ETV Bharat / state

ଡିଜିଟାଲ ହେବ ଓଡିଆ ବିଶ୍ବବିଦ୍ୟାଳୟ, ଖର୍ଚ୍ଚ ହେବ ୭ କୋଟି

author img

By ETV Bharat Odisha Team

Published : Nov 23, 2023, 4:06 PM IST

Odia University will be digitalized: ସତ୍ୟବାଦୀ ସ୍ଥିତ ଓଡିଆ ବିଶ୍ୱବିଦ୍ୟାଳୟର ହେବ ଡିଜିଟାଲିକରଣ । ଏହି ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚ ହେବ ୭ କୋଟି ଟଙ୍କା । ଅଧିକ ପଢ଼ନ୍ତୁ

ଡିଜିଟାଲ ହେବ ଓଡିଆ ବିଶ୍ବବିଦ୍ୟାଳୟ, ଖର୍ଚ୍ଚ ହେବ ୭ କୋଟି ଟଙ୍କା

ଭୁବନେଶ୍ବର: ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଆସିବାକୁ ଯାଉଛି ଡିଜିଟାଲ କ୍ରାନ୍ତି । ଡିଜିଟାଲ ହେବ ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ଓଡିଆ ବିଶ୍ୱବିଦ୍ୟାଳୟ । ତେବେ ଓକାକ ପକ୍ଷରୁ ଦିଆଯାଆଇଥିବା ପ୍ରସ୍ତାବକୁ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କରିଛି । ବିଶ୍ୱବିଦ୍ୟାଳୟରେ ଡିଜିଟାଲ ଲାଇବ୍ରେରୀ ସମେତ ସ୍ମାର୍ଟ କ୍ଳାସରୁମ, ସେମିନାର ହଲ, ଡାଟା ଏବ ନେଟୱର୍କିଂ ବିଲଡିଙ୍ଗ ସମେତ ସର୍ଭର ରୁମ ଆଦି ଡିଜିଟାଲ କରାଯିବ। ତେବେ ଏହି ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚ ହେବ ୭ କୋଟି ୩୧ ଲକ୍ଷ ୯୭ ହଜାର ୪୭୬ ଟଙ୍କା ।

ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ କ୍ଳାସରୁମ ପାଇଁ ଖର୍ଚ୍ଚ ହେବ ୧ କୋଟି ୪୩ ଲକ୍ଷ ୮୮ ହଜାର ୨୬୩ ଟଙ୍କା । ସେହିପରି ସେମିନାର ହଲ ପାଇଁ ଖର୍ଚ୍ଚ ହେବ ୨ କୋଟି ୪୩ ଲକ୍ଷ ୮୭ ହଜାର ୬୬୧ ଟଙ୍କା । ଡିଜିଟାଲ ଲାଇବ୍ରେରୀ ପାଇଁ ୨ କୋଟି ୧୧ ଲକ୍ଷ ୯୮ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଡାଟା ଏବଂ ନେଟୱର୍କିଙ୍ଗ ପାଇଁ ଖର୍ଚ ହେବ ୧ କୋଟି ୩୨ ଲକ୍ଷ ୨୩ ହଜାର ୪୦୦ ଟଙ୍କା । ତେବେ ନେଇ ଓକାକ ପକ୍ଷରୁ ଦିଆଯାଆଇଥିବା ପ୍ରସ୍ତାବ ଏବଂ ବ୍ୟୟ ଅଟକଳକୁ ଉଚ୍ଚଶିକ୍ଷା ବିଭାଗ ଅନୁମୋଦନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.... ସମସ୍ୟା ଘେରରେ ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ

ସୂଚନାଯୋଗ୍ୟ ଯେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ପ୍ରଫେସର ସବିତା ପ୍ରଧାନ କାର୍ଯ୍ୟଭାର ଆରମ୍ଭ କରିଛନ୍ତି । ବର୍ତ୍ତମାନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଖୋଲା ଯାଇଥିବା ୩ଟି ବିଭାଗରେ ୭୨ଟି ସିଟ ରହିଛି । ତେବେ ଏହି ୩ ଟି ବିଷୟ ଗୁଡ଼ିକ ହେଲା ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ ଆଦିବାସୀ ଭାଷା ଓ ଐତିହ୍ୟ ବିଭାଗ । ପ୍ରତ୍ୟେକ ବିଭାଗରେ ୨୪ ଟି ଲେଖାଏଁ ସିଟ ରହିଛି । ଏହି ବିଶ୍ୱବିଦ୍ୟାଳୟରେ ଉକ୍ତ ୩ଟି ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ଆରମ୍ଭ ହୋଇଛି । ତେବେ ଛାତ୍ରଛାତ୍ରୀ ଏକକାଳୀନ ଭାବରେ ସ୍ନାତକୋତ୍ତର ଓ ପିଏଚଡିରେ ପାଠ ପଢିବାର ବ୍ୟବସ୍ଥା ରହିଛି । ତେବେ ଉଚ୍ଚ ଶିକ୍ଷା ବିଭାଗ ଏହି ବିଶ୍ବବିଦ୍ୟାଳୟକୁ ଅଧିକ ଗୁରୁତ୍ୱ ସହିତ ନେଉଥିବା ବେଳେ ନିଯୁକ୍ତି ପ୍ରକ୍ରିୟାକୁ ସର୍ବାଗ୍ରେ ପ୍ରାଥମିକତା ଦିଆଯାଉଛି । ତେବେ ଚଳିତ ସେପ୍ଟେମ୍ବର ମାସ ଠାରୁ ନୂତନ ଶିକ୍ଷାବର୍ଷ ସହ ଓଡ଼ିଆ ବିଶ୍ବବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.