ETV Bharat / state

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା, ୧୦୦ଟିରେ ନାମ ଲେଖା ପାଇଁ ଅନୁମତି

ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ । ରାଜ୍ୟ ସରକାର ନିର୍ମାଣ କରିଥିବା ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ କଲେଜକୁ ଜାତୀୟ ଭେଷଜ ବିଜ୍ଞାନ ପରିଷଦ(ଏନଏମସି) ଅନୁମୋଦନ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା, ୧୦୦ଟି ରେ ନାମ ଲେଖା ପାଇଁ ଅନୁମତି

author img

By

Published : Apr 6, 2023, 8:27 PM IST

ଭୁବନେଶ୍ବର: ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ୧୦୦ଟି MBBS ସିଟରେ ନାମ ଲେଖା ପାଇଁ ମିଳିଲା ଅନୁମତି । ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ।

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା, ୧୦୦ଟି ରେ ନାମ ଲେଖା ପାଇଁ ଅନୁମତି
କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା, ୧୦୦ଟି ରେ ନାମ ଲେଖା ପାଇଁ ଅନୁମତି

ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ । ରାଜ୍ୟ ସରକାର ନିର୍ମାଣ କରିଥିବା ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ କଲେଜକୁ ଜାତୀୟ ଭେଷଜ ବିଜ୍ଞାନ ପରିଷଦ(ଏନଏମସି) ଅନୁମୋଦନ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ । ପଣ୍ଡିତ କହିଛନ୍ତି "ଯେ ମୁଖ୍ୟମନ୍ତ୍ରୀଙ୍କର ଦୂରଦର୍ଶୀ ନେତୃତ୍ବ ଯୋଗୁଁ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହେଲା । ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କର ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ କରିବ । ୨୦୨୩-୨୪ ଶିକ୍ଷାବର୍ଷଠାରୁ ୧୦୦ ଏମବିବିଏସ ସିଟ ପାଇଁ ଏହି ଅନୁମୋଦନ ମିଳିଛି ।

ଅନ୍ୟପଟେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଉଥିବା ବେଳେ କିଛି ଦିନ ତଳେ ୟୁରୋଲୋଜିରେ ବ୍ରହ୍ମପୁରର MCHର 3 ଟି ସିଟକୁ ମଞ୍ଜୁର ମିଳିଥିଲା । ଯାହା ଓଡ଼ିଶାରେ ସୁପର ସ୍ପେସିଆଲିଟି ଡାକ୍ତରୀ ଶିକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ। ଅଧ୍ୟାପକ, ସେମାନଙ୍କର ଅଭିଜ୍ଞତା, ପ୍ରକାଶନ ଏବଂ ଅନ୍ୟାନ୍ୟ ଶିକ୍ଷାଦାନ ସୁବିଧା ସମ୍ବନ୍ଧରେ ସମୀକ୍ଷା ହୋଇଛି । ଏହାରି ମଧ୍ୟରେ ବ୍ରହ୍ମପୁର MKCG ଏକାଡେମିକ ବର୍ଷ 2023-24 ପାଇଁ ୟୁରୋଲୋଜି ପାଠପଢ଼ା ଆରମ୍ଭ ହେବ ।

ସେହିଭଳି 3ଟି ସିଟ୍‌ ପାଇଁ MCh ୟୁରୋଲୋଜିରେ ଅନୁମୋଦିତ କରାଯାଇଛି । ଜାତୀୟ ଚିକିତ୍ସା ଆୟୋଗର ନିୟମ ଅନୁଯାୟୀ ଆବେଦନକାରୀ ଶିକ୍ଷାଦାନ ତଥା ଅଣଶିକ୍ଷକ କର୍ମଚାରୀ, କୋଠା, ଯନ୍ତ୍ରପାତି ଏବଂ ଡାକ୍ତରଖାନା ସୁବିଧା ଦୃଷ୍ଟିରୁ ସମସ୍ତ ଭିତ୍ତିଭୂମି ଆଦି ମହଜୁଦ ରହିଛି । ମେଡିକାଲ କଲେଜ ବା ଅନ୍ୟ ଶିକ୍ଷା ଅନୁଷ୍ଠାନଗୁଡିକରେ ସରକାରୀ ପିଜି ଛାତ୍ରଛାତ୍ରୀଙ୍କ ପରି ମେଡିକାଲ ପିଜି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାଇପେଣ୍ଡ ଦେୟ ସମ୍ବନ୍ଧୀୟ ନିଷ୍ପତ୍ତି କାର୍ଯ୍ୟକାରୀ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲ। ଏହାର ଭିତ୍ତିଭୂମି ନିର୍ମାଣ ଶେଷ ହୋଇଛି । ଶିକ୍ଷାଦାନ ଓ ଚିକିତ୍ସା ପାଇଁ ଏହାକୁ ପ୍ରସ୍ତୁତ ହୋଇଛି । ତେବେ ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜାତୀୟ ମେଡିକାଲ ଆୟୋଗ(ଏନଏମସି) ନିକଟରେ ଆବେଦନ କରାଯିବ । ଅନ୍ୟପଟେ ମଧ୍ୟ ଯାଜପୁର ମେଡିକାଲ କଲେଜ ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି । କିଛି ଦିନ ପୂର୍ବରୁ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରାଯାଇଥିଲା । କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା 13ରେ ପହଞ୍ଚିବ । ୨୦୩୦ ସୁଦ୍ଧା ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜରେ ଆସନ ସଂଖ୍ୟା ୨୫୦୦ରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.