ETV Bharat / state

ଆଜି ଦିଆଯିବ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର, ପୁଣି କପି ଫିଲ୍ମ ପାଇବ କି ପୁରସ୍କାର ? - ୨୦୧୯ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର

ଆଜି ଦିଆଯିବ ୨୦୧୯ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର । ଚୟନରେ ସ୍ୱଚ୍ଛତା ନୁହେଁ ଦୁର୍ନୀତି ଓ ଚଞ୍ଚକତା ରହୁଛି ବୋଲି ଅଭିଯୋଗ କରୁଛନ୍ତି ପ୍ରଯୋଜକ ନିର୍ଦ୍ଦେଶକ ଓ ସିନେ ସମୀକ୍ଷା । ଅଧିକ ପଢ଼ନ୍ତୁ

୧୩ ତାରିଖରେ ଦିଆଯିବ ୨୦୧୯ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର

author img

By

Published : Feb 13, 2023, 8:22 AM IST

୧୩ ତାରିଖରେ ଦିଆଯିବ ୨୦୧୯ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର

ଭୁବନେଶ୍ବର: ଆଜି ଦିଆଯିବ ୨୦୧୯ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର । ଏଥର ବି କପି ଫିଲ୍ମକୁ ମିଳିପାରେ ପୁରସ୍କାର ! ଏକଥା ଆମେ କହୁନୁ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କଲେଣି ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର । କାରଣ ଆଜି (ସୋମବାର) ଚଳଚିତ୍ର ପୁରସ୍କାର ଘୋଷଣା ହେବାକୁ ଥିବା ବେଳେ ଏଯାଏଁ ସର୍ବସାଧାରଣ ହୋଇନି ପୁରସ୍କାର ଚୟନର ତାଲିକା । ଏହାକୁ ନେଇ ସଂସ୍କୃତ ବିଭାଗର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ । କାହିଁକି ଏଭଳି ତରବରିଆ ପୁରସ୍କାର ଦେଉଛି ବିଭାଗ ତାହା ପୁଣି ଲୁଚେଇ ଛପେଇ ତାକୁ ନେଇ ଉଠିଛି ନାନା ପ୍ରଶ୍ନ ।

ବିଭାଗର ଚୟନରେ ସ୍ୱଚ୍ଛତା ନୁହେଁ ଦୁର୍ନୀତି ଓ ଚଞ୍ଚକତା ରହୁଛି ବୋଲି ଅଭିଯୋଗ କରୁଛନ୍ତି ପ୍ରଯୋଜକ ନିର୍ଦ୍ଦେଶକ ଓ ସିନେ ସମୀକ୍ଷା । ଅନ୍ୟପଟେ ପୂର୍ବରୁ ଏଭଳି କହି ଫିଲ୍ମର ତାଲିକାକୁ ରଦ୍ଦ କରିଥିଲେ ହାଇକୋର୍ଟ । ଏକ ମାସ ଭିତରେ ନିୟମ ଅନୁସାରେ ସଠିକ ମନୋନୟନ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହେଲେ ଏଥର ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍ ହୋଇଥିବା ଦୁଇ ଓଡ଼ିଆ ଫିଲ୍ମ ‘ଖୁସି’ ଓ ‘ଗୋଲମାଲ୍ ଲଭ୍’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ନ୍ୟାୟାଳୟ । ହେଲେ ଏହି ନିର୍ଦ୍ଦେଶକୁ ମାନୁଛି କିଏ ? ନିୟମହୀନ ନିଷ୍ପତ୍ତି ନେଇ ତାଲିକା ପ୍ରକାଶ ପାଇନଥିବାରୁ ପୁଣି ଥରେ ଚୟନ ପ୍ରକ୍ରିୟାରେ ଚଞ୍ଚକତା ହୋଇଥିବା ଅଭିଯୋଗ ଆସୁଛି ।

‘‘କାରଣ ଏଭଳି ଅପ୍ରାସଙ୍ଗିକ ଭାବେ ତାଲିକା ଘୋଷଣା ନ କରିବା ସିନେମା ଶିଳ୍ପର ପ୍ରତିଭା ଚୟନ ପାଇଁ ଏକ ଦୁର୍ନୀତି ଗନ୍ଧର ଆଭାସ ଦେଉଛି । ଏହାକୁ ନେଇ କୁହାଯାଇପାରିବ କି ପୁନଃ ଚୟନରେ ବି ପୁଣି କପି ଫିଲ୍ମକୁ ରାଜ୍ୟ ସଂସ୍କୃତି ବିଭାଗ ପ୍ରଶୟ ଦେଉଛି । ତେଣୁ ସେଭଳି କିଛି ଘଟଣା ଯଦି ଆଜି ଘଟେ ତେବେ ପୁଣି କୋର୍ଟର ଆଶ୍ରୟ ନେବେ ନିର୍ଦ୍ଦେଶକ’’ ବୋଲି କହିଛନ୍ତି ବବି ଇସଲାମ।

ଅନ୍ୟପଟେ କପି ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ ସମ୍ପର୍କରେ ବରିଷ୍ଠ ଚଳଚ୍ଚିତ୍ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି, କପି ସିନେମା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନଷ୍ଟ କରୁଛି । ଏହି ଧାରା ରୋକିବାକୁ କଠୋର ବ୍ୟବସ୍ଥା ଲାଗୁ କରିବା ଆବଶ୍ୟକ । ଏହିଭଳି ସିନେମା କାରଣରୁ ହିଁ ଓଡ଼ିଆରେ ଆଉ ନିଜସ୍ବ କାହାଣୀକୁ ନେଇ ଚଳଚ୍ଚିତ୍ର ହେଉନାହିଁ । ଏଥିପାଇଁ କଡ଼ା ପଦକ୍ଷେପ ସହ ଜୁରି ବା ବିଚାରକ କମିଟି କିପରି ହେବା ଉଚିତ୍‌ ଏବଂ ସେମାନେ କିପରିକାର୍ଯ୍ୟ କରିବେ ସେଥିପାଇଁ ବି ନିୟମାବଳୀ ଆଣନ୍ତୁ ।

ଏହାସହ ସେ କହିଛନ୍ତି, ‘ମୁଁ ଭାବୁଛି ବା ଆଲୋଚନା ଯାହା ହେଉଛି ତାହା ଯଦି ସତ ହୋଇଥାଏ ତେବେ ଏହା ସାଙ୍ଘାତିକ । କାରଣ ଏଭଳି ଚୟନ ପ୍ରକ୍ରିୟାରେ ଏକ ଦୁର୍ନୀତିର ଆଭାସ ଦେଉଛି । ଏଥିପାଇଁ ସରକାରଙ୍କୁ ଏଭଳି ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର ଆବଶ୍ୟକ ଥିବା ବେଳେ ବିଭାଗ ମଧ୍ୟ ଏଭଳି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ଦିଲୀପ ହାଲି ।

ସେହିପରି ପ୍ରଯୋଜକ ସଚ୍ଚିକାନ୍ତ ଜେନା କହିଛନ୍ତି, ଯଦି ବିଭାଗ ସ୍ୱଚ୍ଛତା ଚୟନ କରୁଛି ତେବେ କାହିଁକି ସର୍ବସାଧାରଣ ହେଉନି ତାଲିକା ତେଣୁ ଏହାକୁ ଆମେ ବିରୋଧ କରୁଛୁ । କାରଣ ଏହି ପୁରସ୍କାର ରାଜ୍ୟ ପାଇଁ ଗୌରବ ଅଟେ । ତେଣୁ ଏହି ସମ୍ମାନକୁ ବିଭାଗ ହାନି ନ କରି ସଠିକ ଚୟନ କରି ସିନେମା ଶିଳ୍ପକୁ ବଞ୍ଚାନ୍ତୁ ବୋଲି କହିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.