ETV Bharat / state

ଓଡ଼ିଆ ଚଳଚ୍ଚିତ୍ର ବାଜିବ ସାହା ନାଇର ଅଡିଓ ରିଲିଜ - ଓଡ଼ିଆ ଚଳଚ୍ଚିତ୍ର ବାଜିବ ସାହା ନାଇର ଅଡିଓ ଉନ୍ମୋଚନ

ବାଜିବ ସାହା ନାଇ । ବଧୁ ବେଶରେ ସଜେଇ ହେବେ ନାୟିକା ଝିଲିକ । ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ରର ଅଡିଓ । ଅଧିକ ପଢ଼ନ୍ତୁ

bajiba sahanai
ବାଜିବ ସାହା ନାଇ
author img

By

Published : Jan 11, 2023, 8:23 PM IST

ବାଜିବ ସାହା ନାଇ

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ବାଜିବ ସାହା ନାଇର ଅଡିଓ ରିଲିଜ ହୋଇଯାଇଛି । କେଶରୀ ହୋଟେଲ ଓଡ଼ିଆ ଚଳଚ୍ଚିତ୍ର ବାଜିବ ସାହା ନାଇର ଅଡିଓ ରିଲିଜ୍‌ କରାଯାଇଛି । RJD ଆର୍ଟ୍‌ସ୍‌ ବ୍ୟାନରରେ ଏହି ଓଡ଼ିଆ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଜନ୍ମଜେୟ ଡୋଙ୍ଗରା ଏହାର ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ଆଶୁତୋଷ ମହାପାତ୍ର । ଅମୃତାସ ଓ ଟପ୍ସ ଗୀତକୁ ସଜାଇଥିବା ବେଳେ ହ୍ୟୁମାନ ସାଗର ବିଭୁକିଶୋର ଓ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏହି ଓଡ଼ିଆ ଫିଲ୍ମରେ ଗୀତରେ କଣ୍ଠଦାନ କରିଛନ୍ତି ।

ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଅମ୍ଲାନ, ସମ୍ବିତ ରହିଥିବା ବେଳେ ଅଭିନେତ୍ରୀ ଭୂମିକାରେ ଝିଲିକ ନଜର ଆସିବେ । ଅନ୍ୟ କଳାକାରଙ୍କ ମଧ୍ୟରେ ସ୍ବର୍ଗତଃ ରାଇମୋହନ ପରିଡା, ଅଶ୍ରୁମାେଚନ, ଜୟରାମ ସାମଲ, ପ୍ରତିଭା ପଣ୍ଡା, ପୃଥ୍ୱୀରାଜ ପଟ୍ଟନାୟକ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଫ୍ୟାମିଲି ଡ୍ରାମା ସହ ଲଭ୍ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ ।

ସେହିପରି ଚଳଚ୍ଚିତ୍ରରେ ବାହାଘରର ଏକ କାହାଣୀକୁ ଦର୍ଶାଯାଇଛି । ଜଣେ ନାୟିକାକୁ ଦୁଇଜଣ ନାୟକ ଥିବାରୁ କାହାର ସାହାନାଇ ନାୟିକାଙ୍କ ସହ ବାଜୁଛି ତାହା ଏଥିରେ ଦେଖିବାକୁ ମିଳିବ, ମୋଟାମୋଟି ଭାବରେ କହିବାକୁ ଗଲେ ଏକ ଲଭ୍‌ ଟ୍ରାଏଙ୍ଗଲ୍‌ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ବାଜିବ ସାହା ନାଇ । ସବୁଠାରୁ ବଡ କଥା ୪ବର୍ଷ ହେଲା ଏହି ସିନେମା କୋରୋନା କଟକଣା ଯୋଗୁଁ ଅଟକି ରହିଥିବା ବେଳେ ଜଣାଶୁଣା କଳାକାରଙ୍କୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର କାହାଣୀକୁ ଯାତ୍ରା ଜଗତରେ ଅନେକ ପ୍ରଶଂସା ଓ ଭଲ ପାଇବା ମିଳିସାରିଛି । ତେଣୁ ଓଡ଼ିଆ ଘରର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରକୁ ପୁଣିଥରେ ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.