ଭୁବନେଶ୍ବର: ଗଣମାଧ୍ୟମ ଉପରେ ରାଗିଗଲେ ପ୍ରଯୋଜକ ଅକ୍ଷୟ ପରିଜା । ଖବରକୁ ଅନ୍ୟ ରୂପରେ ପରିବେଶଣ କରାଯାଇଥିବା ଅଭିଯୋଗ କରି ବର୍ଷିଛନ୍ତି ଅକ୍ଷୟ । ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେବା ସମୟରେ ଗଣମଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ।
ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି,"ଏହି ଘଟଣାକୁ ନେଇ କିଛି ପ୍ରମୁଖ ଗଣମାଧ୍ୟମ ସଠିକ ଖବର ପ୍ରକାଶ କରିଛନ୍ତି । କିନ୍ତୁ କେତେକ ଗଣମାଧ୍ୟମ ମୋତେ ଅଭିଯୋଗକାରୀ ନୁହେଁ ବରଂ ଅନ୍ୟ ରୂପରେ ପରିବେଷଣ କରୁଛନ୍ତି । ମୁଁ ଜଣେ ପୀଡ଼ିତ, ଏଭଳି ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ମୁଁ କୋର୍ଟକୁ ଟାଣି ନେଇପାରେ । ମୋ ବିରୁଦ୍ଧରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି ।" ଅର୍ଚ୍ଚନା ନାଗ ମାମଲାରେ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଅକ୍ଷୟ ପରିଜା । ହାଜର ପରେ ସବୁ କଥା କହିବେ ବୋଲି ଅକ୍ଷୟ ପରିଜା କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର