ଖୋର୍ଦ୍ଧା: ପାଗରେ ପରିବର୍ତ୍ତନ ହୋଇ ଦୁଇଦିନ ଧରି ଖୋର୍ଦ୍ଧା ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ସାଧାରଣ ଜୀବନଯାତ୍ରା ଉପରେ ବେଶ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଘନ କୁହୁଡି ପାଇଁ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି ।
ସକାଳୁ ପ୍ରାତଃ ଭ୍ରମଣରେ ବାହାରି ଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ପାଗରେ ଏମିତି ପରିବର୍ତ୍ତନ ଆଗକୁ ଶୀତ ବଢିବ ବୋଲି ଆଶଙ୍କା ସୃଷ୍ଟି କରିଛି । ଭୋର ସମୟରୁ ଦିନ 10ଟା ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ରାସ୍ତାରେ ଯାତାୟାତ ପ୍ରଭାବିତ ହେଉଛି । କୁହୁଡିର ପ୍ରଭାବ ଏତେ ଅଧିକ ରହୁଛି ଯେ ଅତି ନିକଟରୁ କୌଣସି ବସ୍ତୁ ଦୃଶ୍ୟମାନ ହେଉନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ