ବରଗଡ:ଦେଶର ନଂ ୧ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନତା । ଏହା ସହ ରାଜ୍ୟ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଦେଶର ନଂ ୧ ମୁଖ୍ୟମନ୍ତ୍ରୀ ଭାବେ ବିଭିନ୍ନ ସର୍ଭେରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲିରେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳଙ୍କ ସହ ହଜାର ସଂଖ୍ୟକ ବିଜେଡ଼ି କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଜୟ ନବୀନ, ଜୟ ବିଜେଡି ସ୍ଵରରେ ଗର୍ଜି ଉଠିଛି ବରପାଲି ସହର । ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଆଜି ବିଜେପୁର ବିଧାନସଭାମଣ୍ଡଳୀର ସାଧାରଣ ଲୋକ ସବୁ ସୁବିଧା ସୁଯୋଗ ପାଉଥିବା ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।
ଏହା ସହ ବିଜେପୁର ବିଧାୟିକା ରୀତା ସାହୁ ଖୁସି ପ୍ରକଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ବରପାଲି ସହରରେ ଏକ ବିରାଟ ଶୋଭାଯାତ୍ରା କରାଯାଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ନବୀନଙ୍କ ପ୍ରତି ଶ୍ରଦ୍ଧା ବହୁ ଉତ୍ସାହ ଦେଖିବାକୁ ମିଳିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ