ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ନାହାନ୍ତି ଖାଦ୍ୟ ବିଶେଷଜ୍ଞ, ବରିଷ୍ଠ ଡାକ୍ତରଙ୍କ ଅସନ୍ତୋଷ ପ୍ରକାଶ

କ୍ୟାପିଟାଲ ହସ୍ପିଟାଲ ପିଜିଆଇ ମାନ୍ୟତା ସତ୍ତ୍ବେ ୬ ମାସରୁ ଅଧିକ ସମୟ ହେବ ଖାଦ୍ୟ ବିଶେଷଜ୍ଞ(ଡାଏଟିସିଆନ) ପଦ ଖାଲି ପଡିଛି । ଅଧିକ ପଢନ୍ତୁ

author img

By

Published : Mar 26, 2023, 10:00 AM IST

capital hospital
capital hospital

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପିଜିଆଇ ମାନ୍ୟତା ପାଇବା ପରେ ପ୍ରାୟ ୬ଟି ବିଭାଗରେ ୪୦ରୁ ଅଧିକ ପ୍ରଫେସର, ସହକାରୀ ପ୍ରଫେସର ଓ ସହଯୋଗୀ ପ୍ରଫେସର ଯୋଗ ଦେଇଛନ୍ତି । ହେଲେ ୬ ମାସରୁ ଅଧିକ ସମୟ ହେବ ଖାଦ୍ୟ ବିଶେଷଜ୍ଞ(ଡାଏଟିସିଆନ) ପଦ ଖାଲି ପଡିଛି । ଏଠାରେ ଅତିକମ୍‌ରେ ତିନି ଜଣ ଖାଦ୍ୟ ବିଶେଷଜ୍ଞଙ୍କ ଆବଶ୍ୟକତା ଥିବାବେଳେ ଜଣେ ହେଲେ ବି ନାହାନ୍ତି । ଯାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେବଳ ଏତିକି ନୁହେଁ, ଗୋଟିଏ ପଟେ ମଡୁଲାର କିଚେନ ପାଇଁ ନିଷ୍ପତ୍ତି ନିଆଯାଉ ଥିବାବେଳେ ଖାଦ୍ୟ ବିଶେଷଜ୍ଞ ପ୍ରତି ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏମିତିକି ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ଏ ସମ୍ପର୍କରେ ପଦୁଟିଏ ଆଲୋଚନା ହୋଇନାହିଁ । କେବଳ ଚିଠି ଲେଖି ଚିକିତ୍ସାଳୟ କର୍ତ୍ତୃପକ୍ଷ ଚୁପ ବସିଛନ୍ତି । ରାଜଧାନୀ ଚିକିତ୍ସାଳୟରେ ଗତ ୬ ମାସରୁ ଅଧିକ ସମୟ ହେବ ଖାଦ୍ୟ ବିଶେଷଜ୍ଞ ପଦ ଖାଲି ପଡିଥିବାବେଳେ ନୂଆ ନିଯୁକ୍ତି ହୋଇ ପାରିନାହିଁ । ଦୈନିକ ରୋଗୀ ସଂଖ୍ୟା ବୃଦ୍ଧି ହେଉଛି । ପିଜିଆଇ ହେବା ପରଠୁ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ହେଲେ ଏଥିପ୍ରତି କେହି ଗୁରୁତ୍ବ ଦେଉନାହାନ୍ତି । ଭେଷଜରୁ ଆରମ୍ଭ କରି ଅସ୍ଥିଶଲ୍ୟ ବିଭାଗ ଏବଂ ହୃଦ୍‌ ବିଭାଗରୁ ନେଇ କର୍କଟ ଆଦି ୧୮ ବିଭାଗରେ ପ୍ରାୟ ୬୦୦ରୁ ଅଧିକ ଶଯ୍ୟା ରହିଛି ।

ଏହିସବୁ ରୋଗୀଙ୍କୁ ଦୈନିକ ତିନିବେଳା ଯେମିତି କି ସକାଳ, ମଧ୍ୟାହ୍ନ ଓ ରାତ୍ର ଭୋଜନ ଦିଆଯାଉଛି । ମାତ୍ର ଖାଦ୍ୟ ଯାଞ୍ଚ କରିବାକୁ କେହି ନାହାନ୍ତି । ବିନା ବିଶେଷଜ୍ଞରେ ୬୦୦ରୁ ଅଧିକ ରୋଗୀଙ୍କୁ ଖାଦ୍ୟ ଦିଆଯାଉଛି । ଯାହାକୁ ନେଇ ଚିକିତ୍ସାଳୟର କିଛି ବରିଷ୍ଠ ଡାକ୍ତର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ମତରେ ବର୍ଷା ହେଉଥିବା ବେଳେ ଅନେକ ସ୍ଥାନରେ ଏବେ ଝାଡାବାନ୍ତି ଦେଖାଦେଇଛି । ଯଦି ଏଠାରେ କୌଣସି ଦୁର୍ଘଟଣା ଘଟେ ତେବେ ଚିକିତ୍ସାଳୟ ଉପରକୁ ନିଶ୍ଚିତ ଅଙ୍ଗୁଳି ଉଠିବ । ତେଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସେହିପରି ପୂର୍ବରୁ ଏଠାରେ ଜଣେ ବିଶେଷଜ୍ଞ ଥିବାବେଳେ ଖାଦ୍ୟ ପ୍ରସ୍ତୁତ ପରେ ଖାଦ୍ୟର ମାନ ଯାଞ୍ଚ କରିଥାନ୍ତି । ଏହାଛଡା ଖାଦ୍ୟ କର୍ମଚାରୀଙ୍କ ସ୍ବଚ୍ଛତା ସହିତ ମାସିକ ବିଲ, ଖାଦ୍ୟ ପ୍ରସ୍ତୁତର ଡକୁମେଣ୍ଟାରୀ ଓ ଡିସଚାର୍ଜ ସମୟରେ ରୋଗୀ ଆଗକୁ କ’ଣ ଖାଇବେ ପରାମର୍ଶ ଦେଇଥାନ୍ତି । ଦୀର୍ଘ ଦିନ ହେଲା ଏହି କାର୍ଯ୍ୟ ବନ୍ଦ ରହିଛି । ବର୍ତ୍ତମାନ ଖାଦ୍ୟ ପ୍ରସ୍ତୁତ ଏବଂ ବଣ୍ଟନ ଦାୟିତ୍ବରେ ରହିଛି ଏନ୍‌ଆଇପିଏସ୍‌(ନାସନାଲ ଇନିଷ୍ଟିଚ୍ୟୁଟ ଅଫ ପ୍ରଫେସନାଲ ଷ୍ଟଡିଜ୍‌)। ଯେଉଁଥିରେ ପ୍ରାୟ ୧୫ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବିଶେଷଜ୍ଞଙ୍କ ଅବସର ପରେ ଚିକିତ୍ସାଳୟରେ ଖାଦ୍ୟର ମାନ ଅନ୍ୟ କର୍ମଚାରୀ ତଦାରଖ କରୁଛନ୍ତି । ଯାହାକି ତାଙ୍କର କାର୍ଯ୍ୟ ନୁହେଁ ବୋଲି ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.