ୟ ସରକାର ମହାନଦୀକୁ ନେଇ ଅବହେଳା କରିଛନ୍ତି: ବିଜେପି

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ କେତେ ଦିନ ଅଭିଯୋଗ କରିବ ବିଜେପି । ଅତୀତରେ ଘଟଣାର ସମାଧାନ ପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ବିଫଳ ହେଲା । ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଯେଉଁ ଉଦ୍ୟମ କରିଥିଲେ ରାଜ୍ୟ ସରକାରଙ୍କ ଯୋଗୁଁ ବିଫଳ ହେଲା । ରାଜ୍ୟ ସରକାର ସହଯୋଗ କଲେ ନାହିଁ କି ତଥ୍ୟ ଦେଲେ ନାହିଁ । ଆଜି ଏମିତି ବର୍ଷିଛି ଭାରତୀୟ ଜନତା ପାର୍ଟି ।

ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ଉମା ଭାରତୀ ସମୟରେ ଟ୍ରିବୁନାଲ ଗଠନ ହୋଇ ଛତିଶଗଡ଼ ସରକାର , ଓଡିଶା ସରକାର ଏବଂ କେନ୍ଦ୍ର ତ୍ରିପାକ୍ଷିକ ବୈଠକ ହୋଇଥିଲା। ପରବର୍ତ୍ତୀ ସମୟରେ ଯେଉଁ ଭଳି ଭାବେ ପ୍ରତିନିଧିତ୍ବ ରଖିବା କଥା ତାହା ହେଲା ନାହିଁ । ସମସ୍ତ ତଥ୍ୟ ପ୍ରମାଣ ସହ ଓଡିଶା ସରକାର ତାହା କଲେ ନାହିଁ। ଅବହେଳା କଲେ । ସେହିପରି ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ ମହାନଦୀରେ ପାଣି ଛାଡିବା ପ୍ରସଙ୍ଗରେ ଦିଲ୍ଲୀପ କହିଛନ୍ତି , କଲମା ବ୍ୟାରେଜରେ ୧୭ଟି ଗେଟ ଦେଇ ପାଣି ଆସୁଛି ମହାନଦୀକୁ। ପାଖାପାଖି ଏକ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି । ଏଥିମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି । ଏହା ଛତିଶଗଡର ଏକ ଚାଲାକି ।"

ଯେଉଁ ସମୟରେ ଛତିଶଗଡରେ ବିଜେପି ସରକାର ଥିଲା ସେ ସମୟରେ ବଡ ତୁମ୍ବିତୋଫାନ କଲା ବିଜେଡି । ରାଜ୍ୟ ସରକାର ଦାୟିତ୍ବ ସମ୍ପନ୍ନ କଲେ ନାହିଁ। ଆଜି ଯେତେବେଳେ ଟ୍ରିବୁନାଲ ଆସିଛି ସେଥିପାଇଁ ପାଣି ଖୋଲିଛନ୍ତି । ଓଡିଶା ସରକାର ଯେଉଁ କହୁଥିଲେ ମହାନଦୀ ଆମର ଜୀବନ ରେଖା କିନ୍ତୁ ମହାନଦୀ ପାଣିକୁ ନେଇ ଉଦ୍ୟମ କରିବା କଥା ତାକୁ ଅବହେଳା କରାଯାଉଛି । ଓଡିଶା ସରକାର ପାଖରେ କଣ ତଥ୍ଯ ଅଛି । ମହାନଦୀକୁ ଜୀବନ ରେଖା କହୁଥିବା ବିଜେଡିର ସରକାର 23 ବର୍ଷ ଭିତରେ କରିଛନ୍ତି କଣ ତଳମୁଣ୍ଡରେ । ବ୍ୟାରେଜ କିମ୍ବା ଡ୍ୟାମର ବ୍ୟବସ୍ଥା କରିନାହାନ୍ତି। କେବଳ ଧୂଆଁବାଣ ବୋଲି କହିଛି ବିଜେପି ।

ସୂଚନାଯୋଗ୍ୟ ଯେ, ମହାନଦୀ ଜଳ ବିବାଦ ଲାଗିରହିଥିବା ବେଳେ ଗଠିତ ଟ୍ରିବୁନାଲ ବର୍ତ୍ତମାନ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ଟ୍ରିବ୍ୟୁନାଲ ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ରେ ପ୍ରବାହିତ ମହାନଦୀର କ୍ଷେତ୍ର ପରିଦର୍ଶନ କରି ସାରିଛନ୍ତି । ଆଗାମୀ ଦିନରେ ଓଡିଶା ଗସ୍ତରେ ଆସିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଛତିଶଗଡ କଲମା ଗେଟ୍‌ ଖୋଲି ଦେଇଛନ୍ତି । ଯାହା ଛତିଶଗଡକୁ ସୁହାଇବ ବୋଲି ସେଠାକାର ସରକାର ଯୋଜନା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.