ETV Bharat / state

ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି, ପାୱାର କଟ୍‌ ହେବାର ଚାନ୍ସ ନାହିଁ: ଶକ୍ତିମନ୍ତ୍ରୀ - ଅସମ୍ଭାଳ ହେଲାଣି ଖରା

ରାଜ୍ୟରେ ବିଦ୍ୟୁତ କାଟ ବା ପାୱାର କଟ କରାଯିବ ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି କହିଲେ ଶକ୍ତିମନ୍ତ୍ରୀ । ଅଧିକ ପଢ଼ନ୍ତୁ

ରାଜ୍ୟର ପାୱାର କଟ କରାଯିବ ନାହିଁ : ଶକ୍ତିମନ୍ତ୍ରୀ

author img

By

Published : Apr 12, 2023, 4:16 PM IST

ରାଜ୍ୟର ପାୱାର କଟ କରାଯିବ ନାହିଁ : ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ଅସମ୍ଭାଳ ହେଲାଣି ଖରା । ଗୁଳୁଗୁଳି କାରଣରୁ ହନ୍ତସନ୍ତ ରାଜ୍ୟବାସୀ । ଗରମର ପ୍ରଭାବ ବଢୁଥିବା ବେଳେ ବିଜୁଳି କାଟ୍‌ କରାଯିବ କି ନାହିଁ ସେନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶକ୍ତିମନ୍ତ୍ରୀ । ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ‘‘ରାଜ୍ୟରେ ପାୱାର କଟ୍‌ କରାଯିବ ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି । ଗଚ୍ଛିତ ବିଦ୍ୟୁତ ଆବଶ୍ୟକୀୟ ମୁତାବିକ ଯୋଗାଇ ଦିଆଯାଉଛି ।’’

ଅସହ୍ୟ ଖରା ହେବାରୁ ସେ ସହର ହେଉ ଅବା ଗାଁ ଟିକିଏ ଶୀତଳ ପାଇଁ ସବୁଠି ବିଦ୍ୟୁତର ଆଵଶ୍ୟକତା ରହିଛି । ତେବେ ଏପରି ସମୟରେ ସହରର କିଛି ସ୍ଥାନରେ ବିଦ୍ୟୁତ କାଟିବାର ଅଭିଯୋଗ ଆସିଛି । ଏହାକୁ ନେଇ ପ୍ରତିକ୍ରିୟା ରଖି ଶକ୍ତି ମନ୍ତ୍ରୀ, ବିଦ୍ୟୁତ କାଟ ଅଭଯୋଗକୁ ଖଣ୍ଡନ କରିବା ସହ ସିଧା ସଳଖ କହିଛନ୍ତି, ‘‘ଚଳିତବର୍ଷ ଖରାଦିନେ ବିଦ୍ୟୁତ କାଟ ହେବନାହିଁ କି ରାଜ୍ୟ ସରକାରଙ୍କ ସେଭଳି କିଛି ଯୋଜନା ନାହିଁ। କେଉଁଠି ବି ବିଜୁଳି କାଟ ହେଉନି କି ଆଗକୁ ହେବ ନାହିଁ । ଏହି ଅଭିଯୋଗକୁ କାଳ୍ପନିକ ସହ କେବଳ ଗଣମାଧ୍ୟମ ଏନେଇ ଆଶଙ୍କା ସୃଷ୍ଟି କରୁଛି ।’’

ଏହାସହ ମନ୍ତ୍ରୀ କହିଛନ୍ତି, ‘‘ଏଯାବତ ବିଜୁଳି କାଟ ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି ଆଉ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନର ବିଜୁଳି କାଟ ର ଅର୍ଥ ନୁହେଁ ପାୱାର କଟ। ହୁଏତ କେଉଁଠି ଟ୍ରାନ୍ସଫର୍ମର ଖରାପ ହୋଇଥିବ ନ ହେଲେ କାଳ ବୈଶାଖୀରେ ତାର ଛିଡି ଥିବ ସେଥିପାଇଁ ବିଦ୍ୟୁତ କାଟ ହୋଇଥିବ କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ କିଛି ଘୋଷଣା ହୋଇ ନାହିଁ ।’’

ଅଧିକ ପଢ଼ନ୍ତୁ: ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର

ସେହିପରି ସେ ଆହୁରି କହିଛନ୍ତି ଯେ ଆଗକୁ ପାୱାର କଟ୍‌ ହେବ କି ନାହିଁ ସେନେଇ ମନ୍ତ୍ରୀ କହିଛନ୍ତି,‘‘ ଆଗକୁ ପାୱାର କଟ୍‌ ହେବ କି ନାହିଁ, କେଉଁଠି ଟ୍ରାନ୍ସଫର୍ମର ପୋଡିବ ନା ସେନେଇ ସେ କହି ପରିବେ ନାହିଁ । ଲଗାତାର ଭାବେ କେଉଁଠି ବି ପାୱାର କଟ ହେଉନି । ସହରାଞ୍ଚଳ କି ଗ୍ରାମାଞ୍ଚଳରେ ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ଯାଉଥିବ ନହେଲେ ଏଥର ବିଦ୍ୟୁତ କଟର ସେଭଳି କିଛି ଆଶଙ୍କା ନାହିଁ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.