ETV Bharat / state

ଆଜିଠୁ ମୌସୁମୀ ଅଧିବେଶନ; ପ୍ରଥମ ମହିଳା ବାଚସ୍ପତିଙ୍କ ଉପରେ ନଜର

author img

By ETV Bharat Odisha Team

Published : Sep 22, 2023, 6:42 AM IST

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଶାସକ ଦଳକୁ ଘେରିବା ଲାଗି ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ । ଅଧିକ ପଢନ୍ତୁ

ଆଜିଠୁ ମୌସୁମୀ ଅଧିବେଶନ
ଆଜିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ଏହି ଅଧିବେଶନ ଚାଲିବ । ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ । ଏଥିରେ ପ୍ରଥମ ମହିଳା ବାଚସ୍ପତିଙ୍କ ନେତୃତ୍ବ, ଶାସକ ଦଳ ରଣନୀତି ଓ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ରାଜ୍ୟବାସୀଙ୍କ ନଜର ରହିବ । ତେବେ ଅଧିବେଶନର ପ୍ରଥମ ଦିନ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଦିନ ତମାମ ରହିଛି ବିଧାନସଭା ସମ୍ପର୍କିତ କାର୍ଯ୍ୟକ୍ରମ ।

ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ । ଶାସକ ଦଳର ସଂଖ୍ୟା ଦୃଷ୍ଟିରୁ ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ସ୍ପଷ୍ଟ ହୋଇସାରିଛି । ଗତକାଲି(ଗୁରୁବାର) ପ୍ରମିଳା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରାର୍ଥିତ୍ବ ପାଇଁ ପ୍ରସ୍ତାବକ ହୋଇଥିବାବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ହୋଇଛନ୍ତି ସମର୍ଥକ । ନିର୍ବାଚନ ଓ ଫଳାଫଳ ଘୋଷଣା ଆଉ କିଛି ସମୟ ପରେ ଅର୍ଥାତ ଦିନ ସାଢ଼େ 9ଟାରେ ହେବ । ଏହା ପରେ ନୂଆ ବାଚସ୍ପତି ଦାୟିତ୍ବ ଗ୍ରହଣ କରିବେ ।

ଏହାମଧ୍ୟ ପଢନ୍ତୁ: Assembly Monsoon Session: ଶୁକ୍ରବାରଠୁ ମୌସୁମୀ ଅଧିବେଶନ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ବିଜେଡି ବିଧାୟକ ଦଳ ବୈଠକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ସାଢେ 10 ଟା'ରେ ବସିବ ବିଜେଡିର ବିଧାୟକ ଦଳ ବୈଠକ । ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଏହି ବୈଠକ ବସିବ । ବିରୋଧୀଙ୍କୁ ସାମ୍ନା କରିବା ଲାଗି ରଣନୀତି ପ୍ରସ୍ତୁତ କରିବ ଦଳ । ବିରୋଧୀଙ୍କ ମୁକାବିଲା କରିବାକୁ ମନ୍ତ୍ର ଦେବେ ସୁପ୍ରିମୋ ।

ଦୁଇ ମିଶ୍ର ଓ ବିଜେଡିରୁ ବିଦା ନେତାଙ୍କ ଉପରେ ନଜର: ବିଧାନସଭାରେ ଦୁଇ ମିଶ୍ରଙ୍କୁ କେମିତି ମୁକାବିଲା କରାଯିବ ସେନେଇ ଚିନ୍ତାରେ ଟିମ୍‌ ନବୀନ । ଦୁଇ ମିଶ୍ର ହେଉଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏମାନଙ୍କ ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସରକାରଙ୍କୁ ଅକଳରେ ପକାଇ ପାରନ୍ତି । ତେବେ ବିଜେଡି ପାଇଁ ବଡ଼ ବିପଦ ହୋଇପାରନ୍ତି ଦଳରୁ ତଡା ଖାଇଥିବା ବିଧାୟକ । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ନଜର ରହିବ ।

ନୂଆ ବାଚସ୍ପତି ଡାକିବେ ସର୍ବଦଳୀୟ ବୈଠକ: ଦାୟିତ୍ବ ନେବା ପରେ ନୂଆ ବାଚସ୍ପତି ଡାକିବେ ସର୍ବଦଳୀୟ ବୈଠକ । ପୂର୍ବାହ୍ନରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ ହେବ । ଏହାପରେ କୌଣସି ସମୟରେ ବୈଠକ ଡାକିପାରନ୍ତି ବାଚସ୍ପତି । ବିଧାନସଭାର ମୌସୁମୀ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ଶାସକ ଓ ବିରୋଧୀ ଦଳର ନେତାଙ୍କ ସହିତ ବାଚସ୍ପତି ଆଲୋଚନା କରିବେ ।

ମଧ୍ୟାହ୍ନରେ ବିଜେପି ଓ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ: ଚଳିତ ବିଧାନସଭାରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀଙ୍କ ହାତରେ ରହିଛି ଅନେକ ପ୍ରସଙ୍ଗ । ସରକାରୀ ଦଳକୁ ଘେରିବା ଲାଗି ପ୍ଲାନ୍‌ ପ୍ରସ୍ତୁତ କରିବେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ । ମଧ୍ୟାହ୍ନ ସାଢ଼େ 12ରେ ବିଜେପିର ବିଧାୟକ ଦଳ ବୈଠକ ବସିବ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସରକାରୀ ବାସଭବନରେ ଏହି ବୈଠକ ହେବ । ସେହିପରି କଂଗ୍ରେସ ବିଧାୟକ ଦଳର ବୈଠକ ସନ୍ଧ୍ୟା ସାଢ଼େ 5ଟାରେ କଂଗ୍ରେସ ବିଧାୟକ ଦଳର ନେତାଙ୍କ ବିଧାନସଭା ଚ୍ୟାମ୍ବରରେ ବସିବ ।

ସନ୍ଧ୍ୟାରେ ଆସିବ ଅତିରିକ୍ତ ବଜେଟ: ମୌସୁମୀ ଅଧିବେଶନର ପ୍ରଥମ ଦିନ ସନ୍ଧ୍ୟାରେ ଆସିବ ଅତିରିକ୍ତ ବଜେଟ୍‌ । 21 ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍‌କୁ ମଞ୍ଜୁରୀ କରିବା ଲାଗି ଗୃହରେ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହେବ । ପରେ ଗୃହକାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ହେବ । ଶନିବାର ଓ ରବିବାର ରହିଛି ଛୁଟି ଦିବସ ।

ସୁରକ୍ଷା ବ୍ୟବସ୍ଥା କଡାକଡି: ମୌସୁମୀ ଅଧିବେଶନ ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା । ସୁରକ୍ଷା ଲାଗି କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବ ସୁରକ୍ଷା ଲାଗି ମୁତୟନ ହେବେ 30 ପ୍ଲାଟୁନ ପୋଲସ ଫୋର୍ସ । 6 ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ । ଡିସିପିଙ୍କ ତତ୍ବାବଧାନରେ 6 ଅତିରିକ୍ତ ଡିସିପି, 19 ଏସିପି, 20 ଇନିସ୍ପେକ୍ଟର, 75 ଜଣ ଏସଆଇ, ରୁଫ ଟପ୍ ସୁରକ୍ଷା ସହ ସିସିଟିଭି ନଜରରେ ରହିବ ବିଧାନସଭା । 5 କଣ୍ଟ୍ରୋଲ ରୁମ ସହ ଷ୍ଟ୍ରାଇକିଙ୍ଗ ଫୋର୍ସ, କୁଇକ ରେସପନ୍ସ ଟିମ୍‌, ସ୍ପେଶାଲ ଟାଇଟିକାଲ ୟୁନିଟ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.