ETV Bharat / state

ଓଡ଼ିଆ ଚଳଚ୍ଚିତ୍ର 'IPS ଦୁର୍ଗା'ର ଅଡିଓ ରିଲିଜ, ୨୩ରେ ପରଦାକୁ ଆସିବ ଫିଲ୍ମ - ୨୩ରେ ରିଲିଜ ହେବ IPS ଦୁର୍ଗା

ଏପ୍ରିଲ ୨୩ ତାରିଖରେ ରିଲିଜ ହେବ ନୂଆ ଓଡ଼ିଆ ଚଳଚ୍ଚିତ୍ର "IPS ଦୁର୍ଗା" । ବୁଧବାର ଏହି ଫିଲ୍ମର ଅଡିଓ ରିଲିଜ ହୋଇଛି । ଅଧିକ ପଢ଼ନ୍ତୁ

new odia film ips durga
ନୂଆ ଓଡ଼ିଆ ଚଳଚ୍ଚିତ୍ର IPS ଦୁର୍ଗା
author img

By

Published : Apr 19, 2023, 10:53 PM IST

ଓଡ଼ିଆ ଚଳଚ୍ଚିତ୍ର IPS ଦୁର୍ଗାର ଅଡିଓ ରିଲିଜ

ଭୁବନେଶ୍ବର: ଏପ୍ରିଲ ୨୩ ତାରିଖରେ ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚିତ୍ର "IPS ଦୁର୍ଗା" । ଓକିଲ ଓ ସାମ୍ବାଦିକା ଅଭିନୟର ସଫଳତା ପରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ପୋଲିସ ଅବତାରରେ ନଜର ଆସିବେ । ଚଳଚ୍ଚିତ୍ରଟି ଆସନ୍ତା ଏପ୍ରିଲ ୨୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଅଡିଓ ଲୋକାର୍ପିତ ହୋଇଯାଇଛି । ବର୍ତ୍ତମାନ ଘଟୁଥିବା ସାଇବର ଅପରାଧ ରୋକିବା ଦିଗରେ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କର ଏହି ନୂଆ ଅବତାର । ସିନେମାରେ ସାଇବର ଅପରାଧକୁ ନେଇ ଅନେକ ସଚେତନତା ମଧ୍ୟ ରହିଛି । ଜଣେ ନିର୍ଭୀକ ମହିଳା ଅଫିସର ଭାବେ ସେ ସହରରରେ ଅପରାଧୀଙ୍କୁ ଦମନ କରିବାକୁ ଯାଇ ନିଜର ସଚ୍ଚୋଟତା ଦେଖାଇଥିବା ବେଳେ କିଭଳି ନିଜର ବହୁମୂଲ୍ୟକୁ ତ୍ୟାଗ କରିଛନ୍ତି ତାହାକୁ ନେଇ ସିନେମାଟି ଗତିଶୀଳ ହୋଇଛି ।

ରାଜା ଡି ଦମଦାର "IPS ଦୁର୍ଗା" ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ସୂର୍ଯ୍ୟମୟୀଙ୍କ ବ୍ୟତୀତ ଅଭିନେତା ମହାପ୍ରସାଦ କର ଏବଂ ସୁକାନ୍ତ ରଥଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବିଜୟ କାଣ୍ଡୋଇ ପ୍ରଯୋଜିତ ଏହି ସିନେମାଟିକୁ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ସଙ୍ଗୀତରେ ସଜାଇଛନ୍ତି । ସେହିପରି ଗୀତକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର । କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଶଶାଙ୍କ । ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା । ତେବେ ଗୋଟାଏ ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ଅର୍ଥାତ "IPS ଦୁର୍ଗା" । ଶେଷରେ ନିଜକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲେ ମଧ୍ୟ ଲକ୍ଷ୍ୟ ପଥଭ୍ରଷ୍ଟ ହୋଇନାହାଁନ୍ତି । ଅପରାଧୀଙ୍କୁ ସାବାଡ କରିବା ପାଇଁ ଦୁର୍ଗାକୁ ନେବାକୁ ପଡ଼ିଛି ନୂଆ ଅବତାର । ତେଣୁ ସୂର୍ଯ୍ୟମୟୀଙ୍କ ଏହି ନୂଆ ରୂପ ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛି ପ୍ରଯୋଜନ ସଂସ୍ଥା ।

ଚଳଚ୍ଚିତ୍ର "IPS ଦୁର୍ଗା" ଦର୍ଶକମାନଙ୍କ ଦ୍ବାରା ନିଶ୍ଚୟ ଆଦୃତି ଲାଭ କରିବ ବୋଲି କୁହାଯାଇଛି । ଏନେଇ ସୂର୍ଯ୍ୟମୟୀ କହିଛନ୍ତି," ମୁଁ ଭଲ ବିଷୟ ବସ୍ତୁକୁ ନେଇ ସିନେମା କରିବାକୁ ପସନ୍ଦ କରେ, ଯାହା ଏହି ଚଳଚିତ୍ରରେ ହିଁ ରହିଛି । ପୋଲିସ ପରିବାରରେ ମୁଁ ନିଜକୁ ବେଶ ଫିଟ୍‌ କରିପାରିଛି । ପୋଲିସ ଚରିତ୍ରରେ ଆସିବା ପାଇଁ ମୁଁ ଚାହୁଁଥିଲି । ଏହି ଅଭିନୟକୁ ନେଇ ମୁଁ ଆଶା ରଖିଛି ଯେ ଦର୍ଶକଙ୍କୁ ଚଳଚ୍ଚିତ୍ରଟି ନିଶ୍ଚୟ ଭଲଲାଗିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.