ETV Bharat / state

NAC Elections: ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ସାଧାରଣ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷଣ ନିଯୁ୍କ୍ତ
NAC Elections
author img

By

Published : Mar 5, 2023, 8:02 AM IST

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏବଂ ବରଗଡ଼ ଜିଲ୍ଲାର ଅତାବିରା ଏନଏସି ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ଚାଲିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ସାଧାରଣ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଉଭୟ ବର୍ଗର ପର୍ଯ୍ୟବେକ୍ଷକଙ୍କୁ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ ନିର୍ବାଚନ କାର୍ଯ୍ୟ ସୁପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ସାଧାରଣ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଅତାବିରା ଏନ୍‌ଏସି ପାଇଁ ନୃସିଂହ ଚରଣ ସ୍ବାଇଁ ଓ ହିନ୍ଦୋଳ ଏନ୍‌ଏସି ପାଇଁ ବିମଳେନ୍ଦୁ ରାୟ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଦିଲ୍ଲୀପ କୁମାର ସାହୁ ଓ ନିୟତୀ ପଟ୍ଟନାୟକଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ (ସଂରକ୍ଷିତ) ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଅତାବିରା ଏନଏସି ପାଇଁ ଫକୀର ମୋହନ ଶତପଥୀ ଓ ହିନ୍ଦୋଳ ଏନଏସି ପାଇଁ ପ୍ରମୋଦ କୁମାର ସାହୁଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ଦେବକଲ୍ୟାଣ ବେହେରା ଓ ଦୟାନିଧି ନାୟକଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ (ସଂରକ୍ଷିତ) ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ଅନୁଷ୍ଠିତ ହେଉଥିବା ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ସମ୍ପୃକ୍ତ ଅଞ୍ଚଳ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହେବେ । ଏହା ସହ ସେଠାରେ ରହି ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବେ । ଜିଲ୍ଲାପାଳ, ଏସପିଙ୍କ ସହ ମିଶି ନିର୍ବାଚନବେଳେ ସଂପୃକ୍ତ ଅଞ୍ଚଳର ଆଇନଶୃଙ୍ଖଳା ଉପରେ ଦୃଷ୍ଟି ରଖିବେ । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ପ୍ରାର୍ଥୀଙ୍କ ପାଇଁ ଆୟୋଗଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ନିର୍ବାଚନୀ ଖର୍ଚ୍ଚରୁ ଯେପରି ଅଧିକ ନହେବ ସେଥିପ୍ରତି ଦୃଷ୍ଟି ଦେବେ ।

ସାଧାରଣ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ଜିଲ୍ଲାକୁ ଅତିକମରେ ଦୁଇଥର ଗସ୍ତ କରି ନିର୍ବାଚନ କାର୍ଯ୍ୟ କରିବେ ବୋଲି ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ କହିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସାଧାରଣ ପର୍ଯ୍ୟବେକ୍ଷକମାନେ ତୁରନ୍ତ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ କରିବେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଚିବ ଆଜାଦ ହିନ୍ଦ ପାଣିଗ୍ରାହୀ ଓ ଆଇନ ଅଧିକାରୀ ମାଧୁରୀ ମିଶ୍ର ବୈଠକରେ ଉପସ୍ଥିତ ଥିଲେ ।

ପ୍ରକାଶଥାଉ କି, ଆସନ୍ତାମାସ ଏପ୍ରିଲ 3 ତିରଖରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ଅନୁଷ୍ଠିତ ହେବ । 5 ତାରିଖରେ ଫଳାଫଳ ପ୍ରକାଶ ପାଇବ । ବରଗଡ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିର କାର୍ଯ୍ୟକାଳ ଏପ୍ରିଲ 12 ତାରିଖରେ ଶେଷ ହେବ । ଏହା ପୂର୍ବରୁ ଉଭୟ ଏନଏସିରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ 9ରୁ 15 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । 17 ତାରିଖରେ ନାମାଙ୍କନ ଯାଞ୍ଚ ହେବା ସହ ମାର୍ଚ୍ଚ 20 ତାରିଖରେ ନାମାଙ୍କନ ପ୍ରତ୍ୟାହାର ପାଇ ତାରିଖ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.