ETV Bharat / state

ତୃତୀୟ ଦିନରେ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ; ବଢୁଛି ସମର୍ଥକଙ୍କ ସଂଖ୍ୟା, ଆମରଣ ଅନଶନରେ ପ୍ରଯୋଜିକା - ସାନଲିସା ପଟେଲଙ୍କ ଆମରଣ ଅନଶନ

ତୃତୀୟ ଦିନରେ ପହଞ୍ଚିଲା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଦାବି ପୂରଣ ନେଇ ପ୍ରତିଶ୍ରୁତି ନ ମିଳିବା ଯାଏ ଆମରଣ ଅନଶନରେ ପ୍ରୋଯୋଜିକା ସନଲିସା ପଟେଲ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Nov 25, 2023, 11:41 AM IST

ତୃତୀୟ ଦିନରେ ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ

ଭୁବନେଶ୍ବର: ତୃତୀୟ ଦିନରେ ପହଞ୍ଚିଲା 'ଓଡିଆ ଚଳଚ୍ଚିତ୍ର ବଞ୍ଚାଅ' ଅଭିଯାନ । ଏହି ଅଭିଯାନରେ ସାମିଲ ହୋଇ ଧାରଣା ଦେଇଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର । ସେପଟେ 2 ଦିନ ଧରି ଧାରଣାରେ ବସିବା ପରେ ବି ନ୍ୟାୟ ନମିଳିବାରୁ ଆମରଣ ଅନଶନ କରିଛନ୍ତି ଓଡିଆ ସିନେମା ପ୍ରଯୋଜିକା ସନଲିସା ପଟେଲ । ଯେପର୍ଯ୍ୟନ୍ତ ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ନ ମିଳିଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରଯୋଜିକାଙ୍କ ପକ୍ଷରୁ କୁହାଯାଇଛି ।

'ଓଡିଆ ଚଳଚ୍ଚିତ୍ର ବଞ୍ଚାଅ' ଅଭିଯାନ 3 ଦିନରେ ପହଞ୍ଚିଥିବା ବେଳେ ଆଜିଠୁ ଆମରଣ ଅନଶନରେ ବସିଲେ ପ୍ରଯୋଜିକା ସନଲିସା ପଟେଲ । ଅନ୍ୟପଟେ ଏହି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିଥିବା 'ଓଡିଆ ଚଳଚ୍ଚିତ୍ର ବଞ୍ଚାଅ' ଧାରଣାର ତୃତୀୟ ଦିନରେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି ।

ନଭେମ୍ବର 23 ତାରିଖ ଠାରୁ ୫ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ହିଁ ଚଳଚ୍ଚିତ୍ର ପ୍ରତି ଅଧିକରୁ ଅଧିକ ଭଲ ପାଇବା ଦର୍ଶାଉଛି ବୋଲି କହିଛନ୍ତି ସନଲିସା । ଯଦି ସରକାର ୫ ଦଫା ଦାବିର କୌଣସି ସମାଧାନ ନକରନ୍ତି ଆଉ ଆମରଣ ଅନଶନରେ ବସି ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..'ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବି'ରେ ସନଲିସାଙ୍କ ଧାରଣା, ସମର୍ଥନ କଲେ ବୁଦ୍ଧାଦିତ୍ୟ

ଅନ୍ୟପଟେ ସନଲିସାରେ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧାରଣରେ ଧିରେ ଧିରେ ସମର୍ଥନ ବଢୁଥିବା ଦେଖିବାକୁ ମିଳିଛି । ଧାରଣାରେ ଅଭିନେତା ସ୍ବରାଜ ବାରିକ, ପାର୍ଥ, ଅଖିଳ ପଟ୍ଟନାୟକ, ରୋଷନ ଅଗ୍ରୱ।ଲ୍, କୁମାର, ଅଭିନେତ୍ରୀ ପିଙ୍କି ପ୍ରଧାନ, ନିର୍ଦ୍ଦେଶକ ବବି ଇସଲାମ, ତାପସ ସରଘରିଆ, ତିରୁପତି ସାହୁ, ସଂଳାପ ଲେଖକ ଡଃ ରଜନୀ ରଞ୍ଜନ, ସତୀଶ ମିଶ୍ର, କ୍ୟାମେରାମ୍ୟାନ ବାପି, ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ସମ୍ଭାବନାର ସଂପାଦକ ଦେବ ପ୍ରସାଦ ପରିଜା, ପ୍ରଯୋଜକ ସଂଜୟ ପାତ୍ର, ଦୀପକ ମହାନ୍ତି , ରଞ୍ଜନ ପଟେଲ୍ ପ୍ରମୁଖ ସାମିଲ ହୋଇଛନ୍ତି ।

ଏଠାରେ ସୂଚନା ଥାଉକି, ବ୍ଲକ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ, ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା, ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ଓ ସମସ୍ତଙ୍କର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଆନ୍ଦୋଳନାକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.