ETV Bharat / state

ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ନୂଆ ଓଡିଆ ଫିଲ୍ମ ଦ ପେପରମ୍ୟାନ - ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ଶେଖ୍ ଗୁଲଜାର୍ ହୁସେନ୍

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ଶେଖ୍ ଗୁଲଜାର୍ ହୁସେନ୍ ଖୁବ ଶୀଘ୍ର ଜଣେ ଓଡିଆ ପୁଅର ଜୀବନୀକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଅଧିକ ପଢ଼ନ୍ତୁ

new odia short film paperman will come soon
ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି 'ଦି ପେପରମ୍ୟାନ'
author img

By

Published : Nov 7, 2022, 9:15 AM IST

ନିଆଳି: ସିନେମା ହେଉ କିମ୍ବା ଡକ୍ୟୁମେଣ୍ଟାରୀରେ ବର୍ତ୍ତମାନ ବାୟୋପିକ ଖୁବ ଆଦୃତ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟକୁ ଏଠାରେ ପ୍ରଦର୍ଶିତ କରାଯାଉଛି । ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିତ୍ଵଙ୍କ ନିଛକ ସତ କଥା ଦେଖାଯାଉଥିବାରୁ ସାଧାରଣ ଦର୍ଶକ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି । ଏହି କ୍ରମରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ଶେଖ୍ ଗୁଲଜାର୍ ହୁସେନ୍ ଖୁବ ଶୀଘ୍ର ଜଣେ ଓଡିଆ ପୁଅର ଜୀବନିକୁ ନେଇ ‘ଦି ପେପରମ୍ୟାନ’ ନାମକ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶେଖ୍ ଗୁଲଜାର ଏନେଇ ସୂଚନା ଦେଇଛନ୍ତି ।

ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଦି ପେପରମ୍ୟାନ

ସ୍ୱସ୍ତି କିରଣ ପ୍ରଡକସନ୍ସ ବ୍ୟାନର ଓ ଜ୍ୟୋତି ପ୍ରକାଶ ମିଶ୍ରଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମିତ ହେବାକୁ ଯାଉଛି । ସିନେମାଟୋଗ୍ରାଫି ଓ ସହ ନିର୍ଦ୍ଦେଶନାରେ ଅଛନ୍ତି ସୁରଜ ପଟ୍ଟନାୟକ ଓ ମୂଖ୍ୟ ସହଯୋଗୀରେ ସମରେନ୍ଦ୍ର ସାହୁ । ନିକଟରେ ଗିନିଜ ବୁକ୍ ଅଫ୍ ୱାଲଡ୍ ରେକର୍ଡରେ ସ୍ଥାନ ପାଇଥିବା ବିଶିଷ୍ଟ ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶଙ୍କ ସଂଗ୍ରହ ଓ ସଂଘର୍ଷକୁ ଏଠାରେ ଉପସ୍ଥାପିତ କରାଯିବ । ଶଶାଙ୍କ ଶେଖର ଦାଶ ୨୦୦୦ ମସିହାରୁ ଖବରକାଗଜ ସଂଗ୍ରହ ଜାରି ରଖିଛନ୍ତି । ସେ ବିଭିନ୍ନ ସଂଘର୍ଷ ଦେଇ ନିଜକୁ ‘ପେପରମ୍ୟାନ ଇଣ୍ଡିଆ’ ଭାବେ ପରିଚିତ କରାଇବା ସହ ଅନେକ ରେକର୍ଡ ଓ ସମ୍ମାନର ଅଧିକାରୀ ହୋଇଛନ୍ତି । ତାଙ୍କ ଖବରକାଗଜ ସଂଗ୍ରହରେ ଅନେକ ଲୋକଙ୍କ ସହଯୋଗ ରହିଥିବାରୁ ସେ ଆଜି ଇଟାଲୀର ରେକର୍ଡକୁ ଅତିକ୍ରମ କରି ଭାରତକୁ ଗିନିଜ ରେକର୍ଡ ଆଣିପାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଆ ସିନେମା ପାଇଁ ବଡ଼ ପରିବର୍ତ୍ତନ ଆଣିବ ଦମନ: ଓଁକାର ହୋତା

ନିଜର ସଂଗ୍ରହକୁ ତାଙ୍କ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ ନିର୍ମାଣ କରିଥିବା ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ରଖିଛନ୍ତି । ଏଠାରେ ସଂଗ୍ରହ ହୋଇ ପ୍ରଦର୍ଶିତ ହୋଇଥିବା ଖବରକାଗଜ ଆଜି ଅନେକ ସାମ୍ବାଦିକ, ସାମ୍ବାଦିକତା ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରି ପାରୁଛି ।

ଏନେଇ ଶେଖ୍ ଗୁଲଜାର କହଛନ୍ତି, "ତାଙ୍କ ଉପରେ ନିର୍ମିତ ହେବାକୁ ଯାଉଥିବା ପ୍ରମାଣିକ ଚଳଚ୍ଚିତ୍ର ଆଗାମୀ ଦିନରେ ଏକ ସଂଘର୍ଷର କାହାଣୀକୁ ସାଧାରଣ ଲୋକଙ୍କ ସାମନାକୁ ଆଣିବା ସହ ଖବରକାଗଜର ଗୁରୁତ୍ଵ ଦର୍ଶାଇବ ।" ସୂଚନାଯୋଗ୍ୟ ଅଧୁନା ଶଶାଙ୍କଙ୍କ ନିକଟରେ ୧୦,୦୦୦ରୁ ଅଧିକ ଖବରକାଗଜ ସଂଗ୍ରହ ହୋଇ ରହିଛି । ଯାହାକି ୫୦୦୦ରୁ ଅଧିକ ପ୍ରକାର ହୋଇଥିବାବେଳେ ୧୬୫ ଦେଶର ଓ ୯୭ ଭାଷାର ଅଟେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.