ETV Bharat / state

୩ ଦଫା ଦାବି ନେଇ ଧାରଣାରେ ANM କର୍ମୀ - ଓଡିଶା ଏଏନଏମ କର୍ମଚାରୀ ସଙ୍ଘ

ଓଡିଶା ଏଏନଏମ କର୍ମଚାରୀ ସଙ୍ଘ (Odisha ANM Workers Union) ପକ୍ଷରୁ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ଧାରଣା । ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବି ନେଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି ଏଏନଏମ କର୍ମୀ । ଅଧିକ ପଢ଼ନ୍ତୁ

୩ ଦଫା ଦାବି ନେଇ ଧାରଣାରେ ANM କର୍ମୀ
୩ ଦଫା ଦାବି ନେଇ ଧାରଣାରେ ANM କର୍ମୀ
author img

By

Published : Nov 29, 2022, 7:42 PM IST

ଭୁବନେଶ୍ବର: ରାଜରାସ୍ତାରେ ଏଏନଏମ କର୍ମଚାରୀ (ANM Workers) । ଓଡିଶା ଏଏନଏମ କର୍ମଚାରୀ ସଙ୍ଘ (Odisha ANM Workers Union) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ଧାରଣା । ସ୍ଥାୟୀ ନିଯୁକ୍ତି ସହ ୩ ଦଫା ଦାବି ନେଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି ଏଏନଏମ କର୍ମୀ ।

୩ ଦଫା ଦାବି ନେଇ ଧାରଣାରେ ANM କର୍ମୀ

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ଓଡିଶା ଏଏନଏମ କର୍ମଚାରୀ ସଙ୍ଘ (Odisha ANM Workers Union) ପକ୍ଷରୁ ଦିଆଯାଇଥିବା ଧାରଣାରେ ଶତାଧିକ ଏଏନଏମ କର୍ମୀ ସାମିଲ ହୋଇଥିଲେ । ଏନେଇ ସେମାନେ କହିଛନ୍ତି, "ସରକାର ଆବଶ୍ୟକ ସମୟରେ ଆମ ମାନଙ୍କୁ ନିଯୁକ୍ତି ଦେଲେ । ଆବଶ୍ୟକ ସରିଗଲା ପରେ ବାହାର କରିଦେଲେ । କୋଭିଡ ସମୟରେ ସେବା କ୍ଷେତ୍ରରେ ଦେଇଥିବା ଆମର ପରିଶ୍ରମ ଆଉ ତ୍ୟାଗକୁ ସରକାର ବୁଝିଲେ ନାହିଁ ।"

ତେବେ କୋଭିଡ ସମୟରେ ନୋୟୋଜିତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବୟସ ସୀମା ନରଖି ପରୀକ୍ଷା ନକରି ଅଭିଜ୍ଞାତା ମୁତାବକ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛି ଓଡିଶା ଏଏନଏମ କର୍ମଚାରୀ ସଙ୍ଘ । ଏହାସହ ପରୀକ୍ଷାରେ ୫ ପ୍ରତିଶତ ଗ୍ରେସ ମତକୁ ବାତିଲ କରି ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆଯାଉ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.