ETV Bharat / state

କଲେଜରେ ପଡ଼ିଲା ତାଲା, ଆନ୍ଦୋଳନକୁ ଓହ୍ଲାଇଲେ ୬୬୨ ବର୍ଗ କଲେଜ ସଂଘ

author img

By

Published : Jul 26, 2023, 11:03 PM IST

ପ୍ରତିଶୃତି ଦେଇ ଭୁଲିଗଲେ ସରକାର । ପୁଣି ରାଜରାସ୍ତାକୁ ଓହ୍ଲାଇଲେ ୬୬୨ ବର୍ଗ କଳେଜ ସଂଘ । ଭୁବନେଶ୍ବର ସ୍ଥିତ ଲୋୟର ପିଏମଜିରେ ଗର୍ଜିଲେ ଶହଶହ ଅଧ୍ୟାପକ । ଅଧିକ ପଢ଼ନ୍ତୁ

non govt lecturers protest at lower pmg
ଆନ୍ଦୋଳନକୁ ଓହ୍ଲାଇଲେ ୬୬୨ ବର୍ଗ କଲେଜ ସଂଘ
ଆନ୍ଦୋଳନକୁ ଓହ୍ଲାଇଲେ ୬୬୨ ବର୍ଗ କଲେଜ ସଂଘ

ଭୁବନେଶ୍ବର: ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜରେ ପାଠପଢ଼ା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ୬୬୨ ବର୍ଗ କଳେଜ ସଂଘ । ଦୀର୍ଘ ୧୬୦ ଦିନ ହେଲା ଲୋୟର ପିଏମଜି ଠାରେ ବିଭିନ୍ନ ଦାବି ନେଇ ଧାରଣାରେ ବସି ରହିଥିଲା ସଂଘ । ହେଲେ ସରକାର ସେମାନଙ୍କର ଦାବିକୁ କର୍ଣ୍ଣପାତ ନ କରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଶାଳ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନରୁ ବାହାରି ଗାନ୍ଧୀମାର୍ଗରେ ଗର୍ଜିଥିଲେ ଶହଶହ ଅଧ୍ୟାପକ । ମାଷ୍ଟର କ୍ୟାଣ୍ଟିନରୁ ଚାଲିଚାଲି ଆସି ଲୋୟର ପିଏମଜିରେ ଧାରଣ ଦେଇ ବିକ୍ଷୋଭ ପଦର୍ଶନ କରିଛନ୍ତି ।

୬୬୨ ବର୍ଗ କଳେଜ ସଂଘ ବିଭିନ୍ନ ସମୟରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ସୁପରିଚାଳନା କରିବା ସଙ୍ଗେସଙ୍ଗେ ମୂଲ୍ୟାୟନ କାର୍ଯ୍ୟପନ୍ଥା ମଧ୍ୟ ସଠିକ ଭାବେ ନିର୍ବାହ କରିଆସୁଥିଲେ । ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ଆଲୋଚନାକୁ ଆଗକୁ ବଢ଼ାଇବା ସହ ସଂଘର ଦାବି ପୂରଣ ପାଇଁ କଥା ଦେଇଥିଲେ ମଧ୍ୟ ବର୍ତ୍ତମାନ ସରକାର ମନବଦଳାଇ ପ୍ରତାରଣା ଦେଇଥିବା ୬୬୨ ବର୍ଗ କଳେଜ ସଂଘ ଅଭିଯୋଗ କରିଛି । ଏନେଇ ସଂଘ ସଭାପତି କହିଛନ୍ତି,"ସରକାର ବାରମ୍ବାର ଦାବି ପୂରଣ ନେଇ ପ୍ରତିଶୃତି ଦେଇଥିବା ବେଳେ ତାହା ପୂରଣ କରୁନାହାନ୍ତି । ଯାହା ଆମ ପ୍ରତି ଅବହେଳା ସହ ଅସମ୍ମାନିତ କଲା ସଦୃଶ ମନେ ହେଉଛି । ତେଣୁ ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନ ହୋଇଛି, ସେପର୍ଯ୍ୟନ୍ତ କଲେଜ ଖୋଲିବ ନାହିଁ । କେବଳ ମନ୍ତ୍ରୀ ନୁହେଁ ସଚିବଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଆମ ଦାବି ନେଇ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।" ତେଣୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ କଲେଜ ଖୋଲା ହେବ ନାହିଁ କି ପାଠ ପଢ଼ାଇବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି । ଆବଶ୍ୟକ ପଡ଼ିଲେ ଅଭିଭାବକ ଛାତ୍ରଛାତ୍ରୀ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବେ ସଂଘ କହିଛି ।
ଏହା ମଧ୍ୟ ପଢ଼ନ୍ତୁ: ବରଗଡରେ ଅଧ୍ୟାପକ କର୍ମଚାରୀ ସଙ୍ଘ ବିକ୍ଷୋଭ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଆନ୍ଦୋଳନ ଚେତାବନୀ

ସୂଚନା ଅନୁଯାୟୀ, ୬୬୨ ବର୍ଗ କଳେଜ ସଂଘ ୪ ଦଫା ଦାବି ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛି । ଦାବିଗୁଡ଼ିକ ହେଲା ସମାନ ଗ୍ରେଡ ପେ ଆଧାରରେ ସମସ୍ତ ବର୍ଗଙ୍କୁ ସମାନ ଦରମା, ଏହି ବର୍ଗର କର୍ମଚାରୀଙ୍କୁ ପେନସନ ପରିସର ଭୁକ୍ତ କରିବା, ୨୦୧୮ ଜି.ଓ. ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ଓ ବାଦ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଆଦି ଦାବି ନେଇ ସଂଘ ଆନ୍ଦୋଳନରେ ବସି ରହିଛନ୍ତି । ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାରେ ପ୍ରାୟ ୭୦ ଭାଗ ଦାୟିତ୍ଵ ଏହି ବର୍ଗର କର୍ମଚାରୀମାନେ ବହନ କରୁଛନ୍ତି । ଅବସର ସମୟରେ କୌଣସି ଅବସରକାଳୀନ ସୁବିଧା କିମ୍ବା ପେନସନ ମିଳୁନାହିଁ । ତେଣୁ ଏହିସବୁ ଦାବି ପୂରଣ ନହେବାରୁ ସମସ୍ତ କଲେଜରେ ପାଠପଢ଼ା ବନ୍ଦ କରିଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.