ETV Bharat / state

ଜାତୀୟ ସଂହତି ଦିବସ ଉପଲକ୍ଷେ ବିଧାନସଭାରେ ଶପଥ ପାଠ

author img

By

Published : Nov 20, 2022, 7:33 AM IST

ଓଡ଼ିଶା ବିଧାନସଭା ପକ୍ଷରୁ ଜାତୀୟ ସଂହତି ଦିବସ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଦିବସକୁ ଦେଶବ୍ୟାପୀ ଜାତୀୟ ସଂହତି ଦିବସ ରୂପେ ପାଳନ କରାଯାଉଛି । ଅଧିକ ପଢନ୍ତୁ

ଜାତୀୟ ସଂହତି ଦିବସ ଉପଲକ୍ଷେ ବିଧାନସଭାରେ ଶପଥ ପାଠ
ଜାତୀୟ ସଂହତି ଦିବସ ଉପଲକ୍ଷେ ବିଧାନସଭାରେ ଶପଥ ପାଠ

ଭୁବନେଶ୍ବର: ଓଡ଼ିଶା ବିଧାନସଭା ପକ୍ଷରୁ ଜାତୀୟ ସଂହତି ଦିବସ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଦିବସକୁ ଦେଶବ୍ୟାପୀ ଜାତୀୟ ସଂହତି ଦିବସ ରୂପେ ପାଳନ କରାଯାଉଛି । ଧର୍ମ,ଭାଷା, ପ୍ରାନ୍ତ ନିର୍ବିଶେଷରେ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଏବଂ ଦେଶବାସୀଙ୍କ ମଧ୍ୟରେ ଭ୍ରାତୃତ୍ୱଭାବ ଓ ଏକତାକୁ ସୁଦୃଢ଼ କରିବା ଏହି ଦିବସର ଉଦ୍ଦେଶ୍ୟ ।

ଏହି ମର୍ମରେ ଗତକାଲି ବିଧାନସଭା ପରିସରରେ ସଚିବ ଦାଶରଥୀ ଶତପଥୀ ବିଧାନସଭାର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ଦେଶର ସ୍ୱାଧୀନତା ତଥା ଏକତା ବଜାୟ ରଖିବା ସହ ଦେଶକୁ ସୁଦୃଢ଼ କରିବା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବା ନେଇ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.