ETV Bharat / state

ନୀଳମାଧବ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପ୍ରତିବାଦରେ ଗଣଧାରଣା - ofc

ବସ୍ତି ଉଚ୍ଛେଦ ପ୍ରତିବାଦରେ ଗଣ ଧାରଣା ଦେଇଛନ୍ତି ନୀଳମାଧବ ବସ୍ତି ବାସିନ୍ଦା । ଏହି ବସ୍ତିରେ ରହୁଥିବା ପ୍ରକୃତ ହିତାଧିକାରୀଙ୍କ ଥଇଥାନ ପ୍ରକ୍ରିୟାରେ ଜାଲିଆତି ହୋଇଥିବା ନେଇ ବିଏମସିକୁ ଘେରିଛି ବସ୍ତି ସୁରକ୍ଷା ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 22, 2019, 9:30 PM IST

ଭୁବନେଶ୍ବର: ବସ୍ତି ଉଚ୍ଛେଦ ପ୍ରତିବାଦରେ ଗଣ ଧାରଣା ଦେଇଛନ୍ତି ନୀଳମାଧବ ବସ୍ତି ବାସିନ୍ଦା । ଏହି ବସ୍ତିରେ ରହୁଥିବା ପ୍ରକୃତ ହିତାଧିକାରୀଙ୍କ ଥଇଥାନ ପ୍ରକ୍ରିୟାରେ ଜାଲିଆତି ହୋଇଥିବା ନେଇ ବିଏମସିକୁ ଘେରିଛି ବସ୍ତି ସୁରକ୍ଷା ସଂଘ ।
ସରକାରଙ୍କ ଆଦର୍ଶ ଥଇଥାନ ଯୋଜନା କେତେ ଆଦର୍ଶ ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିଏମସି ସମ୍ମୁଖରେ ।

ରାଜଧାନୀ ସ୍ମାର୍ଟ ସିଟିର ତାଲିକା ଭୁକ୍ତ ହେବା ପରେ ସହରରୁ ସମସ୍ତ ବସ୍ତି ବାସିନ୍ଦାଙ୍କୁ ହଟାଇବାରେ ଲାଗିଛି ବିଏମସି । ବିଏମସିର ୱାର୍ଡ ନଂ 13 ନୀଳମାଧବ ବସ୍ତିକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । କିନ୍ତୁ ଏହି ଉଚ୍ଛେଦକୁ ବିରୋଧ କରି ଆଜି ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଛି ।

ସମସ୍ତ ପରିବାରଙ୍କୁ ନୀଳମାଧବ ହାଉସିଂ ପ୍ରକଳ୍ପରେ ହିତାଧିକାରୀ ତାଲିକା ଭୁକ୍ତ କରିବା, ପିପିପି ପ୍ରୋଜେକ୍ଟରେ ପ୍ରକୃତ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ଆଉ ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ ଭଳି 6 ଦଫା ଦାବି ନେଇ ନୀଳମାଧବ ବସ୍ତିର ଶତାଧିକ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଗଣଧରଣା ଦିଆଯାଇଛି । ଏଥିସହ ଯଦି ଆଗାମୀ ଦିନରେ ବସ୍ତିବାସିନ୍ଦାଙ୍କ ଦାବି ପୂରଣ କରାନଯାଏ, ଆନ୍ଦୋଳନକୁ ତୀବ୍ରତର କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ ବିଏମସି ସହ ଆୟୁକ୍ତ ସୁରତ ଚନ୍ଦ୍ର ମଲ୍ଲିକ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଘର ପାଇବାକୁ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ସଠିକ ଉପାୟରେ ଚୟନ କରାଯାଇଛି । ୨୦୧୩ରେ ବିଏମସି ପକ୍ଷରୁ ହୋଇଥିବା ସର୍ଭେରେ ୬୨୮ ଜଣଙ୍କ ନାଁ ପ୍ରସ୍ତୁତ କରାଯାଇଛି, ପ୍ରଥମ ପର୍ଯ୍ୟାୟରେ ୩୪୩ ଜଣ ଲୋକଙ୍କୁ ଟ୍ରାଞ୍ଜିଟରେ ରଖାଯାଇଛି । ଏଥିସହ ପ୍ରକଳ୍ପ ସରିଲା ପରେ ସମସ୍ତଙ୍କୁ ଘର ସହ ଅନ୍ୟାନ୍ୟ ସୁବିଧା ଦିଆଯିବ । ଆଉ ଯେଉଁମାନଙ୍କର ନିର୍ଦ୍ଦିଷ୍ଟ ପରିଚୟ ପତ୍ର ସେମାନଙ୍କ ତଦନ୍ତ କରାଯାଇ ଘର ଦିଆଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

byt 1 parbati das secretary nilamadhab basti Bhubaneswar.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.