ETV Bharat / state

ଛାଡିଲା ବର୍ଷା, ବଢ଼ିଲା ଖରା; ୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି - ରାଜ୍ଯରେ ମୌସୁମୀ ଦୁର୍ବଳ

ରାଜ୍ଯରେ ମୌସୁମୀ ଦୁର୍ବଳ ହେବା ଫଳରେ ବର୍ଷାର ପରିମାଣ ହ୍ରାସ ପାଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗରମ ସହ ଗୁଳୁଗୁଳି ଆରମ୍ଭ ହୋଇଛି । ଆହୁରି ପାଞ୍ଚ ଦିନ ଯାଏ ହସ୍ତସନ୍ତ କରିବ ଗୁଳୁଗୁଳି । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା
author img

By

Published : Aug 11, 2023, 6:14 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି । ୧୯୭୨ ପରେ ପୁରୀରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ୩୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ବର୍ଷାର ପରିମାଣ କମିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗରମ ସହ ଗୁଳୁଗୁଳି ଆରମ୍ଭ ହୋଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପାମାତ୍ରା ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ସୂଚନା ମୁତାବିକ, ୧୮୯୬ରୁ ୨୦୨୨ ମସିହା ମଧ୍ୟରେ ୧ ଅଗଷ୍ଟ ୧୯୭୨ ମସିହାରେ ପ୍ରଥମ ସର୍ବାଧିକ ୩୬.୮ ଡ଼ିଗ୍ରୀ ତାପମାତ୍ରା ପୁରୀରେ ରେକର୍ଡ ହୋଇଛି । ସେହିପରି ୪ ଅଗଷ୍ଟ ୨୦୧୮ ରେ ୩୫.୮ ଡିଗ୍ରୀ ରେକର୍ଡ ହୋଇଥିଲା ଯାହା ଦ୍ବିତୀୟ ସର୍ବାଧିକ ଥିଲା । ଚଳିତ ଅଗଷ୍ଟ ମାସରେ ସର୍ବାଧିକ ତାପମାତ୍ରା ୩୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ଯାହା ୧୨୬ ବର୍ଷର ରେକର୍ଡ ଭାଙ୍ଗିଛି । ଅନ୍ୟପଟେ ମୌସୁମୀ ଦୁର୍ବଳ ହେବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଖରା ସାଙ୍ଗକୁ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଦିନ ତାପମାତ୍ରାରେ ଅସ୍ବାଭାବିକ ପରିବର୍ତ୍ତନ ଘଟିଛି । ଗତ ୫ ଦିନ ହେବ ରାଜ୍ୟରେ ବର୍ଷାର ପ୍ରକୋପ କମିଛି । ଆସନ୍ତା ୪ ଦିନ କୌଣସି ବର୍ଷାର ସୂଚନା ନଥିବା ବେଳେ କାଁଭାଁ ବିଜୁଳି ଘଡଘଡି ଜନିତ ବର୍ଷା ଦେଖିବାକୁ ମିଳିବ । ବର୍ତ୍ତମାନ ପାଣିପାଗର ନିୟାମକ ସକ୍ରିୟ ନଥିବାରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ କୌଣସି ବଡ଼ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ: Weather Update: ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା, ବଢିବ ତାତି

ସେପଟେ ଆସନ୍ତା ୩ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହାସହ ୧୮ ଜିଲ୍ଲା ଯେପରିକି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ କୋରାପୁଟର ଜୟପୁରରେ ୫୦.୪ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଜୁନ ୧ ରୁ ଅଗଷ୍ଟ ୧୧ ମଧ୍ୟରେ ରାଜ୍ୟରେ ୧.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୮୦ ପ୍ରତିଶତ କମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.