ETV Bharat / state

ମାଗଣା ଚାଉଳ ବିବାଦ, ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି କହିଲା BJP - ବିଜେପି ପ୍ରେସମିଟ

ମାଗଣା ଚାଉଳ ବିବାଦକୁ ନେଇ ବିଜେପିର ପ୍ରେସମିଟ । ଏହି ପ୍ରସଙ୍ଗକୁ ନେଇ ବିଜେଡି ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Odisha BJP holds press meet
Odisha BJP holds press meet
author img

By

Published : Feb 13, 2023, 5:21 PM IST

Updated : Feb 13, 2023, 5:37 PM IST

ମାଗଣା ଚାଉଳ ବିବାଦ, ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି କହିଲା BJP

ଭୁବନେଶ୍ବର: ମାଗଣା ଚାଉଳକୁ ନେଇ ଜୋର ଧରିଛି ରାଜନୀତି । ଆସନ୍ତାକାଲି (ମଙ୍ଗଳବାର)ଠାରୁ ଚାଉଳକୁ ନେଇ ବିଜେଡି ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛି ବିଜେପି । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିରୁ ନଜର ହଟାଇବା ଲାଗି ବିଜେଡି ଏପରି କରୁଛି । ଶାସକ ଦଳ ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀକୁ ପ୍ରତାରିତ ନକରୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଏନେଇ ଗୋଲକ କହିଛନ୍ତି, "ବିଜେଡି ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀକୁ ପ୍ରତାରିତ କରୁଛନ୍ତି । କୋଭିଡ ସମୟରେ ଦିଆଯାଇଥିବା ରିଲିଫକୁ ନେଇ ରାଜନୀତି କରାନଯାଉ । ସବୁଠାରୁ ବଡ଼ କଥା ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରୁ ନଜର ହଟାଇବା ପାଇଁ ବିଜେଡି ଏପରି କରୁଛି । ସେହିପରି ଧାନ ସଂଗ୍ରହରେ କେନ୍ଦ୍ର ସରକାର ଯେତେ ପଇସା ଦେଉଛନ୍ତି ତାକୁ ଚାଷୀକୁ ଦେଇ ପାରୁନାହାନ୍ତି । ବିଜେଡି ସରକାର ଚାଷୀଙ୍କୁ ପ୍ରତାରିତ କରିଛି। କଥାରେ ଅଛି ଚୋର ମଚାଏ ସୋର। ବିଜେଡି ହେଉଛି ସେହି ଦଳ। ୨୦୦୮ରେ କେନ୍ଦ୍ର ସରକାର ୩୫ କେଜି ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ୧୦ କେଜି ଚାଉଳ କାଟି ୨୫ କେଜି ଚାଉଳ ଦେଉଥିଲେ । ବିଜେଡି ଦଳ ମିଥ୍ୟା ପ୍ରବଳ ।"

କୋରୋନା ସମୟରେ କେନ୍ଦ୍ର ସରକାର ବିଭିନ୍ନ ସୂତ୍ରରେ ଲୋକଙ୍କୁ ଅର୍ଥ ପ୍ରଦାନ କରିଥିଲେ । ୩ କୋଟି ୨୫ ଲକ୍ଷଙ୍କୁ ଚାଉଳ ଡାଲି ଦେଇଥିଲେ ହେଲେ ସେ ଡାଲି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଗୋଲକ । ସେ ଆହୁରି କହିଛନ୍ତି, "ମୋଦି ସରକାର ଗରିବର ବନ୍ଧୁ। ରାଜ୍ୟ ସରକାର କଣ କରିଥିଲେ କହି ପାରିବେ ? କୋରୋନା ସମୟରେ ସରକାର ମାଗଣାରେ ୫ କେଜି ଚାଉଳ, ୧ କିଲୋ ଡାଲି ଦେଉଥିଲେ । ଅସୁବିଧା ପାଇଁ ରିଲିଫ ଦିଆଯାଇଥିଲା । କୋଭିଡ ପ୍ରଭାବ କମିଲା ରିଲିଫ ବନ୍ଦ ହେଲା । ଏବେ ମାଗଣାରେ ୫ କିଲୋ ଚାଉଳ କେନ୍ଦ୍ର ଦେଉଛି । ସେହିପରି କୋରୋନା ଟୀକା କେନ୍ଦ୍ର ସରକାର ଦେଲେ ରାଜ୍ୟ ସରକାର ମିଛରେ ବାହା ବାହା ନେଲେ । ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି । ମିଥ୍ୟା ଆଶ୍ରୟ ନେଉଛି ଦଳ ।"

ଏହା ବି ପଢନ୍ତୁ- ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବନାହିଁ

କେନ୍ଦ୍ର ସରକାର ଏଥିଲାଗି ୮୪୦୦ କୋଟି ଖର୍ଚ୍ଚ କରୁଥିବା ବେଳେ ରାଜ୍ୟର ୧୨୩୫କୋଟି ବଞ୍ଚି ଯାଉଛି । ରାଜ୍ୟ ତା ନିଜ ସ୍କିମ୍‌ ପାଇଁ ମାତ୍ର ୧୮୫ କୋଟି ଦେଉଛି ବୋଲି କହିଛନ୍ତି ଗୋଲକ । ସୂଚନା ଥାଉ କି ବିଜେଡି- ବିଜେପି ମଧ୍ୟରେ ଚାଉଳ କଳି ଲାଗି ରହିଛି । ବିଜେଡିର ଅଭିଯୋଗ ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୫କେଜି ସହିତ କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆଉ ୫କେଜି ଚାଉଳ ଦେଉଥିଲେ । ମାତ୍ର ଏବେ ୫କେଜି ଚାଉଳ ଦେଉଛନ୍ତି । କୋଭିଡ ଚାପରେ ଥିବା ଗରିବ ଲୋକଙ୍କୁ କେନ୍ଦ୍ର ଲାତ ମାରୁଛି ବୋଲି ବିଜେଡି ଅଭିଯୋଗ କରିଆସୁଛି ।

ଅନ୍ୟପଟେ ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ୨୦୧୫ରୁ କେନ୍ଦ୍ର ସରକାର ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ଏନେଇ ବିଭ୍ରାନ୍ତି କରିଥିଲେ । ଯେତେବେଳେ କୋଭିଡ ସମୟରେ ରାଜ୍ୟ ସରକାର ଆଉ ୫କେଜି ଚାଉଳ ଦେଲେ ତାକୁ ନେଇ ମଧ୍ୟ ବିଜେଡି ମିଥ୍ୟା ପ୍ରଚାର କରିଥିଲା । ଏବେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ମାଗଣା ଚାଉଳ ଦେବାରୁ ବିଜେଡି ନେତାମାନେ ନୂଆ ମିଛ ଆରମ୍ଭ କରିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 13, 2023, 5:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.