ETV Bharat / state

Plus Two Science Result: ଟପ-10ରେ ନାହିଁ ରାଜଧାନୀର କୌଣସି ସରକାରୀ କଲେଜ - ରାଜଧାନୀ ସରକାରୀ କଲେଜ

ଗତକାଲି ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ପ୍ରକାଶ ପାଇଥିଲା । ସେଥିରେ ଉଭୟ ବିଭାଗରେ ନୟାଗଡ ଜିଲ୍ଲା ସର୍ବାଧିକ ଭାବରେ ରେଜଲ୍ଟ କରିଥିବା ବେଳେ କ୍ୟାପିଟାଲ ସିଟିରେ ଟପ ରାଙ୍କ ରେ ନାହାନ୍ତି ମେଧାବୀ। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦିଆଯାଇଥିବା ମେଧାବୀ ତାଲିକା ଅନୁଯାୟୀ, ବାଣିଜ୍ୟ ବିଭାଗରେ 49 ବିଜ୍ଞାନ ବିଭାଗରେ 12 ନମ୍ବର ରାଙ୍କରେ ରହିଛି ଭୁବନେଶ୍ଵର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ। ଅଧିକ ପଢନ୍ତୁ

CHSE Odisha Science Result: ଟପ 10 ରେ ନାହାଁନ୍ତି ରାଜଧାନୀର କୌଣସି ସରକାରୀ କଲେଜ

author img

By

Published : Jun 1, 2023, 11:01 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ରେଜଲ୍ଟର ଟପ 10 ଭିତରେ ନାହିଁ ଭୁବନେଶ୍ଵରର କୌଣସି ସରକାରୀ କଲେଜ। ବିଜ୍ଞାନ ବିଭାଗରେ ଟପ 10 ଏବଂ ବାଣିଜ୍ୟରେ ଟପ 40 ମଧ୍ୟରେ ନାହିଁ ଭୁବନେଶ୍ଵର କୌଣସି ସରକାରୀ କଲେଜ। ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ପାଠ ପଢା ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଚଳିତ ବର୍ଷ ଫଳାଫଳ ନିରାଶ କରିଥିବା ଚର୍ଚ୍ଚା ହେଉଛି ।

ଗତକାଲି ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ପ୍ରକାଶ ପାଇଥିଲା। ସେଥିରେ ଉଭୟ ବିଭାଗରେ ନୟାଗଡ ଜିଲ୍ଲା ସର୍ବାଧିକ ଭାବରେ ରେଜଲ୍ଟ କରିଥିବା ବେଳେ କ୍ୟାପିଟାଲ ସିଟିରେ ଟପ ରାଙ୍କ ରେ ନାହାନ୍ତି ମେଧାବୀ। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦିଆଯାଇଥିବା ମେଧାବୀ ତାଲିକା ଅନୁଯାୟୀ, ବାଣିଜ୍ୟ ବିଭାଗରେ 49 ବିଜ୍ଞାନ ବିଭାଗରେ 12 ନମ୍ବର ରାଙ୍କରେ ରହିଛି ଭୁବନେଶ୍ଵର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ।

ତେବେ ରାଜ୍ୟରେ ବାଣିଜ୍ୟରେ ଟପ 100 ମଧ୍ୟରେ 102 ଜଣ ସ୍ଥାନ ଅଧିକାର କରିଥିବା ବେଳେ ବିଜ୍ଞାନ ରେ 101 ଜଣ ମେଧାବୀ ଛାତ୍ର ଛାତ୍ରୀ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଣିଜ୍ୟରେ ଟପ 100 ମଧ୍ୟରେ ଭୁବନେଶ୍ଵରର ଗୋଟିଏ ମାତ୍ର ସରକାରୀ କଲେଜ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ରହିଛି। ଯାହା ମାତ୍ର 5 ଜଣ ମେଧାବୀ 100 ମଧ୍ୟରେ ସ୍ଥାନ ପାଇଛନ୍ତି। ବିଜ୍ଞାନରେ ଟପ 100 ମଧ୍ୟରେ ଭୁବନେଶ୍ଵରର ସରକାରୀ କଲେଜ ସଂଖ୍ୟା ରହିଛି ମାତ୍ର ଗୋଟିଏ କଲେଜ । ଯାହା ରାଙ୍କ 12, 59, ଦୁଇ ଜଣ ମେଧାବୀ ଛାତ୍ରଛାତ୍ରୀ ରହିଛନ୍ତି।

ଭୁବନେଶ୍ବରରେ ରମାଦେବୀ, ବିଜେବି ମହର୍ଷି କଲେଜ ଭଳି ଅନେକ ସରକାରୀ ଯୁକ୍ତ ଦୁଇ କଲେଜ ରହିଛି। ତେବେ ଟପ 100 ମଧ୍ୟରେ ସରକାରୀ କଲେଜର ନାଁ ହିଁ ନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସରକାରୀ କଲେଜରେ କିଛିତ ସମସ୍ୟା ରହିଛି । ଯାହା ଫଳରେ ସରକାରୀ କଲେଜର ଛାତ୍ରଛାତ୍ରୀ ମାନେ ଭଲ ରେଜଲ୍ଟ କରିବାରେ ବିଫଳ ହେଉଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଗତ ବର୍ଷ ଠାରୁ ଚଳିତ ବର୍ଷର ଫଳାଫଳ ବହୁ ମାତ୍ରାରେ କମ ରହିଛି। ସାରା ରାଜ୍ୟରେ ବିଜ୍ଞାନରେ 84.93% ଓ ବାଣିଜ୍ୟରେ 81.12% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ପ୍ରକାଶ ଯେ, ଗତକାଲି ରାଜ୍ୟର ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.