ETV Bharat / state

ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଦମନ, ସିନେମା ଦେଖିବେ ବରିଷ୍ଠ ଅଧିକାରୀ - ବଢୁଛି ଓଡ଼ିଆ ଚଳଚ୍ଚିତ୍ର ଦମନର କ୍ରେଜ

ବଢୁଛି ଓଡ଼ିଆ ଚଳଚ୍ଚିତ୍ର ଦମନର କ୍ରେଜ । ଆଜି ଲୋକସେବା ଭବନରେ ଦମନ ଚଳଚ୍ଚିତ୍ର ଦେଖିବେ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ

ଦମନ
ଦମନ
author img

By

Published : Nov 20, 2022, 8:34 AM IST

ଭୁବନେଶ୍ବର: ପ୍ରେକ୍ଷାଳୟରେ ରାଜ କରୁଛି ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର 'ଦମନ'(Ollywood movie Daman) । ଦମନ ଚଳଚ୍ଚିତ୍ର ଦେଖିବାକୁ ହଲ ଗୁଡିକରେ ଜମୁଛି ଦର୍ଶକଙ୍କ ଭିଡ । ସରକାରୀ ସ୍ତରରେ ଦମନ ସିନେମାକୁ ମଧ୍ୟ ପ୍ରୋତ୍ସାହନ ମିଳିଛି । 'ଦମନ' ସିନେମା ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ କର ମୁକ୍ତ ଘୋଷଣା କରିବା ପରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଆଜି ଅପରାହ୍ନରେ ଲୋକସେବା ଭବନ କନଭେନସନ ହଲରେ ପ୍ରଦର୍ଶିତ ହେବ 'ଦମନ' । ସିନେମା ଦେଖିବେ ବରିଷ୍ଠ ସରକାରୀ ଅଧିକାରୀ । ଏନେଇ ଚିଠି ଲେଖିଥିଲେ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ।

ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଚିଠିରେ ଦର୍ଶାଇଛନ୍ତି ଯେ, ''ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର 'ଦମନ' ବିଚ୍ଛିନ୍ନାଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଞ୍ଚାର କରିଛି । ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ । ଫିଲ୍ମର କଥାବସ୍ତୁ, ଚିତ୍ରାୟଣ, ପ୍ରତିଟି ଚରିତ୍ରର ଅଭିନୟ, ସଂପାଦନା ସବୁ ଦିଗରୁ ଅତି ସୁନ୍ଦର ହୋଇଛି । ଏହି ଚଳଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି ।

ତେଣୁ ଏହି କ୍ରମରେ ଉକ୍ତ ଚଳଚ୍ଚିତ୍ରଟିକୁ ଲୋକସେବା ଭବନ କନଭେନସନ ହଲରେ ଦେଖିବା ଲାଗି ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟା ୫ ଟାରେ ସିନେମା ପ୍ରଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଚଳଚିତ୍ରଟିକୁ ଉପରୋକ୍ତ ସମୟରେ ସମସ୍ତ ବିଭାଗର ଯୁଗ୍ମ ସଚିବ ପାହ୍ୟାରୁ ଉର୍ଦ୍ଧ୍ବ ଅଧିକାରୀଗଣ ଦେଖିବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଇଛି'' ।

ଏହା ମଧ୍ୟ ପଢନ୍ତୁ-ରିଲିଜର ୨୪ଘଣ୍ଟାରେ ୟୁଟ୍ୟୁବରେ ଅପଲୋଡ ହେଲା ଦମନ, ପାଇରେସି ନେଇ ଅଭିଯୋଗ

ମୁଖ୍ୟ ସଚିବ ସଚିବ, ଅତିରିକ୍ତ ଶାସନ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ 'ଦମନ' ଦେଖିବା ଲାଗି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ‘ଦମନ’ ଚଳଚ୍ଚିତ୍ରକୁ କରମୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ହୋଇଛି ଦମନ । ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ । ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍ କରିବା ଦିଗରେ ଏହି ସିନେମା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.