ETV Bharat / state

ବଡ ପରଦାକୁ ଆସୁଛି ଫିଲ୍ମ 'ସପନର ସାଥେ ସାଥେ', ଦମଦାର ଭୂମିକାରେ ଅଭିଷେକ-ସୁପ୍ରିୟା

ଖୁବ୍‌ ଶୀଘ୍ର ବଡ ପରଦାକୁ ଆସୁଛି ଏକ ନୂଆ ଓଡିଆ ଫିଲ୍ମ ‘‘ସପନର ସାଥେ ସାଥେ।’’ ଏହାର ସୁଟିଂ ବର୍ତ୍ତମାନ ଖୋର୍ଦ୍ଧାରେ ଚାଲିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 30, 2023, 11:09 AM IST

ସପନର ସାଥେ ସାଥେ
ସପନର ସାଥେ ସାଥେ
ବଡ ପରଦାକୁ ଆସୁଛି 'ସପନର ସାଥେ ସାଥେ'

ଖୋର୍ଦ୍ଧା: ସମୟ, ଜଳବାୟୁର ପରିବର୍ତ୍ତନ ସହିତ ଲୋକମାନଙ୍କ ଜୀବନଯାପନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟିଛି । ପ୍ରାକୃତିକ ଜୈବିକ ପଦ୍ଧତି ଅପେକ୍ଷା କୁତ୍ରିମ, ରାସାୟନିକ ପ୍ରୟୋଗକୁ ସମାଜ ଆଦରି ନେଇଛି । କିନ୍ତୁ ପରିବର୍ତ୍ତନଶୀଳ ଦୁନିଆରେ କିଛି କାରଣ ନ ଥାଇ ମଣିଷ ଅନେକ ରୋଗ ବ୍ୟାଧି ଭଳି ସମସ୍ୟା ଭୋଗୁଛି । ଆଉ ଏହାର କାରଣ ଖୋଜି ଖୋଜି ମଣିଷ ଶେଷରେ ସେହି କୁତ୍ରିମ୍ ପଦ୍ଧତି ପାଖରେ ପହଞ୍ଚୁଛି । ଏମିତି ଏକ ମୌଳିକ କାହାଣୀକୁ ନେଇ ରାଶେଶ୍ବରୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ବିରଞ୍ଚି ନାରାୟଣ ପଣ୍ଡା ଓଡ଼ିଆ ଭାଷାରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ‘‘ସପନର ସାଥେ ସାଥେ ।’’

ଏହି ଚଳଚ୍ଚିତ୍ରରେ ନାୟକ ଭାବେ ଅଭିଷେକ ଗିରି ଆଉ ନାୟିକା ଭାବେ ସୁପ୍ରିୟା ନାୟକ ଅଭିନୟ କରିଛନ୍ତି । ନାୟିକା ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ଅଭିନୟ କରି ବେଶ୍‌ ଖୁସି ଅଛନ୍ତି । ସମାଜକୁ ସଚେତନ କରିବା ପାଇଁ ତାଙ୍କର ଅଭିନୟ ମାଧ୍ୟମରେ ସେ ଚେଷ୍ଟା ଜାରି ରଖିଛନ୍ତି । ନାୟକ ଅଭିଷେକ ମଧ୍ୟ ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନକୁ ଛୁଇଁବେ ବୋଲି ଆଶା ରଖିଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ଭୂମିକାରେ ମଧ୍ୟ କଳାକାରମାନେ ଅଭିନୟ ଜାରି ରଖିଛନ୍ତି । ଏବେ ଏହି ସିନେମାର ସୁଟିଂ ଖୋର୍ଦ୍ଧା ଉପକଣ୍ଠରେ ଜାରି ରହିଛି ।

କୌଣସି ନିଶା ଅଭ୍ୟାସ ନଥାଇ ଲୋକମାନେ କ୍ୟାନସର ଭଳି ବ୍ୟାଧିର ଶିକାର ହେଲେଣି । ଏହି ରୋଗର କାରଣ କେବଳ ନିଶା ନୁହେଁ, ଖାଦ୍ୟପେୟ ମଧ୍ୟ । ଅଳ୍ପ ସମୟରେ ଅଧିକ ଖାଦ୍ୟ ଉତ୍ପାଦନ ପାଇଁ ପ୍ରୟୋଗ ହେଉଥିବା ରାସାୟନିକ ସାର ହିଁ ଆମ ମୌଳିକତାକୁ ନଷ୍ଟ କରୁଛି । ଏହି ମୌଳିକତାକୁ ଫେରାଇ ଆଣିବାକୁ ଚଳଚିତ୍ର ମାଧ୍ୟମରେ ଚେଷ୍ଟା କରିଛନ୍ତି କାହାଣୀକାର ତଥା ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା । ସେ ତାଙ୍କର ସ୍ଵଲିଖିତ ଓଡ଼ିଆ ଫିଲ୍ମ ‘ସପନର ସାଥେ ସାଥେ’ରେ ଓଡ଼ିଆର ଚାଲିଚଳଣୀ ମୌଳିକତା ଏବଂ କୃଷିରେ ଜୈବିକ ସାରର ପ୍ରୟୋଗକୁ ପ୍ରାଧାନ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧମାଲ କରୁଛି ଫିଲ୍ମ ‘ପୁଷ୍କରା’, ଭିନ୍ନ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଜିଣୁଛି ଦର୍ଶକ ମନ

ଚଳଚ୍ଚିତ୍ରଟିର ସୁଟିଂ ଓଡ଼ିଶାର ଭୁବନେଶ୍ଵର, ମାହାଙ୍ଗା, କୋରାପୁଟ, ଭଳି ବିଭିନ୍ନ ସ୍ଥାନରେ ହେବ । ଆଗାମୀ ଡ଼ିସେମ୍ବର ମାସରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ଟିମ୍ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଫିଲ୍ମ ରିଲିଜ ହେଲେ ଏହାର ବାସ୍ତବତା ଓଡ଼ିଆ ସିନେପ୍ରେମୀଙ୍କ ମନକୁ କେତେ ଛୁଇଁବ ତାହା ଜଣାପଡ଼ିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.