ETV Bharat / state

Odisha Drivers Mahasangha Strike: ଆନ୍ଦୋଳନକୁ ସମର୍ଥନ କଲା ବିଜେପି

author img

By

Published : Mar 16, 2023, 9:41 PM IST

ବିଜେପି ବିଧାୟକ ନାଉରୀ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ବିଧାୟକ ଟିମ ତମାଣ୍ଡୋ ଯାଇ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

ଆନ୍ଦୋଳନକୁ ସମର୍ଥ ଆନ୍ଦୋଳନକୁ ସମର୍ଥନ କଲା ବିଜେପିନ କଲା ବିଜେପି
ଆନ୍ଦୋଳନକୁ ସମର୍ଥନ କଲା ବିଜେପି

ଭୁବନେଶ୍ବର: ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ କଲା ବିଜେପି। ଭୁବନେଶ୍ୱର ତମାଣ୍ଡରେ ଆନ୍ଦୋଳନକାରୀ ଡ୍ରାଇଭର ମାନଙ୍କୁ ଭେଟିଲେ ବିଜେପି ବିଧାୟକ ପ୍ରତିନିଧି । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଳକୁ ଯାଇ ଭେଟିଲେ ବିଜେପି ବିଧାୟକ ମାନେ। ବିଜେପି ବିଧାୟକ ନାଉରୀ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ବିଧାୟକ ଟିମ ତମାଣ୍ଡୋ ଯାଇ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ସହ କଲେ ଆଲୋଚନା। ଆନ୍ଦୋଳନକୁ ବିଜେପି ସମର୍ଥନ ଜଣାଇ ଡ୍ରାଇଭରମାନଙ୍କର ସମସ୍ତ ଦାବିକୁ ପୂରଣ କରିବା ପାଇଁ ବିଜେପି ବିଧାୟକ ଦାବି କରିଛନ୍ତି। ଡ୍ରାଇଭର ମାନଙ୍କର କଥାକୁ ବିଧାନସଭାରେ ଉପସ୍ଥାପନ କରିବ ବିଜେପି ବୋଲି କହିଛନ୍ତି ବିଧାୟକ ନାଉରୀ ନାୟକ ।

ସୂଚନାଯୋଗ୍ୟ ଯେ, ଗତ ଦୁଇଦିନ ଧରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଶହ ଶହ ଡ୍ରାଇଭର। ଏନଏଚ ୧୬ ତମାଣ୍ଡ ଠାରେ ଜାତୀୟ ରାଜପଥରେ ଆନ୍ଦୋଳନ କରୁଛି ଡ୍ରାଇଭର ସଂଘ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଖଚକ ବନ୍ଦ କରିଥିବା ବେଳେ ଜାତୀୟ ରାଜପଥରେ ପିକେଟିଂ କରାଯାଉଛି। ବସ , ଟ୍ରକ ସହ ଅନାନ୍ୟ ଗାଡିକୁ ଅଟକାଉଛନ୍ତି । ଧର୍ମଘଟରେ ସାମିଲ ହୋଇଛନ୍ତି ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ। ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଚାଲିଛି ଆନ୍ଦୋଳନ। ଆନ୍ଦୋଳନକୁ ନେଇ ଗାଡି ଚଳାଚଳ ବନ୍ଦ ଥିବା ବେଳେ ରାସ୍ତାରେ ଟ୍ରକ ଗୁଡିକ ପଛକୁ ପଛ ଲାଗିରହିଛି। ଆନ୍ଦୋଳନରୁ ସ୍କୁଲ ବସ ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଛାଡିଦେଉଛନ୍ତି । ୧୦ ଗୋଟି ଦାବିକୁ ନେଇ ଆନ୍ଦୋଳନ କରୁଛି ଓଡିଶା ଡ୍ରାଇଭର ଏକତା ସଂଘ ।

ବିଜେପି ବିଧାୟକ ନାଉରୀ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ବିଧାୟକ ଟିମ ତମାଣ୍ଡୋ ଯାଇ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ସହ କଲେ ଆଲୋଚନା। ଆନ୍ଦୋଳନକୁ ବିଜେପି ସମର୍ଥନ ଜଣାଇ ଡ୍ରାଇଭରମାନଙ୍କର ସମସ୍ତ ଦାବିକୁ ପୂରଣ କରିବା ପାଇଁ ବିଜେପି ବିଧାୟକ ଦାବି କରିଛନ୍ତି। ଡ୍ରାଇଭର ମାନଙ୍କର କଥାକୁ ବିଧାନସଭାରେ ଉପସ୍ଥାପନ କରିବ ବିଜେପି ବୋଲି କହିଛନ୍ତି ବିଧାୟକ ନାଉରୀ ନାୟକ ।

ଅନ୍ୟପଟେ ସବୁ ଜିଲ୍ଲାରେ ଏହି ଆନ୍ଦୋଳନ ହେଉଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଆନ୍ଦୋଳନର ସେତେଟା ପ୍ରଭାବ ଦେଖିବାକୁ ମିଳି ନାହିଁ । କାରଣ ଭୁବନେଶ୍ୱରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କର ପରୀକ୍ଷା ଚାଲୁଥିବା ବେଳେ ଆନ୍ଦୋଳନର ପ୍ରଭାବ ରହିବ ନାହିଁ କି ସହର ଭିତରେ ପିକେଟିଂ କରାଯିବ ନାହିଁ ବୋଲି ମହାସଂଘ କହିଛି । କେବଳ ଜାତୀୟ ରାଜପଥର କେତୋଟି ସ୍ଥାନରେ ଆନ୍ଦୋଳନ କରୁଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.