ETV Bharat / state

New Year Celebration: ସ୍ଵାସ୍ଥ୍ୟର ଯତ୍ନ ନେଇ ନୂଆ ବର୍ଷ ପାଳିବକୁ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ - ବିଜୟ ମହାପାତ୍ର

ଆଗକୁ ନୂଆ ବର୍ଷ ସେଲିବ୍ରେସନ । ସ୍ଵାସ୍ଥ୍ୟର ଯତ୍ନ ନେଇ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ନିବେଦନ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
author img

By

Published : Dec 30, 2022, 6:03 PM IST

ସ୍ଵାସ୍ଥ୍ୟର ଯତ୍ନ ନେଇ ନୂଆ ବର୍ଷ ପାଳିବକୁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଏହା ପରେ ବିଦାୟ ନେବ ବର୍ଷ 2022 । ଆସିବ ନବ ବର୍ଷ 2023 । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସଭିଏଁ ଉତ୍ସାହିତ ଥିବାବେଳେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ଟ୍ବିନସିଟି ସମେତ ଅନେକ ବଡ ବଡ ସହରରେ ଚାଲିଛି ବ୍ୟାପକ ଆୟୋଜନ । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ଆରମ୍ଭ କଲେଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ ଆରମ୍ଭ ହେଇଗଲାଣି ।

ଚୀନରେ ଓମିକ୍ରୋନ ସବ୍‌-ଭାରିଆଣ୍ଟ BF.7 (Omicron Sub-variant)ର ଦ୍ରୁତ ଭାବେ ବଢ଼ି ଚାଲିଛି । ଦେଶରେ BF.7 ଆକ୍ରାନ୍ତ ଚିହ୍ନଟ ପରେ ଏବେ ଚିନ୍ତାର ବିଷୟ ପାଲଟିଛି । ନୂଆ ଭାରିଆଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଚୀନ ସମେତ ବିଶ୍ବର ବିଭିନ୍ନ ଭାଗରେ କୋଭିଡ ମହାମାରୀ ପୁଣିଥରେ ଲେଉଟିଛି । ବିଦେଶରେ କରୋନା ସଂକ୍ରମଣ ବଢିବା ନେଇ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛି ଭାରତ । ତେବେ ଏହା ମଧ୍ୟରେ ନୂଆ ବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ନୂଆ ବର୍ଷକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏଭଳି ପୂଜା ପାର୍ବଣ ଓ ନୂଆ ବର୍ଷ ପାଇଁ ଭାରତ ସରକାରଙ୍କର ଏକ ଗାଇଡ ଲାଇନ ରହିଛି । ସେହି ଗାଇଡ ଲାଇନ ବଳବତ୍ତର ରହିବ । ରଜ୍ୟରେ ମଧ୍ୟ ଏହି ଗାଇଡ ଲାଇନକୁ ଅନୁପାଳନ କରାଯିବ । ତେବେ ନୂଆ ବର୍ଷ ପାଳନ ସହିତ ସମସ୍ତେ ଠିକ ଭାବରେ ସ୍ଵାସ୍ଥ୍ୟର ଯତ୍ନ ନେଇ କରୋନା ପ୍ରତି ସଚେତନା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଯଦି ସମସ୍ତେ ନିଜେ ସଚେତନ ରହିବେ ତାହାଲେ କରୋନାକୁ ହରାଇ ପାରିବା ।

ଯେଉଁମାନେ କୋଭିଡ ଟେଷ୍ଟ କରୁଛନ୍ତି, ସେମାନଙ୍କର କାରୋନା ପଜିଟିଭ ଆସିଲେ ସମସ୍ତଙ୍କର ଜିନମ ସିକ୍ୟୁଏନସିଂ କରାଯିବ । ସମସ୍ତ ସାମ୍ପୁଲକୁ ଆରଏମଆରସି ଏବଂ ଆଇଏଲଏସକୁ ପଠା ହେବ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ନୂଆ ବର୍ଷ ସେଲିବ୍ରେସନ । ଭୁବନେଶ୍ଵରରେ ମିଡ୍ ନାଇଟ୍ ସେଲିବ୍ରେସନ୍ ପାଇଁ ଜାଗା ଜାଗାରେ ଆୟୋଜନ କରାଯାଇଛି । ସେପଟେ ଡିସେମ୍ବର 31 ରାତି ପାଇଁ କମିଶନରେଟ ପୋଲିସ ବି ଅମାନିଆଙ୍କୁ ସାବାଡ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି । ଜିରୋ ନାଇଟ୍ ପାର୍ଟି ଆୟୋଜନ କରୁଥିବା ସମସ୍ତ ହୋଟେଲ ଓ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ଆଡଭାଇଜରି ଜାରି କରାଯାଇଛି । ତେବେ ସେଲିବ୍ରେସନ ସହିତ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.