ETV Bharat / state

ଓଡ଼ିଶାରେ ଏକମାତ୍ର ବିରୋଧୀ ଦଳ ହେଉଛି କଂଗ୍ରେସ: ଅଜୟ କୁମାର

author img

By ETV Bharat Odisha Team

Published : Jan 7, 2024, 6:32 PM IST

Congress Press Meet: ବିଜେଡିକୁ ପୁଣି ଟାର୍ଗେଟ କଲା କଂଗ୍ରେସ । ବିଜେପି ଓ ବିଜେଡି ମଧ୍ୟରେ ଭିତିରି ଆସନ ବୁଝାମଣା ହୋଇଥିବା ଅଭିଯୋଗ କଲେ ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଡଃ ଅଜୟ କୁମାର । ଅଧିକ ପଢ଼ନ୍ତୁ

Congress Press Meet
Congress Press Meet
Congress Press Meet

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଟାର୍ଗେଟରେ ଶାସକ ବିଜେଡି । ଓଡିଶା ଆସୁ ଆସୁ ଶାସକ ବିଜେଡିକୁ କ୍ରମାଗତ ଟାର୍ଗେଟ୍‌ କରୁଛନ୍ତି କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଡଃ ଅଜୟ କୁମାର । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ମୁଖ୍ୟମନ୍ତ୍ରୀଙ୍କ ଚାରିପଟର ଲୋକ ଦୁର୍ନୀତିଗ୍ରସ୍ତ, ତେଣୁ ମୁଖ୍ୟମନ୍ତ୍ରୀ କେବେ ସ୍ବଚ୍ଛ ହୋଇ ପାରିବେନି ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, "ଏହା କେବଳ ଗୋଟିଏ ରାଜ୍ୟ, ଯେଉଁଠି ରାଜ୍ୟ ବାହାରର ଲୋକ ଓଡ଼ିଶାରେ ରାଜ କରୁଛନ୍ତି । ମାଇନ୍ସ ଟଙ୍କା ରାଜ୍ୟ ବାହାରକୁ ଯାଉଛି । ରାଜ୍ୟର ଉନ୍ନତୀ କେମିତି ହେବ ? ସ୍କୁଲ, ହସ୍ପିଟାଲ ନିର୍ମାଣ ହେଉନି । ଯାହା ନିର୍ମାଣ ହେଉଛି, ସେଥିରେ କେବଳ ବାହାର ବ୍ୟବସାୟୀଙ୍କୁ ଲାଭ ଦିଆଯାଉଛି । ରାଜ୍ୟରେ ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ବିଜେପିକୁ ୧୫ ସିଟ୍‌ ଦେବାକୁ ବୁଝାମଣା କରିଛି ବିଜେଡି । ଆଉ ବାକି ୬ ସିଟ୍‌ ପାଇଁ କଥାବାର୍ତ୍ତା ଚାଲିଛି । ଏଠାରେ ଏକମାତ୍ର ବିରୋଧୀ ଦଳ ହେଲା କଂଗ୍ରେସ । କଂଗ୍ରେସ ହିଁ ଗରିବ ଲୋକଙ୍କ ସ୍ବର ହୋଇପାରିବ । ଯେଉଁଠି ବ୍ୟୁରୋକ୍ରାଟ୍‌ ରାଜ୍ୟ ଚଳେଇବେ, ସେଠାରେ ଲୋକେ ଗରିବ ହିଁ ରହିବେ । କାରଣ ଗରିବ ଲୋକ ନେତାଙ୍କ ପାଖକୁ ଯାଇ ପାରିବେ, କିନ୍ତୁ ବ୍ୟୁରୋକ୍ରାଟଙ୍କ ପାଖକୁ ନୁହେଁ । ରାଜ୍ୟରେ ମନ୍ତ୍ରୀ ଏବଂ ବିଧାୟକଙ୍କ ସମ୍ମାନ ନାହିଁ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି । ଲୋକଙ୍କ ସମସ୍ୟା କଣ ବୁଝିବେ ? ବିଜେଡି ଏବଂ ବିଜେପି ଗୋଟିଏ ଦଳ । ଏହା ହୋଇନଥିଲେ ED ଭୁବନେଶ୍ବରକୁ ଭୁଲିନଥାନ୍ତା । ସିବିଆଇ, ଇଡି କାହିଁକି କେବେ ଓଡିଶା ଆସିବା ଆମେ ଦେଖିପାରୁନାହୁଁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି-ବିଜେପି ମିଳିତ ସରକାର ଓଡ଼ିଶା ପାଇଁ କ୍ଷତିକାରକ: ଅଜୟ କୁମାର

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କଂଗ୍ରେସ ପ୍ରଭାରୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଦୁର୍ନୀତି ପାଇଁ ଦାୟୀ । କାରଣ ତାଙ୍କ ଚାରି ପଟର ଲୋକ ଦୁର୍ନୀତିଗ୍ରସ୍ତ । ତେଣୁ ମୁଖ୍ୟମନ୍ତ୍ରୀ କିପରି ସ୍ବଚ୍ଛ ହୋଇପାରିବେ ? ମାଇନିଙ୍ଗ୍‌ ମାଫିଆ ଆଦିବାସୀଙ୍କ ଜମି ହଡ଼ପ କରୁଛନ୍ତି । ଚାଷୀଙ୍କୁ ପ୍ରକୃତ ମୂଲ୍ୟ ମିଳୁନି । ରାଜ୍ୟରେ ନାବାଳିକା ଦୁଷ୍କର୍ମ ବଢୁଛି । ପ୍ରତିଦିନ ୭ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଯେଉଁଥିରୁ ୪ ଜଣ ହେଉଛନ୍ତି ନାବାଳିକା ।" ସେପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ସୂଚନା ଦେଇ ପ୍ରଭାରୀ କହିଛନ୍ତି, "ଖୁବ୍‌ଶୀଘ୍ର ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଆମେ ସବୁ ରାଜ୍ୟ ବୁଲିବୁ । ୩ ମାସରେ ନିଶ୍ଚିତ ଭାବେ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.