ETV Bharat / state

PAC ମିଟିଂରେ ଉଦବେଗ: ଖର୍ଚ୍ଚ ହେଉଛି ଟଙ୍କା, ଉପକୃତ ହେଉନାହାନ୍ତି ଲୋକ - ପିଏସି ବୈଠକ

ବିଧାନସଭାର ପିଏସି ବୈଠକ ଅନୁଷ୍ଠିତ ହୋଇଛି । କମିଟି ଅଧ୍ୟକ୍ଷ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । । ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଆଲୋଚନା ହୋଇଛି । କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସାଧାରଣ ଲୋକ ଉପକୃତ ହେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

ପିଏସି ମିଟିଂରେ ଉଦବେଗ; ଖର୍ଚ୍ଚ ହେଉଛି ଟଙ୍କା, ଉପକୃତ ହେଉନାହାନ୍ତି ଲୋକ

author img

By

Published : Aug 15, 2023, 7:09 AM IST

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ବିଧାନସଭାର ପିଏସି ବୈଠକ ଅନୁଷ୍ଠିତ ହୋଇଛି । ସୋମବାର କମିଟି ଅଧ୍ୟକ୍ଷ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ସଦସ୍ୟ ବିଧାୟକ ନାଉରି ନାୟକ, ସୁକାନ୍ତ ନାୟକଙ୍କ ସମେତ ସ୍ବାସ୍ଥ୍ୟ ସଚିବ, ଡିଏମିଟି, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସରକାରୀ ତହବିଲରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସାଧାରଣ ଲୋକ ଉପକୃତ ହେଉନଥିବାରୁ କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି ।

କମିଟିର ଅଧ୍ୟକ୍ଷ ମୋହନ ଚରଣ ମାଝୀ କହିଛନ୍ତି, "ବୈଠକରେ 4ଟି ପ୍ରସଙ୍ଗ ଆଲୋଚନା ପାଇଁ ଆସିଥିଲା । 2013 ମସିହାରେ ପଶ୍ଚିମ ଓଡ଼ିଶାର ରୋଗୀଙ୍କ ସୁବିଧା ପାଇଁ ବୁର୍ଲା ମେଡ଼ିକାଲ କଲେଜରେ କୁସା ନାମକ ଏକ ମେସିନ ଲାଗିବା ପାଇଁ ନିଷ୍ପତ୍ତି ହୋଇଥିଲା । ଉକ୍ତ ମେସିନ ଲାଗି ପଶ୍ଚିମ ଓଡିଶାର ଲୋକଙ୍କୁ ଅନ୍ୟ ଆଡ଼କୁ ଯିବାକୁ ପଡ଼ିବ ନାହିଁ । ତେଣୁ ପ୍ରାୟ 1 କୋଟି ଟଙ୍କା ବିନିମୟରେ କୁସା ମେସିନ କିଣା ଯାଇଥିଲା । 2014/15ରେ ମେସିନ ଇନଷ୍ଟଲ କରାଗଲା । ମେସିନ ଚଲେଇବା ପାଇଁ 2 ଜଣ ତାଲିମପ୍ରାପ୍ତ ଡାକ୍ତରଙ୍କର ଆବଶ୍ୟକତା ଥିଲା । ତେଣୁ 2 ଜଣ ଡାକ୍ତର ବିଦେଶରୁ ତାଲିମ ନେବା ପାଇଁ ମେସିନ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଥିଲା । ହେଲେ ଡାକ୍ତରଙ୍କୁ ତାଲିମ ପାଇଁ ପଠାଗଲାନାହିଁ । ମେସିନ କାର୍ଯ୍ୟକ୍ଷମ ହେଲା ନାହିଁ । ପଶ୍ଚିମ ଓଡ଼ିଶାର ଲୋକ ଉପକୃତ ହୋଇପାରିଲେ ନାହିଁ।"

ଏହାବି ପଢନ୍ତୁ- PAC Committee In SCB: ଲିଭର ପ୍ରତ୍ୟାରୋପଣ ୟୁନିଟ ପାଇଁ ଆସିଥିଲା ଟଙ୍କା, ଖର୍ଚ୍ଚ ହୋଇଛି କୋଭିଡ ମୁକାବିଲାରେ !

2019ରେ ଏହି ମେସିନ୍‌ କଟକ ସ୍ଥାନାନ୍ତରିତ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ନିଷ୍ପତ୍ତିର 2 ବର୍ଷ ପରେ ଅର୍ଥାତ 2021ରେ ଏହି ମେସିନ କଟକ ଅଣାଗଲା । ହେଲେ 2023 ହୋଇଗଲା ଏହି ମେସିନ ଇନ୍‌ଷ୍ଟଲ୍‌ ହୋଇପାରିନାହିଁ । ଏନେଇ ବିଭାଗର ଉତ୍ତର ନୈରାଶ୍ୟଜନକ ଥିଲା । ତେଣୁ କମିଟି ଫିଲ୍‌ଡ୍‌ ଭେରିଫିକେସନ ଯିବାକୁ ନିଷ୍ପତ୍ତି ନେଇଛି । ମିଟିଂ ଅଧାରୁ କମିଟି କଟକ ଯାଇଥିଲା ।

2013ରେ ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ୟୁନିଟ୍‌(ଏଲଟିୟୁ) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ପ୍ରାୟ 12 କୋଟି 52 କୋଟି ଅନୁମୋଦନ ହୋଇଥିଲା । ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ 21 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । 2013ରୁ 2023 ହୋଇଗଲା କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । କଟକ ଏସସିବିକୁ ବିଶ୍ବସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି । ସେହି ପରିସ୍ଥିତିରେ ପ୍ରାୟ 40 କୋଟି ଟଙ୍କା ନଷ୍ଟ ପାଇଁ କିଏ ଦାୟୀ ? ଏହାର ସରଜମିନ ତଦନ୍ତ କରିବ କମିଟି । ପରବର୍ତ୍ତୀ ସମୟରେ କଣ ପଦକ୍ଷେପ ନିଆଯିବ ତାହା କମିଟି ସୂଚନା ଦେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.