ETV Bharat / state

ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି ଚିତା ବାଘ

author img

By ETV Bharat Odisha Team

Published : Dec 27, 2023, 10:22 PM IST

New guest to come to Nandankanan : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତା ବାଘ । ତା’ ସାଙ୍ଗରେ ଧଳା ସିଂହ ଶାବକ ଓ ନୂଆ ପକ୍ଷୀ ମଧ୍ୟ ଆସିବାର ସୂଚନା ମିଳିଛି ।

ନନ୍ଦନକାନନକୁ ଆସିବେ ନୂଆ ଅତିଥି
ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର : ନୂଆବର୍ଷରେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତା ବାଘ । ତା’ ସାଙ୍ଗରେ ଧଳା ସିଂହ ଶାବକ ଓ ନୂଆ ପକ୍ଷୀ ମଧ୍ୟ ଆସିବାର ସୂଚନା ମିଳିଛି । ଆଗରୁ ଆସିଥିଲେ ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ।

ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି । ନନ୍ଦନକାନନରେ ସାମିଲ ହେବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ । ଦୁବାଇ ଜୁ ସହ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅଧୀନରେ ଜାନୁଆରୀ ମାସରେ ଆସିବେ ଏସବୁ ନୂଆ ଅତିଥି । ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବାର ସୂଚନା ରହିଛି । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୪ ନୂଆ ଅତିଥି ଆସିଛନ୍ତି । ୨ଟି ୱାଲାବି ଓ ପ୍ରଥମ ଥର ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ନନ୍ଦନାନନକୁ ୪ ନୂଆ ଜୀବଜନ୍ତୁ ଅଣାଯାଇଛି । ୨୯ ତାରିଖରେ ୪ ନୂଆ ଜୀବଜନ୍ତୁଙ୍କୁ ଦେଖ‌ିବାକୁ ପାଇବେ ପର୍ଯ୍ୟଟକ ।

ଏହା ମଧ୍ୟ ପଢ଼ନ୍ତୁ.... ବଡ଼ଦିନ ଓ ନୂଆବର୍ଷ ପାଇଁ ପ୍ରସ୍ତୁତ ନନ୍ଦନକାନନ, ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରଥମିକତା

ଚଳିତ ବର୍ଷ ଉଭୟ ନୟାଗଡ଼ ଓ କେନ୍ଦୁଝରରେ ୨ଟି ଦନ୍ତାହାତୀର ମୃତ୍ୟୁ ଘଟଣା ଦୁଃଖଦାୟକ ରହିଥିଲା । ନୟାଗଡ଼ରେ ଆଘାତ ହୋଇଥିବା ହାତୀଟିକୁ ନନ୍ଦନକାନନ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା । ସବୁ ଚେଷ୍ଟା ସତ୍ତ୍ଵେ ଆଜି ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ଗୁଳି ବାଜିଥିବା ଆଶଙ୍କାରେ ମେଟାଲ ଡିଟେକ୍ଟର ଜରିଆରେ ତାହାର ଯାଞ୍ଚ କରାଯାଇଥିଲା । ତେବେ ଗୁଳିର କୌଣସି ଚିହ୍ନବର୍ଣ୍ଣ ମିଳିନି । ହାତୀଟିର ହେମାଟମା ହୋଇଥିବା କାରଣରୁ ଟିସୁରେ ରକ୍ତ ଜମାଟ ବାନ୍ଧିଥିଲା । ଏବେ ପୋଷ୍ଟମର୍ଟମ କରାଯାଉଛି । ପୋଷ୍ଟମର୍ଟମ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେହିପରି କେନ୍ଦୁଝରରେ ଦ୍ରୁତ ବେଗରେ ଯାଉଥିବା ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଏଣିକି କେନ୍ଦୁଝରରେ ଲୁହା ବୋଝେଇ ଟ୍ରକ ଯାଉଥିବା ତଥା ହାତୀ ଚଲାପଥ ଥିବା ୬ଟି ସ୍ପଟରେ ହାତୀଙ୍କ ସୁରକ୍ଷା ପାଇଁ କୋନ ଓ ଲାଇଟ ସହ ବନ କର୍ମଚାରୀ ମୃତୟନ ରହିଛନ୍ତି । NH ଉପରେ ହାତୀ ଚଲାପଥ ଥିବା ସ୍ଥାନରେ ରାତିରେ ୩୦-୪୦ରୁ ଅଧିକ ବେଗରେ ଗାଡ଼ି ନଚଲାଇବା ପାଇଁ ଅନୁରୋଧ କରିବାକୁ NHAI ଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି । ତେବେ ପୂର୍ବ ବର୍ଷ ତୁଳନାରେ ଏବେ ହାତୀ ମୃତ୍ୟୁ ସଂଖ୍ୟା ଅଧା ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.