ETV Bharat / state

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ୍, ମପାଯିବ ଛାତ୍ରଛାତ୍ରୀଙ୍କ ଦକ୍ଷତା - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ଶା

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ୍ । ଯେଉଁଥିରେ ପିଲା ଙ୍କୁ ହୋମ ୱାର୍କ ଓ ଶିକ୍ଷକ ମାନେ କ‘ଣ ପାଠ ପଢାଉଛନ୍ତି ସେ ନେଇ ରହିବ ଉଲ୍ଲେଖ । ଅଧିକ ପଢ଼ନ୍ତୁ

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ୍

author img

By

Published : Feb 25, 2023, 10:54 PM IST

ଭୁବନେଶ୍ବର: ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ୍ । ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକ ମାନେ ପାଠକୁ ନେଇ ମପାଯିବ ଛାତ୍ରଛାତ୍ରୀଙ୍କ ଦକ୍ଷତା । ଯାହା ଫଳରେ ଅଭିଭାବକମାନେ ଜାଣିପାରିବେ ପିଲାମାନେ କ୍ଲାସ ରେ କଣ ପାଠ ପଢୁଛନ୍ତି। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ମପା ଯାଇପାରିବ। ତେବେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଯାହା ଶିକ୍ଷା କୁ କିଭଳି ଭାବରେ ଆଗକୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଯାଇପାରିବ ସେନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏପଟେ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ମାଟ୍ରିକ ପରୀକ୍ଷା ମଧ୍ୟ ମାର୍ଚ୍ଚ 10 ତାରିଖରେ ଆରମ୍ଭ ହେବ। ଯାହା କିପରି ସଠିକ ଭାବରେ ପରିଚାଳନା କରାଯିବ ସେନେଇ ବିଶେଷ ଧ୍ୟାନ ଦିଆଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷା ଶତ ପ୍ରତିଶତ ସିଲାବସରେ ପରୀକ୍ଷା ହେବାକୁ ଯାଉଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩ ଲକ୍ଷ ୫୬ ହଜାର ୪୪୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଲକ୍ଷ ୩୮ ହଜାର ୭୪୭ ଜଣ ରେଗୁଲାର ଏବଂ ୧ ଲକ୍ଷ୍ୟ ୭୭ ହଜାର ୨୦୪ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ ଥିବା ବେଳେ ବିଜ୍ଞାନରେ ୯୧ ହଜାର ୩୭୬, ବାଣିଜ୍ୟରେ ୨୩ ହଜାର ୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୧୧୦ ଜଣ ରହିଛନ୍ତି।

ଅନ୍ୟପଟେ ପରୀକ୍ଷା ହଲ, ଲାବ୍ରୋଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ସିସିଟିଭି କ୍ୟାମେରା ଲଗାଯାଇଛି। ଚଳିତଥର ୩୦ ପୃଷ୍ଠାର ଉତ୍ତରଖାତାରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ୨୦୨୧ ମସିହାରେ ପଞ୍ଜିକରଣ କରିଥିବା ଛାତ୍ର ଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତର ଖାତା ପ୍ରଦାନ କରାଯିବ । ୨୦୨୦ ମସିହା ପୂର୍ବରୁ ପଞ୍ଜିକରଣ କରିଥିବା ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ମାନଙ୍କୁ ୨୮ ପୃଷ୍ଠାର ଉତ୍ତର ଖାତା ଦିଆଯିବ।

ଜଣେ ପରୀକ୍ଷାର୍ଥୀ ଚାହିଁଲେ ବି ଅଧିକ ଉତ୍ତର ଖାତା ନେଇପାରିବ ନାହିଁ। ଏନେଇ ସମସ୍ତ ଯୁକ୍ତଦୁଇ କଲେଜ ର ଅଧକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ନେଇ ସମସ୍ତ ଙ୍କ ନଜର ରହିଛି। କିଭଳି ଭାବରେ ଯୁକ୍ତ ଦୁଇ ପରୀକ୍ଷା ସୁରୁଖୁରୁରେ ଶେଷ ହେବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ରାଜ୍ୟରେ ମୋଟ ୨୦୨ ଟି ହବ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.