ETV Bharat / state

Odisha Assembly: ଦିନକରେ ଗୃହ ଚାଲିଲା ମାତ୍ର 10 ମିନିଟ, ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା - ବିଧାନସଭାରେ ଚାଷୀ ସମସ୍ୟା

ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନରେ 15 ମିନିଟ ବି ଗୃହ କାର୍ଯ୍ୟ ହୋଇପାରିନାହିଁ । ଆସନ୍ତାକାଲି 10.30 ପର୍ଯ୍ୟନ୍ତ ମୁଲତବି ଘୋଷଣା। ଅଧିକ ପଢ଼ନ୍ତୁ

Odisha Assembly winter session adjourned till tomorrow
Odisha Assembly: ଦିନକରେ ଗୃହ ଚାଲିଲା ମାତ୍ର 10 ମିନିଟ, ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା
author img

By

Published : Nov 25, 2022, 6:42 PM IST

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନରେ 15 ମିନିଟ ବି ଗୃହ କାର୍ଯ୍ୟ ହୋଇପାରିନାହିଁ । ମାତ୍ର 10 ମିନିଟ ଗୃହ କାର୍ଯ୍ୟ ସମ୍ଭବ ହୋଇଛି । ଚାଷୀ ପ୍ରସଙ୍ଗରେ ବିଭିନ୍ନ ଦଳର ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଆଜି ଗୃହ କାର୍ଯ୍ୟ ସମ୍ଭବ ହୋଇପାରିନାହିଁ । ଗୃହ କାର୍ଯ୍ୟ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଡାକିଥିବା ବୈଠକ ବିଫଳ ହୋଇଛି । ଫଳରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ଚାଷୀ ପ୍ରସଙ୍ଗକୁ ନେଇ ଆଜି ଦିନତମାମ ବିଧାନସଭା ହୁଲସ୍ତୁଲ ହୋଇଥିଲା । ଚାଲିପାରିଲାନି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଚାଷୀଙ୍କ ପ୍ରସଙ୍ଗ ଉଠାଇ ବିକ୍ଷୋଭ କରିଥିଲେ 3 ରାଜନୈତିକ ଦଳ । ପ୍ରସଙ୍ଗରେ ବାଚସ୍ପତିଙ୍କ ମୋସନ ଦାବି କରିଛି ବିଜେପି । ଓଡିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଅବହେଳା ଅଭିଯୋଗ କରି ନାରାବାଜି କରିଥିଲା ବିଜେଡି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଥିବା ଅଭିଯୋଗ କରି କଂଗ୍ରେସ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛି । ଫଳରେ ବାଚସ୍ପତି ଗୃହକୁ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଶୂନ୍ୟକାଳ ପରେ ପ୍ରଶ୍ନକାଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଫଳରେ ବାଚସ୍ପତି ଗୃହ କାର୍ଯ୍ୟ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ଅପରାହ୍ନରେ ପୁନର୍ବାର ବିରୋଧୀ ଦଳର ବିଧାୟକ ନାରାବାଜି କରିଥିଲେ । ବାଚସ୍ପତି 4.30 ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ତେବେ ବୈଠକ ବିଫଳ ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ନାରାବାଜି ଭିତରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏହା ପରେ ଗୃହ କାର୍ଯ୍ୟ ଆସନ୍ତାକାଲି 10.30 ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.