ETV Bharat / state

ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କଲା ସିଇଓଙ୍କ କାର୍ଯ୍ୟାଳୟ - ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ

ଆଗାମୀ ସାଧାରଣ ନିର୍ବାଚନ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ନିର୍ବାଚନ ଯେତେ ପାଖାଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । 2024ରେ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ 2024 ପୂର୍ବରୁ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 7, 2023, 11:00 PM IST

ଭୁବନେଶ୍ବର: ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । ଏହାକୁ ଖଣ୍ଡନ କରିଛି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ । ଏହି ଭଳି କଳ୍ପନାଜଳ୍ପନାରୁ ନିବୃତ୍ତ ହେବାକୁ ସିଇଓ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

ଆଗାମୀ ସାଧାରଣ ନିର୍ବାଚନ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ନିର୍ବାଚନ ଯେତେ ପାଖାଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । 2024ରେ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ 2024 ପୂର୍ବରୁ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ଇନ୍ଧନ ଯୋଗାଇଛି ବିଭିନ୍ନ ସ୍ଥାନକୁ ଓଡିଶାକୁ ଆସିଥିବା ଇଭିଏମ । ହାଇଦ୍ରାବାଦରୁ ଆସି ପୁରୀରେ ପହଞ୍ଚିଛି 8200 ୟୁନିଟ ଇଭିଏମ । ଇଭିଏମ ଓଡିଶାକୁ ଆସିବା ନେଇ ଆଗାମୀ ସାଧାରଣ ନିର୍ବାଚନ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । 2024 ବଦଳରେ 2023ରେ ସାଧାରଣ ନିର୍ବାଚନ ହେବ ବୋଲି କୁହାଯାଉଛି । ଏନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏହାବି ପଢନ୍ତୁ- ଆଦିବାସୀ ସଂସ୍କୃତି ଓ ପରମ୍ପରା ବଞ୍ଚାଇବାକୁ ପ୍ରୟାସ, ସ୍କୁଲରେ ଖୋଲାଯାଇଛି ସମ୍ପଦ ଗୃହ

ପ୍ରକାଶିତ ଖବରକୁ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଇଭିଏମ ଆସିବା ଏକ ସାଧାରଣ ପ୍ରକ୍ରିୟା । ଇଭିଏମ ଗୁଡିକର ଆୟୁଷ ଅଛି । ଏହାକୁ ବଦଳି କରାଯାଉଛି । ଭବିଷ୍ୟତର ନିର୍ବାଚନରେ ​​ବ୍ୟବହାର ପାଇଁ ଓଡିଶା ସମେତ ବିଭିନ୍ନ ରାଜ୍ୟକୁ କାରଖାନା ନିର୍ମିତ ଇଭିଏମ ଯୋଗାଇ ଦିଆଯାଉଛି । ଆସନ୍ତା ସାଧାରଣ ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏହା ନିରନ୍ତର ପ୍ରକ୍ରିୟା । ଆସନ୍ତା ନିର୍ବାଚନ ନେଇ ଗଣମାଧ୍ୟମରେ କିଛି କଳ୍ପନାଜଳ୍ପନା ନଜରକୁ ଆସିଛି । ବିଭିନ୍ନ ଗଣମାଧ୍ୟମରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି । ଏଭଳି ଖବର ପ୍ରସାରଣରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ।

ଏହାବି ପଢନ୍ତୁ- General Elections 2024: ବିଜେଡି ଜୟ ଜଗନ୍ନାଥ ନାରାକୁ କରିବ କି ମୁଦ୍ଦା ?

ରାଜ୍ୟରେ ଆଗୁଆ ନିର୍ବାଚନ ହେବା କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଥର ଇଙ୍ଗିତ କରିଛନ୍ତି । ଯେହେତୁ ଧର୍ମେନ୍ଦ୍ର ଜଣେ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଟାଣୁଆ ନେତା, ତେଣୁ ଆଗୁଆ ନିର୍ବାଚନ କଥାର ଗୁରୁତ୍ୱ ବଢିଯାଉଛି । ଏହାରି ମଧ୍ୟରେ ନିର୍ବାଚନ ପୂର୍ବରୁ ହାଇଦ୍ରାବାଦରୁ ପୁରୀରେ ଆସିଥିବା 8200 ୟୁନିଟ ଇଭିଏମ, ଚର୍ଚ୍ଚାକୁ ଆଗକୁ ବଢ଼େଇ ଦେଉଛି । ଇଭିଏମକୁ ପେଣ୍ଠକଟା ଓୟାରହାଉସରେ ରଖାଯାଇଛି । ନିର୍ବାଚନ ନଥାଇ ଇଭିଏମ ଆସିଥିବାରୁ ସଅଳ ନିର୍ବାଚନ ହେବା ନେଇ ପୁଣି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.