ETV Bharat / state

ଭୁଶୁଡିଲା ରମାଦେବୀ ବିଶ୍ବବିଦ୍ୟାଳୟର ନବନିର୍ମିତ ପାଚେରୀ, ୨ ମାସ ବି ତିଷ୍ଠିଲାନି

author img

By

Published : Apr 9, 2023, 4:51 PM IST

Updated : Apr 9, 2023, 5:10 PM IST

ମାଟିରେ ମିଶିଗଲା ଲକ୍ଷାଧିକ ଟଙ୍କାରେ ନିର୍ମିତ ରମାଦେବୀ ବିଶ୍ବବିଦ୍ୟାଳୟର ନବନିର୍ମିତ ପାଚେରୀ । ପାଚେରୀ ନିର୍ମାଣ କାମ ନିମ୍ନମାନର ହୋଇଥିବା ନେଇ ଜୋର ଧରିଛି ଚର୍ଚ୍ଚା । ଅଧିକ ପଢ଼ନ୍ତୁ

ଭୁଶୁଡିଲା ରମାଦେବୀ ବିଶ୍ବବିଦ୍ୟାଳୟର ନବନିର୍ମିତ ପାଚେରୀ

ଭୁବନେଶ୍ବର: ମାତ୍ର ୨ ମାସ ବି ତିଷ୍ଠିଲାନି ପାଚେରୀ । ପଦାରେ ପଡିଲା ନିର୍ମମାନର କାମ । ଭୁଶୁଡିଲା ରମାଦେବୀ ବିଶ୍ବବିଦ୍ୟାଳୟର ନବନିର୍ମିତ ପାଚେରୀ । ରାଷ୍ଟ୍ରପତି ଆସିବେ ବୋଲି ରୂପାଲି ଛକ ପାର୍ଶ୍ବରେ ତିଆରି ହୋଇଥିଲା ୧୦୦ ଫୁଟ୍ ଲମ୍ବା ନୂଆ ପାଚେରୀ । ହେଲେ ୨ ମାସ ନ ପୁରୁଣୁ ଏବେ ପାଚେରୀ ମାଟିରେ ମିଶି ଯାଇଛି । ପାଚେରୀ ନିର୍ମାଣ କାମ ନିମ୍ନମାନର ହୋଇଥିବା ଏବେ ଚର୍ଚ୍ଚାର କେନ୍ଦ୍ର ପାଲିଟିଛି ।

ପାଚେରି ଭାଙ୍ଗିବା ପରେ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ମଧ୍ୟ ପରଖିଛନ୍ତି । କୁଳପତି କହିଛନ୍ତି, ଏହା ଏକ ଦୁଭାଗ୍ୟ ଜନକ ଘଟଣା । ପାଚେରୀ ପାଖରେ ପାଣି ରହିବା କାରଣରୁ ପାଚେରୀ ଦୁର୍ବଳ ହୋଇପଡିଥିଲା । ପାଚେରୀ ଆର ପାଖରେ ଥିବା ଦୋକାନର ପାଣି ବିଶ୍ୱବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରୁଥିଲା । ଏ ସମ୍ପର୍କରେ ବିଏମସି ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ । ନିର୍ମାଣ ସମୟରେ ପାଚେରୀର ବିମ ନଥିଲା କି ପିଲ୍ଲାର ମଧ୍ୟ ନଥିଲା । ତେଣୁ ଏହା ଏକ ନିମ୍ନ ମାନର କାମ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ନିଜେ କୁଳପତି ।

ସେ କହିଛନ୍ତି ଯେ, କଲେଜରେ ଯେତେବେଳେ କୌଣସି କାର୍ଯ୍ୟ କରାଯାଉଛି ତାହାକୁ ତଦାରଖ କରିବା ପାଇଁ ଅନ୍ୟାନ୍ୟ ଅଧିକାରୀମାନେ ଅଛନ୍ତି କିନ୍ତୁ ବିଶ୍ବବିଦ୍ୟାଳୟରେ ଇଂଜିନିୟର ଟିମ କେହି ନାହାନ୍ତି । ତେଣୁ ପାଚେରୀ କାର୍ଯ୍ୟ ଅତ୍ୟନ୍ତ ଦାୟିତ୍ବହୀନ ଭାବେ କରାଯଇଥିବା କୁଳପତି କହିଛନ୍ତି । ଲକ୍ଷାଧିକ ଟଙ୍କାର ନବନିର୍ମିତ ପାଚେରୀ ଭୁଶୁଡ଼ି ପଡିଥିବା ବେଳେ ସୌଭାଗ୍ୟବଶତଃ କେହି ଛାତ୍ରୀ ଆହତ ହୋଇନାହାନ୍ତି ।

ତେବେ ଏପରି ନିମ୍ନ ମାନର କାମକୁ ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କର୍ପୋରେଟର । ୨ ମାସ ତଳେ ନିର୍ମାଣ ହୋଇଥିବା ପାଚେରୀ କିଭଳି ଭୁଶୁଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଛାତ୍ରୀମାନେ ଏଠାରେ ବସି ପଢ଼ାପଢ଼ି ମଧ୍ୟ କରନ୍ତି । ଏହି ଦୁର୍ଘଟଣା ପାଇଁ ସଂପୃକ୍ତ ଠିକା କର୍ମଚାରୀ ଦାୟୀ ବୋଲି ଛାତ୍ରୀ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରି 10 ତାରିଖରେ ମହାମହିମ ରାଷ୍ଟ୍ରପତି ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବ ବିଶ୍ବବିଦ୍ୟାଳୟର ସମସ୍ତ କାର୍ଯ୍ୟ କରାଯାଇଥିଲା । ଯେପରିକି ପାଚେରୀ କାର୍ଯ୍ୟ, ବିଲଡିଙ୍ଗ ମରାମତି । ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ଆଦି କାର୍ଯ୍ୟ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 9, 2023, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.