ETV Bharat / state

ପୁଣି ଚୀନରେ ଭୟାବହ କୋଭିଡ଼ ସ୍ଥିତି, ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Dec 19, 2022, 10:25 PM IST

ଚୀନରେ ମାଡ଼ୁଛି କରୋନା। ବଢୁଛି କୋଭିଡ ଜନିତ ମୃତ୍ୟୁ ସଂଖ୍ୟା। ସେଠାରେ ଟୀକାର ବିଫଳତା ଯୋଗୁଁ କୋଭିଡ ସଂଖ୍ୟା ବଢ଼ୁଛି ବୋଲି କରାଯାଉଛି ଆକଳନ । ଅଧିକ ପଢନ୍ତୁ

new variant of corona
new variant of corona
new variant of corona

ଭୁବନେଶ୍ବର: ଚୀନରେ ସାଂଘାତିକ ସ୍ଥିତି । ମାଡ଼ୁଛି କରୋନା । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଏଥିସହ ବଢୁଛି କୋଭିଡ ଜନିତ ମୃତ୍ୟୁ ସଂଖ୍ୟା। ତେବେ ସେଠାରେ ଟୀକାର ବିଫଳତା ଯୋଗୁଁ କୋଭିଡ ସଂଖ୍ୟା ବଢ଼ୁଛି ବୋଲି ଆକଳନ କରାଯାଉଛି । ଏଥିସହ ଆମ ଦେଶରେ ଦିଆଯାଉଥିବା କୋଭିଡ ଟୀକା ହୋଇଛି ବେଶ ଫଳପ୍ରଦ ।

ତେବେ ତୃତୀୟ ଲହର ପରେ ଦେଶରେ କୋଭିଡ ସଂଖ୍ୟା ଆଶାତୀତ କମିଛି । ଓଡ଼ିଶାରେ ଗତ ୩ ଦିନ ହେଲା କୌଣସି କୋଭିଡ ରୋଗୀ ଚିହ୍ନଟ ହୋଇ ନ ଥିବା ବେଳେ ଆକ୍ଟିଭ ରୋଗୀ ସଂଖ୍ୟା ୫୦ ତଳେ ରହିଛି । ଏନେଇ ଭାରତର ସ୍ଥିତି ବେଶ ଭଲ ଅଛି । ତେବେ ଯେହେତୁ WHO ଏ ଯାଏଁ କୋଭିଡ ନେଇ ପାଣ୍ଡେମିକ ହଟିବା ନେଇ ବିଜ୍ଞପ୍ତି ଜାରି କରି ନାହିଁ, ଆମକୁ ସେ ଯାଏ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

ସେହିପରି ଟୀକା ଜୀବନବ୍ୟାପୀ ରୋଗ ପ୍ରତିରୋଧକ ଶକ୍ତି ଦେଇ ନ ଥାଏ । ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କାମ କରୁ ଥିବା ବେଳେ ଏହା ପରେ ବୁଷ୍ଟର ଡୋଜ ଦରକାର ହୁଏ । ହେଲେ ଏ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ତୃତୀୟ ଡୋଜ୍ ଟୀକା ନେଇଛନ୍ତି। ଚତୁର୍ଥ ଡୋଜ୍ ନେଇ କେନ୍ଦ୍ର ସରକାର କୌଣସି ଗାଇଡଲାଇନ୍ ଆଣିନ ଥିବା ବେଳେ ଯଦି ଡେଲ୍ଟା ଭଳି କୌଣସି ନିର୍ଦ୍ଦିଷ୍ଟ ମ୍ୟୁଟେସନ ନ ହୁଏ, ପରିସ୍ଥିତି ଭୟାବହ ହେବନି । କିନ୍ତୁ ଏହା ଉପରେ ନଜର ରଖିବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

ଏପଟେ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଆମ ଦେଶରେ ସଂକ୍ରମଣ କିଛି ନଇ। ରାଜ୍ୟରେ 3 ଦିନ ହେଲା କୌଣସି ସଂକ୍ରମଣ ନାହିଁ। ତେବେ ଏହାରି ଭିତରେ ଟୀକାକରଣ କରାଯାଇଛି। ପ୍ରଥମ ଡୋଜ ଟୀକା ନେଇଛନ୍ତି 97 ପ୍ରତିଶତ। 91 ପ୍ରତିଶତ ଦ୍ବିତୀୟ ଡୋଜ ଟୀକା ନେଇଛନ୍ତି। ତେବେ ତୃତୀୟ ଡୋଜ ଟୀକା ନେଇଛନ୍ତି 41 ପ୍ରତିଶତ ଟୀକା ନେଇଛନ୍ତି। ରାଜ୍ୟରେ ଟୀକାକରଣ ଭଲ ରହିଛି। ଏକ ମାସ ହେଲା ଟିକାକରଣ ରାଜ୍ୟରେ ଶେଷ ହୋଇ ଥିବା ବେଳେ ଯଦି ପଡୋଶୀ ରାଜ୍ୟ ମାନଙ୍କରେ ସଂକ୍ରମଣ ବୃଦ୍ଧି ହୁଏ ତେବେ ସେନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ସୂଚନା ଯୋଗ୍ୟ, ଚୀନ୍‌ ସରକାର ଜିରୋ କୋଭିଡ୍‌ ନୀତି ହଟାଇ ଦେବା ପରେ ସାଂଘାତିକ ଭାବେ ମାଡ଼ୁଛି ସଂକ୍ରମଣ । ପ୍ରଦିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଜିରୋ କୋଭିଡ୍‌ ନୀତିକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇବା ପରେ ଚୀନ୍‌ ସରକାର କଟକଣା କୋହଳ କରିଥିଲେ । ଏହା ପରେ ସ୍ଥିତି ଅସମ୍ଭାଳ। ସ୍ଥିତି ଏମିତି ଯେ ଦୋକାନ ବଜାର ବନ୍ଦ । ସାରା ବିଶ୍ବ ଯେତେବେଳେ କୋଭିଡ୍‌ରେ ଘାଣ୍ଟି ହେଉଥିଲା ସେତେବେଳେ କଠୋର କଟକଣା ପାଇଁ ଚୀନ୍‌ରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା । କଟକଣା ହଟିବା ପରେ ପରିଣତି ଭୟଙ୍କର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.