ETV Bharat / state

ମାଗଣା UPSC କୋଚିଂ ପାଇଁ ନାହିଁ ଆଗ୍ରହ, ଅନୁପସ୍ଥିତ ରହିଲେ 97 ମନୋନୀତ ଆଶାୟୀ

author img

By

Published : Apr 16, 2023, 8:09 AM IST

ମାଗଣା UPSC କୋଚିଂ ପାଇଁ ନାହିଁ ଆଗ୍ରହ । ଅନୁପସ୍ଥିତ ରହିଲେ ପରୀକ୍ଷା ଦେଇ ମନୋନୀତ ହୋଇଥିବା ୯୭ ଆଶାୟୀ । ଅଧିକ ପଢନ୍ତୁ

ମାଗଣା UPSC କୋଚିଂ ପାଇଁ ନାହିଁ ଆଗ୍ରହ
ମାଗଣା UPSC କୋଚିଂ ପାଇଁ ନାହିଁ ଆଗ୍ରହ

ଭୁବନେଶ୍ବର: ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଆଶାୟୀ । ପରୀକ୍ଷା ଦେଇ ମନୋନୀତ ହୋଇଥିବା ଆଶାୟୀମାନେ ମାଗଣାରେ କୋଚିଂ ନେବା ପାଇଁ ମନ ବଳାଉ ନାହାନ୍ତି । 200 ଜଣ ମନୋନୀତଙ୍କ ମଧ୍ୟରୁ 103 ଜଣ ଆଶାୟୀ ମାଗଣାରେ କୋଚିଂ ପାଇଁ ଯୋଗ ଦେଇଥିବା ବେଳେ ବାକି 97 ଜଣ ଯୋଗ ଦେଇନାହାନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଏସବିକୁ(SSB) ଚିଠି ଲେଖି ମେଧା ତାଲିକାର ପରବର୍ତ୍ତୀ ଆଶାୟୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛି ।

ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ନାହିଁ ଆଗ୍ରହ

ସୂଚନା ଅନୁଯାୟୀ, ମାଗଣା ପ୍ରଶାସନିକ ସେବା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷାରେ ପାଖାପାଖି 8 ହଜାରରୁ ଊର୍ଦ୍ଧ୍ଵ ଆଶାୟୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ 200 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଏସଏସବି କୋଚିଂ ପାଇଁ ଚୟନ କରିଥିଲା । କେନ୍ଦ୍ରୀୟ ଲୋକସେବା ଆୟୋଗ(UPSC) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇସିଏସ୍) ପରୀକ୍ଷା ଲାଗି ମାଗଣା କୋଚିଂ ପାଇଁ ଗତ ମାସ 26 ତାରିଖରେ ପରୀକ୍ଷା ହୋଇଥିଲା । ଉଚ୍ଚଶିକ୍ଷା ବିଭାଗ ଦକ୍ଷତା ଭିତ୍ତିରେ 200 ଜଣ ଆଶାୟୀଙ୍କୁ ଚୟନ କରିଥିଲା । ଏହାସହ ସେମାନଙ୍କ ପ୍ରଶିକ୍ଷଣ ପାଇଁ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା 103 ଜଣ ଆଶାୟୀ କୋଚିଂ ପାଇଁ ଯୋଗ ଦେଇଥିବା ବେଳେ ଆହୁରି 97 ଜଣ ମାଗଣା କୋଚିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଏହାମଧ୍ୟ ପଢନ୍ତୁ: ସ୍କୁଲ ପିଲାଙ୍କୁ ସଡ଼କ ଦୁର୍ଘଟଣା ନେଇ ସଚେତନ କରାଯିବ, ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓପେସାର ଚିଠି

ସୂଚନା ଅନୁଯାୟୀ, ପ୍ରତିବର୍ଷ ରାଜ୍ୟରୁ ପ୍ରାୟ 5 ରୁ 6 ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ହେଲେ ବହୁତ କମ୍‌ ଓଡ଼ିଆ ପିଲା ୟୁପିଏସ୍‌ସିରେ ସଫଳ ହେଉଥିବା ଦେଖାଯାଉଛି । ଏନେଇ ଛାତ୍ରୀଛାତ୍ରଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ୟୁପିଏସ୍‌ସି କୋଚିଂ ବ୍ୟବସ୍ଥା କରାଯାଇଥିଲା । 2016-17 ମସିହାରେ ବିଶ୍ବବିଦ୍ୟାଳୟ ସ୍ତରରେ ଏଭଳି ମାଗଣା କୋଚିଂ ଆରମ୍ଭ ହୋଇଥିଲା ।

ହେଲେ ଦୁର୍ଭାଗ୍ୟର କଥା, ସରକାରୀ କୋଚିଂ ନେଇଥିବା ଜଣେ ବି ପିଲା ଆଇଏଏସ୍‌ ପାଇଲେ ନାହିଁ । ପରବର୍ତ୍ତୀ ସମୟରେ 2019-20 ମସିହାରେ ସରକାର ପୁଣି ମାଗଣା କୋଚିଂ ବ୍ୟବସ୍ଥା କରିଥିଲେ । ହେଲେ ତାହା ବି ବିଫଳ ହୋଇଥିଲା । ବର୍ତ୍ତମାନ ଚଳିତ ବର୍ଷରେ 200 ଜଣ ଆଶାୟୀ ପ୍ରାର୍ଥୀ ମାଗଣା କୋଚିଂ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେଥିମଧ୍ୟରୁ 97 ଜଣ ଯୋଗ ଦେବାକୁ ରାଜି ନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.