ETV Bharat / state

ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି - ଜଟଣୀ ପୌରପରିଷଦ

ପୌର ନିର୍ବାଚନ ପାଇ ଆଜିଠୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପରେ ପୌର ନିର୍ବାଚନକୁ ନେଇ ସରଗରମ ହୋଇଉଠୁଛି ରାଜନୀତି । ଅଧିକ ପଢନ୍ତୁ

ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି
ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି
author img

By

Published : Mar 2, 2022, 6:25 PM IST

ଖୋର୍ଦ୍ଧା: ସରିଛି ପଞ୍ଚାୟତ ଭୋଟ୍। ଫଳାଫଳକୁ ନେଇ ବିଜେଡି ନେତା ଉତ୍ସାହିତ । ତେବେ ଏଭଳି ସ୍ଥଳେ ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ହେବାକୁ ଯାଉଛି । ସେଥିପାଇ ଆଜି(ବୁଧବାର) ଠାରୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ସକାଳ ୧୧ରୁ ସନ୍ଧ୍ୟା ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବାକୁ ଧାର୍ଯ୍ୟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ପୌରପରିଷଦ, ବାଲୁଗାଁ ଓ ବାଣପୁର ବିଜ୍ଞାପିତ ପରିଷଦରେ ଅଧ୍ୟକ୍ଷ ପଦ ଓ ୱାର୍ଡ଼ସଭ୍ୟ ଲାଗି ନିର୍ବାଚନକୁ ନେଇ ରାଜନୀତି ସରଗରମ୍ ହୋଇଉଠୁଛି ।

ସୂଚନାନୁସାରେ ଏ ସବୁ ସହରାଞ୍ଚଳର ସମୁଦାୟ ୭୧ ଗୋଟି ୱାର୍ଡରେ ଭୋଟ୍ ହେବାକୁ ଥିବାବେଳେ ଭୋଟର ତାଲିକା ଏବଂ ମତଦାନ କେନ୍ଦ୍ର ଚିହ୍ନଟ ସରିଛି। ଖୋର୍ଦ୍ଧା ପୌରପରିଷଦର ୨୨ୱାର୍ଡ଼ରେ ୩୭ ହଜାର ୫୪୧ ଜଣ ମତଦାତା ଥିବାବେଳେ ଜଟଣୀର ୨୩ ୱାର୍ଡ଼ରେ ୪୫ହଜାର ୮୭୫ ଜଣ ମତଦାତା ଅଛନ୍ତି। ସେହିପରି ବାଣପୁର ଏନ.ଏ.ସି(NAC)ର ୧୫ୱାର୍ଡ଼ରେ ୧୩ ହଜାର ୨୨୫ ଏବଂ ବାଲୁଗାଁ ଏନ.ଏ.ସି(NAC)ର ୧୧ ୱାର୍ଡ଼ରେ ୧୨ହଜାର ୯୧୩ ଭୋଟର ଆଗାମୀ ପୌର ନିର୍ବାଚନରେ ମତଦାନ କରିବେ । ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ୯ ତାରିଖରେ ଯାଞ୍ଚ ଏବଂ ୧୪ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ୨୪ ତାରିଖ ସକାଳ ୮ରୁ ଅପରାହ୍ନ ୫ଟା ଯାଏଁ ଭୋଟ୍ ହେବା ନେଇ ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.