ETV Bharat / state

ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ବୈଶ୍ବିକ କାର୍ଯ୍ୟକ୍ରମ, କିଶୋରୀ ଚମ୍ପିଆନମାନେ ଅନ୍ତର୍ଜାତୀୟ ପରିଦର୍ଶକଙ୍କ ସହ କଲେ ଆଲୋଚନା

ଭୁବନେଶ୍ବରରେ ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ଏକ ବୈଶ୍ବିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଓଡ଼ିଶା ଆସିଥିବା ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର କିଶୋରୀ ଚମ୍ପିଆନମାନେ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ବୈଶ୍ବିକ କାର୍ଯ୍ୟକ୍ରମ

author img

By

Published : Nov 3, 2022, 10:23 PM IST

ଭୁବନେଶ୍ବର : ଭୁବନେଶ୍ବରରେ ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ଏକ ବୈଶ୍ବିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଓଡ଼ିଶା ଆସିଥିବା ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର କିଶୋରୀ ଚମ୍ପିଆନମାନେ ଆଲୋଚନା କରିଛନ୍ତି । ଏଥିରେ ୨୦ ଜଣ ବାଳିକା ଯୋଗଦେଇ ଅନ୍ତର୍ଜାତୀୟ ପରିଦର୍ଶକଙ୍କ ସହ ଆଲୋଚନା କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ କିଛି ବାଳିକା କିପରି ବୟସ ପୂର୍ବରୁ ପରିବାର ଲୋକଙ୍କ ଦ୍ବାରା ବିବାହ ପାଇଁ ଦିଆଯାଉଥିବା ଚାପକୁ ବିରୋଧ କରିଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଆଲୋଚନାରେ କାନାଡ଼ାର ଗ୍ଲୋବାଲ ଆଫାୟାର୍ସର ଉପ ନିର୍ଦ୍ଦେଶିକା ଇସାବେଲୀ ସୋଲୋଲ ହେଲାଲ, ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ ମୁଖ୍ୟ ଆଲି ହେନଡି, ୟୁଏନଏଫପିଏର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କୁ ବାଲ୍ୟ ବିବାହ ଏବଂ ଗର୍ଭଧାରଣା ସମ୍ପର୍କିତ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ସକାରତ୍ମକ ମନୋଭାବ ଥିବା ପରିବାର ଗୁଡ଼ିକୁ ସମର୍ଥନ କରିବା ସହିତ ଝିଅ ମାନଙ୍କୁ ଭବିଷ୍ୟତ ପାଇଁ ସଶକ୍ତ କରିବା ଏବଂ ସେମାନଙ୍କୁ ଦୃଢ଼ କରିବାରେ ସକ୍ଷମ କରିଥାଏ ।

ଏହି ପରିପ୍ରେକ୍ଷୀରେ କିଶୋରୀମାନେ ସେମାନଙ୍କର କାହାଣୀ ବର୍ଣ୍ଣନା କରିବା ସହିତ ପରିଦର୍ଶକଙ୍କୁ ମଧ୍ୟ ପ୍ରଶ୍ନ ପଚାରିଥିଲେ । ଏହି ଅବସରରେ ନବରଙ୍ଗପୁରର ମାଳତୀ ପୂଜାରୀ କହିଥିଲେ, ''ମୁଁ ୧୫ ବର୍ଷ ବୟସର ହୋଇଥିବା ବେଳେ ମୋ ବାପା, ମାଆ ମୋ ବାହାଘର କରାଇବାକୁ ଚାହୁଁଥିଲେ । ହେଲେ ମୁଁ ମନା କରିଥିଲି । ତଥାପି ଶୁଣିନଥିଲେ ପରିବାର ଲୋକେ । ପରେ ସାହାସ କରି ଅଙ୍ଗନବାଡ଼ି ଦିଦିଙ୍କ ସହିତ କଥା ହେଲି । ଏହାପରେ ଉଭୟେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଭେଟିଲୁ । ଫଳରେ ସେମାନେ ମୋ ବାପା, ମାଆଙ୍କୁ ଶୀଘ୍ର ବିବାହ ନକରାଇବାକୁ ବୁଝାଇ ପାରିଥିଲେ । ଏହାପରେ ଅଙ୍ଗନବାଡ଼ି ଦିଦି ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ମୋତେ ଔଦ୍ୟୋଗିକ ପ୍ରଶିକ୍ଷଣ କେନ୍ଦ୍ରରେ ସିଲାଇ ତାଲିମ ଗ୍ରହଣ କରିବାରେ ସାହାଯ୍ୟ କରିଥିଲେ । ଆଜି ମୁଁ ମାସିକ ୮ ହଜାର ଟଙ୍କା ରୋଜଗାର କରି ପରିବାରକୁ ଆର୍ଥିକ ସହଯୋଗ ଯୋଗାଇ ପାରୁଛି । ''

ସେହିପରି କନ୍ଧମାଳ ଜିଲ୍ଲାର ୧୬ ବର୍ଷୀୟ ଶୁଭଦର୍ଶିନୀ ବେହେରା ଏବେ ଇଲେକ୍ଟ୍ରିସିଆନ ଭାବେ ତାଲିମ ନେଉଛନ୍ତି । ମାଳତୀଙ୍କ ପରି ତାଙ୍କ ବିବାହ ମଧ୍ୟ ସ୍ଥିର ହୋଇଥିଲା । ସେ ମଧ୍ୟ ଅଙ୍ଗନବାଡ଼ି ଦିଦିଙ୍କୁ ଏ ବିଷୟରେ କହିବାରୁ ଦିଦିଙ୍କ ହସ୍ତକ୍ଷେପ ଦ୍ବାରା ତାଙ୍କ ବିବାହ ସ୍ଥଗିତ ହୋଇଥିଲା । ଏମାନଙ୍କ ପରି ରାଜ୍ୟରେ ଥିବା ଅନେକ ବାଳିକା ଆଡଭିକା ଦ୍ବାରା ଉପକୃତ ହେଉଛନ୍ତି ।

ତେବେ ଏ ସମ୍ପର୍କରେ କାନାଡ଼ାର ଗ୍ଲୋବାଲ ଆଫାୟାର୍ସର ଉପ ନିର୍ଦ୍ଦେଶିକା ଇସାବେଲୀ ସୋଲୋଲ ହେଲାଲ କହିଛନ୍ତି, ଶିକ୍ଷା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ଜଣେ ନିଜ ଅଭିଜ୍ଞତାରୁ ଅନେକ କିଛି ଶିଖିଥାଏ । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ବୈଶ୍ବିକ କାର୍ଯ୍ୟକ୍ରମ ଆଜି ପର୍ଯ୍ୟନ୍ତ ବାଂଲାଦେଶ, ବୁର୍କିନାଫାସୋ, ଇଥୋପିଆ, ଘାନା, ଭାରତ, ମୋଜୋମ୍ବିକ୍ୟୁ, ନେପାଳ, ନାଇଜର, ସିରିଆ ଲିଓନି ପରି ୧୨ଟି ଦେଶରେ ପହଞ୍ଚି ପାରିଛି ।

ଯୁକ୍ତ ରାଜ୍ୟର ସହାୟତାରେ ପ୍ରଥମ ଥର ପାଇଁ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ମାନଙ୍କୁ ବାଲ୍ୟ ବିବାହ ତଥା ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଶାରେ ୟୁନିସେଫ ଏବଂ ୟୁଏନଏଫପିଏ ଜିପିଇଏମସିର ସମର୍ଥନ ମାଧ୍ୟମରେ କିଶୋରୀ ମାନଙ୍କୁ ଜୀବନ ଶୈଳୀ ପ୍ରଦାନ କରିବା, ବାଲ୍ୟ ବିବାହ ରୋକିବା ନିମନ୍ତେ ସରକାରୀ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ଏବଂ ଜୀବିକା ସୁଯୋଗ ସୃଷ୍ଟି କରିବା ନିମନ୍ତେ ୩୦ଟି ଜିଲ୍ଲାରେ କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ଡୋନରମାନେ ଗଞ୍ଜାମ, ଗଜପତି ଜିଲ୍ଲା ପରିଦର୍ଶନ କରି ସେଠାକାର ବାଲ୍ୟ ବିବାହ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଏଥିରେ ରୋକ ଲଗାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.