ETV Bharat / state

ନିଜ ଛେପ ଢୋକିଲେ ସରକାର, ତିନି ଦିନ ପରେ ସ୍ବାଭାବିକ ହେଲା ବିଧାନସଭା

Odisha Assembly: ବିଧାନସଭାରେ ଅଚଳାବସ୍ଥାର ଅବସାନ । କ୍ୟାବିନେଟରେ ଆଦିବାସୀ ଜମି ହସ୍ତାନ୍ତର ନିୟମ ପ୍ରତ୍ୟାହୃତ ପରେ ଚତୁ୍ର୍ଥ ଦିନରେ ସ୍ବାଭାବିକ ହେଲା ଗୃହକାର୍ଯ୍ୟ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Nov 24, 2023, 1:40 PM IST

ନିଜ ଛେପ ଢୋକିଲେ ସରକାର, ତିନି ଦିନ ପରେ ସ୍ବାଭାବିକ ହେଲା ବିଧାନସଭା
ନିଜ ଛେପ ଢୋକିଲେ ସରକାର, ତିନି ଦିନ ପରେ ସ୍ବାଭାବିକ ହେଲା ବିଧାନସଭା

ଭୁବନେଶ୍ବର: ପ୍ରଥମେ ମୋହର, ପରେ ପ୍ରତ୍ୟାହାର । ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାକୁ ପୁଣି ଥରେ କ୍ୟାବିନେଟ ବୈଠକରେ ପ୍ରତ୍ୟାହାର କରି ନିଆଯାଇଛି। ବିଧାନସଭାରେ ବିରୋଧୀଙ୍କ ହଲ୍ଲା ବୋଲ୍ ପରେ, ନିଜ ଛେପ ଢୋକିଛନ୍ତି ରାଜ୍ୟ ସରକାର। ଆଦିବାସୀ ଜମି ସଂପର୍କିତ ପୂର୍ବ ନିଷ୍ପତ୍ତିକୁ , ରାଜ୍ୟ ସରକାର ଉପଦେଷ୍ଟା କମିଟିକୁ ପଠାଇ ଦେଇଛନ୍ତି । ସରକାରଙ୍କ ନୂଆ ନିଷ୍ପତ୍ତି ପରେ, ସ୍ବାଭାବିକ ହୋଇଛି ଗୃହକାର୍ଯ୍ୟ । ତିନି ଦିନର ଅଚଳାବସ୍ଥା ପରେ, ଚତୁର୍ଥ ଦିନରେ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ସ୍ବାଭାବିକ ଭାବେ ଚାଲିଛି।

ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ଆଜି(ଶୁକ୍ରବାର) ନିର୍ଦ୍ଧାରିତ ସମୟ ଦିନ ସାଢ଼େ ଦଶଟାରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ। ପ୍ରଥମେ ପ୍ରଶ୍ନକାଳ ଏବଂ ପରେ ଶୂନ୍ୟକାଳ ଚାଲିଥିଲା। ପ୍ରଶ୍ନକାଳରେ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କୋଶଳ ଭାଷାରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର କୋଶଳୀ ଭାଷାରେ ଦେଇଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଏହା ମଧ୍ଯ ପଢ଼ନ୍ତୁ: କୋଶଳୀ ଭାଷାରେ ପ୍ରଶ୍ନୋତ୍ତର, ବିଧାୟକ ନରସିଂହଙ୍କ ପ୍ରଶ୍ନକୁ ଗୃହରେ କୋଶଳୀରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରତାପ

ଆଜି(ଶୁକ୍ରବାର) ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ସକାଳ 10ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ନିୟମ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ସରକାର ଏହାକୁ ଉପଦେଷ୍ଟା କମିଟିକୁ ସୁପାରିସ କରିଛନ୍ତି । କ୍ୟାବିନେଟ ବୈଠକରେ 3ଟି ପ୍ରସ୍ତାବରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର । ରାଜସ୍ବ, କୃଷି ଓ ଆଇଟି ସଂପର୍କିତ 3ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି।

ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର । ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ ଗତ 14 ତାରିଖରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ବୋଲି ଆଇନରେ ସଂଶୋଧନ ହୋଇଥାଆନ୍ତା । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା । ସରକାରଙ୍କ ନିଷ୍ପତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । ଫଳରେ ନଭେମ୍ବର 16ରେ ଏହାକୁ ସ୍ଥଗିତ ଘୋଷଣା କରିଥିଲେ ସରକାର । ଏହା ସତ୍ତ୍ବେ ବିରୋଧୀଙ୍କ ବିରୋଧ ତୀବ୍ର ହେବା ପରେ, ଶେଷରେ ଆଜି(ଶୁକ୍ରବାର) କ୍ୟାବିନେଟ ବୈଠକରେ ଆଦିବାସୀ ଜମି ହସ୍ତାନ୍ତର ନିୟମ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.