ETV Bharat / state

ରାଜ୍ୟରେ ବୃଦ୍ଧିପାଉଛି ମୋଟାପଣ, ଫାଷ୍ଟଫୁଡ ଖାଦ୍ୟ ମୁଖ୍ୟ ସମସ୍ୟା - National Family Health Survey Report

ରାଜ୍ୟରେ ମେଦବହୁଳତା ବା ମୋଟାପଣରେ ପାଖାପାଖି 2 ପ୍ରତିଶତ ବଢିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 5 ରିପୋର୍ଟ ଆଧାରରେ ୫ ବର୍ଷ ବୟସରୁ କମ୍‍ ବୟସର ୨.୬ ପ୍ରତିଶତ ପିଲାଙ୍କ ଠାରେ ମୋଟାପଣ ପରିଲକ୍ଷିତ ହେଉଛି । ଅଧିର ପଢନ୍ତୁ

ରାଜ୍ୟରେ ବୃଦ୍ଧିପାଉଛି ମୋଟାପଣ , ଫାଷ୍ଟ ଫୁଡ ଖାଦ୍ୟ ହେଉଛି ମୁଖ୍ୟ ସମସ୍ୟା

author img

By ETV Bharat Odisha Team

Published : Dec 1, 2023, 9:18 PM IST

ରାଜ୍ୟରେ ବୃଦ୍ଧିପାଉଛି ମୋଟାପଣ , ଫାଷ୍ଟ ଫୁଡ ଖାଦ୍ୟ ହେଉଛି ମୁଖ୍ୟ ସମସ୍ୟା

ଭୁବନେଶ୍ୱର: ରାଜ୍ୟରେ ମେଦବହୁଳତା ବା ମୋଟାପଣ ବୃଦ୍ଧି ଘଟିଛି । ଯାହା ପୂର୍ବରୁ ପାଶ୍ଚାତ୍ୟ ଦେଶ ଗୁଡିକରେ ମେଦବହୁଳତା ବା ମୋଟାପଣ ଅଧିକ ଦେଖାଯାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଫାଷ୍ଟଫୁଡ ଯେଉଁ ଭଳି ଭାବରେ ଅଧିକ ବ୍ୟବହାର ହେଲାଣି ତେଣୁ ସବୁଠାରେ ମେଦବହୁଳତା ବା ମୋଟାପଣର ସମସ୍ୟା ଦେଖାଯାଉଛି । ଯାହା ରାଜ୍ୟରେ ମେଦବହୁଳତା ପାଖାପାଖି 2 ପ୍ରତିଶତ ବଢିଛି । ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ମେଦବହୁଳତା ବଢିବାରେ ଲାଗିଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 5 ରିପୋର୍ଟ ଆଧାରରେ ୫ ବର୍ଷ ବୟସରୁ କମ୍‍ ବୟସର ୨.୬ ପ୍ରତିଶତ ପିଲାଙ୍କ ଠାରେ ମୋଟାପଣ ପରିଲକ୍ଷିତ ହେଉଛି ।ତେବେ ଏହା ବର୍ତ୍ତମାନ ବୃଦ୍ଧି ହୋଇ ୩.୫ ପ୍ରତିଶତରେ ପହଞ୍ଛିଛି । ତେବେ ଏହାରି ମଧ୍ୟରେ ସର୍ବାଧିକ ୫.୫ ପ୍ରତିଶତ ସହରାଞ୍ଚଳରେ ଓ ୩.୨ ପ୍ରତିଶତ ଗ୍ରାମାଞ୍ଚଳରେ ଦେଖାଯାଉଛି। ଆଗକୁ ମଧ୍ୟ ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞ ମାନେ ଆଶା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଅଜୀର୍ଣ୍ଣ ବି ପେଟ କର୍କଟ ରୋଗର ଲକ୍ଷଣ ହୋଇପାରେ, ଏହାକୁ ରୋକିବା ପାଇଁ ଜାଣନ୍ତୁ ଉପାୟ

ତେବେ ପିଲାମାନଙ୍କ ମୋଟାପଣର ମୁଖ୍ୟ କାରଣ ହେଉଛି ଜଙ୍କ ଫୁଡ (ତେଲ ମସଲା ଜାତୀୟ ଖାଦ୍ୟ)। ଛୋଟ ଛୋଟ ପିଲାମାନେ ଘରୋଇ ଖାଦ୍ୟ ବଦଳରେ ଅଧିକ ମାତ୍ରାରେ ଜଙ୍କଫୁଡ ଖାଦ୍ୟ ଖାଇବା । ଏହା ସହ କମ୍‍ ପରିମାଣରେ ଖେଳକୁଦ କରିବା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟରେ ଅସନ୍ତୁଳନ ପରିଲକ୍ଷିତ ହେଉଛି। ଯାହା ଦ୍ଵାର ଅଧିକରୁ ଅଧିକ ସଂଖ୍ୟାରେ ପିଲାମାନେ ମୋଟା ହୋଇଯାଉଛନ୍ତି। ଏହା ସହ ଅନେକ ଛୋଟ ପିଲାଙ୍କ ଠାରେ ମୋଟାପଣ ସାଙ୍ଗକୁ ମଧୁମେହ ଭଳି ରୋଗ ଦେଖିବାକୁ ମିଳୁଛି।

ଅନ୍ୟପଟେ ରାଜ୍ୟରେ ମଧ୍ୟ ଗେଡାପଣ ବୃଦ୍ଧି ଘଟୁଛି । ତେବେ ଏହାକୁ ଦୂର କରିବା ପାଇଁ ମାଆ କ୍ଷୀରକୁ ଦିଆଯିବ ପ୍ରାଧାନ୍ୟ ଅଟେ । ସୁବର୍ଣ୍ଣ ୧୦୦୦ ଦିନକୁ ଦିଆଯାଉଛି ଗୁରୁତ୍ଵ । ବୟସ ଅନୁସାରେ ଯଦି ଉଚ୍ଚତା ନବଢେ ତେବେ ତାକୁ ଗେଡାପଣ ବୋଲି କୁହାଯାଏ । ଜନ୍ମର ୨ ବର୍ଷ ଭିତରେ ଯଦି ଏହାର ଚିକିତ୍ସା ନକରାଯାଏ ତେବେ ଏହାକୁ ନିରାକରଣ କରିବା ବହୁ କଷ୍ଟ ହେଇଯାଏ । ତେଣୁ ଗର୍ଭାବସ୍ଥାରୁ ପିଲାକୁ ୨ ବର୍ଷ ହେବା ଯାଏଁ ପିଲାର ଶାରୀରିକ ଓ ମାନସିକସ୍ତରରେ ବିକାଶ ହୋଇଥାଏ । ତେଣୁ ଏହି ୧୦୦୦ ଦିନକୁ ସୁବର୍ଣ୍ଣ ୧୦୦୦ ଦିନ ହିସାବରେ ଧରାଯାଏ । ଏଥିପ୍ରତି ଦୃଷ୍ଟି ଦିଆଯିବ ଦରକାର କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେହିଭଳି ଯେଉଁ ଶିଶୁ ଅପରିପକ୍ୱ ରହିଛି ମାଆ କ୍ଷୀର ଖାଇପାରୁନି ତା ପାଇଁ ମାଆ କ୍ଷୀର ସଂଗ୍ରହ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୧୮ LMU ୨ ଟି CLMC ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.