ETV Bharat / state

5ଟି ସଚିବଙ୍କୁ କାଳିମାଡକୁ ନିନ୍ଦା କଲା OAS ଆସୋସିଏସଏନ - ନିନ୍ଦା କଲା OAS ଆସୋସିଏସଏନ

ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ, ଆଜି ଓଡ଼ିଶା ପାଇଁ କଳା ଦିବସ । ସରକାରୀ କର୍ମଚାରୀଙ୍କ ପାଇଁ ଦୁଃଖଦ ଘଟଣା । କିଛି ଅସାମାଜିକ ବ୍ୟକ୍ତି କାଳୀ ଫିଙ୍ଗିଛନ୍ତି । ଯାହାକି ଅଶୋଭନୀୟ କଥା । ଏଭଳି ବ୍ୟକ୍ତିର ମସ୍ତିଷ୍କ ଠିକ ନଥିବ । ବହୁତ ସମୟରେ ଶୁଣୁ ଲୋକଙ୍କ କଥା ସରକାରୀ କର୍ମଚାରୀ ଶୁଣୁନାହାଁନ୍ତି । ଅଧିକ ପଢନ୍ତୁ

5ଟି ସଚିବଙ୍କୁ କାଳିମାଡକୁ ନିନ୍ଦା କଲା OAS ଆସୋସିଏସଏନ

author img

By

Published : Aug 19, 2023, 10:35 PM IST

5ଟି ସଚିବଙ୍କୁ କାଳିମାଡକୁ ନିନ୍ଦା କଲା OAS ଆସୋସିଏସଏନ

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ସମୟରେ 5T ସଚିବଙ୍କ ଉପରକୁ କାଳୀ ମାଡ଼ । ଘଟଣାକୁ ନିନ୍ଦା କରିଛି OAS ଆସୋସିଏସନ । ସାମ୍ବାଦିକ ସମ୍ମିଳନୀ କରି ଏହାକୁ ନିନ୍ଦା କରିଛି ସଂଘ । ଏଥିସହ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଂଘ ।

ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ, ଆଜି ଓଡ଼ିଶା ପାଇଁ କଳା ଦିବସ । ସରକାରୀ କର୍ମଚାରୀଙ୍କ ପାଇଁ ଦୁଃଖଦ ଘଟଣା । କିଛି ଅସାମାଜିକ ବ୍ୟକ୍ତି କାଳୀ ଫିଙ୍ଗିଛନ୍ତି । ଯାହାକି ଅଶୋଭନୀୟ କଥା । ଏଭଳି ବ୍ୟକ୍ତିର ମସ୍ତିଷ୍କ ଠିକ ନଥିବ । ବହୁତ ସମୟରେ ଶୁଣୁ ଲୋକଙ୍କ କଥା ସରକାରୀ କର୍ମଚାରୀ ଶୁଣୁନାହାଁନ୍ତି । କିନ୍ତୁ ଯେତବେଳେ ଜଣେ ଅଧିକାରୀ ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକ ମାନଙ୍କ କଥା ବୁଝୁଛନ୍ତି ସେତବେଳେ ଏଭଳି ଆଚରଣ ଆମକୁ ବ୍ୟଥିତ କରିଛି । ଏଭଳି ଘଟଣାର ପୁନରାବୃତ୍ତି ନହେଉ । ଆଜି ଯାହା ଘଟିଲା ସାଢେ 4 କୋଟି ଓଡ଼ିଆଙ୍କ ଉପରେ କାଳୀ ପଡିଲା ।

ଏହାବି ପଢନ୍ତୁ-5T ସଚିବଙ୍କୁ କାଳିମାଡ଼ ନେଇ ବାକ୍‌ ଯୁଦ୍ଧ; ବିଜେପି-ବିଜେଡି ଦୋଷ ଲଦାଲଦି, କାହା କ୍ୟାମ୍ପର ଭାସ୍କର ?

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ କର୍ମଚାରୀ ହେଉଛନ୍ତି ଶାସନ ପ୍ରକ୍ରିୟାର ଅବିଛେଦ୍ୟ ଅଙ୍ଗ । ଲୋକଙ୍କ ପାଇଁ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ତଦାରଖ ପରିଚାଳନା ଏବଂ ସଫଳ ରୂପାୟନ ପାଇଁ ସେମାନେ ସଦା ସର୍ବଦା ଲୋକଙ୍କ ନିକଟକୁ ଯାଇଥାନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଶୁଦ୍ଧପୂତ ମନରେ ଏବଂ ଅଙ୍ଗିକାର ବଦ୍ଧତାର ସହ ଜନକଲ୍ୟାଣକାରୀ ଯୋଜନାରେ କାର୍ଯ୍ୟକାରିତାକୁ ରୂପରେଖ ଦେବା ନିମନ୍ତେ ଯାଇଥିଲେ । ଆଜି ଯେଉଁଭଳି ଭାବରେ ସତ୍ୟବାଦୀ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଶାସନ ସଚିବ-5T ସଚିବ ଭି କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳଙ୍କ ଉପରେ କାଳିମାଡ଼ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ।

ଓଡିଶା ପ୍ରଶାସନିକ ସେବା ସଂଘ ଏହାର ଦୃଢ ନିନ୍ଦା କରୁଛି । ଏଭଳି ଆଚରଣ କେବଳ ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରୁଛି ତାହା ନୁହେଁ, ଏହା ସରକାରୀ କର୍ମଚାରୀମାନଙ୍କୁ ଜନସେବା କରିବା ଦିଗରେ ନିରୁତ୍ସାହିତ କରିବା ଏବଂ ସେମାନଙ୍କ ମନୋବଳ ହ୍ରାସ ଘଟାଇବ । ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷକୁ ଦୁଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବାକୁ ସଂଘ ଦାବି କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସମ୍ପାଦକ ବିଜୟ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଅମ୍ବିକା ଦାସ, ବିନୋଦ ଜେନା, ଆଶିଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସତ୍ୟବାଦୀରେ ଏକ କାର୍ଯ୍ୟକ୍ରମରେ 5ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କାଳି ମାଡ଼ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.