ଖୋର୍ଦ୍ଧା: ଶ୍ରାବଣ ମାସ ଶେଷ ହେଲାଣି ମାତ୍ର ବର୍ଷାର ଦେଖା ନାହିଁ । ଫଳରେ ଜିଲ୍ଲାର ଚିଲିକା ବ୍ଲକ ଅଧୀନରେ ଥିବା କୁହୁଡି, ସିଙ୍ଗେଶ୍ବର, ଅଠରବାଟିଆ, ବଡ଼କୂଳ, ଡୁଙ୍ଗମାଳ ଭଳି ବହୁ ଅଞ୍ଚଳରେ ହଜାର ହଜାର ଚାଷ ଜମିରେ ଆସନ୍ନ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ।
ବର୍ଷା ନହେବା କାରଣରୁ ଛୋଟ ଧାନ ଗଛ(ତଳି) ସବୁ ଜଳି ଗଲାଣି । ପାଣି ଅଭାବରୁ ଯେଉଁ ସବୁ ଜମିରେ ଧାନ ଫସଲ ବଞ୍ଚିବା କଷ୍ଟକର ହେବା ସହ ନଷ୍ଟ ହେଲାଣି । ଚାଷ ଜମିରେ ଗୋରୁ ଗାଈ ଚରୁଥିବା ଦେଖିବାକୁ ମିଳୁଛି । ଯାହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଚାଷୀ ମାନଙ୍କ କହିବା କଥା କୋରୋନା ମହାମାରୀ ଦୁଃଖ ଠାରୁ ଜମିରେ ପାଣିର ଅଭାବ ଚାଷୀର ଦୁଃଖକୁ ଦ୍ବିଗୁଣିତ କରିଛି । ସରକାରଙ୍କ ଠାରୁ ଋଣ ଆଣି କ୍ଷେତ ବାଡ଼ିରେ ଫସଲ କରିଥିବା ଚାଷୀର ସବୁ ଫସଲ ନଷ୍ଟ ହୋଇଛି । ଫଳରେ ଋଣ ପରିଶୋଧ ନେଇ ମଧ୍ୟ ଚିନ୍ତାରେ ଚାଷୀକୂଳ । ଚଳିତ ବର୍ଷ ପରିବାର ପୋଷିବା କଷ୍ଟକର ହୋଇଥିବା ବେଳେ ସରକାର ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ