ETV Bharat / state

ରାଜଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ଶପଥ ନେବେ ନୂଆ ସରକାର

ଆସନ୍ତା ୨୯ରେ ଓଡିଶାରେ ଶପଥ ନେବେ ନୂଆ ସରକାର । ଏଥର ରାଜଭବନ ନୁହେଁ ପ୍ରଦର୍ଶନୀ ପଡିଆରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

author img

By

Published : May 26, 2019, 3:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ୨୯ରେ ଓଡିଶାରେ ଶପଥ ନେବେ ନୂଆ ସରକାର । ସଜେଇ ହେଉଛି ଭୁବନେଶ୍ବରର ଇଡକୋ ପ୍ରଦର୍ଶନୀ ପଡିଆ । କାରଣ ଏଥର ରାଜଭବନ ନୁହେଁ ପ୍ରଦର୍ଶନୀ ପଡିଆରେ ହେବ ଶପଥ ଉତ୍ସବ କାର୍ଯ୍ୟକ୍ରମ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଉତ୍ସବରେ ଦେଶର ବହୁ ନାମୀଦାମୀ ଶିଳ୍ପପତି ଯୋଗଦେବା ସହ ପ୍ରାୟ ପାଞ୍ଚ ହଜାର ଜନସାଧାରଣ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଦର୍ଶନୀ ପଡିଆକୁ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷା କଡାକଡି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର, ଡିସିପି ଏବଂ ଅନ୍ୟ ପୋଲିସ ଅଧିକାରୀ ।

ଯେହେତୁ ପ୍ରଥମ ଥର ପାଇଁ ରାଜଭବନ ବାହାରେ କରାଯାଉଛି ସେଥିପାଇଁ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରାଯାଇଛି ବୋଲି ଡିଜିପି କହିଛନ୍ତି । ଅଧିକ ଖରା ହେଉଥିବାରୁ ପ୍ରଦର୍ଶନୀ ପଡ଼ିଆର ଅଧିକାଂଶ ଅଞ୍ଚଳ ଶୀତତାପ ନିୟନ୍ତ୍ରିତ ଟେଣ୍ଟ କରାଯିବ । ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମ ପାଇଁ ବିଏମସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ପ୍ରଦର୍ଶନୀ ପଡ଼ିଆରେ ବାତ୍ୟାରେ ପଡ଼ିଥିବା ସମସ୍ତ ଗଛ ଓ ଡାଳ ଗୁଡିକକୁ ଖାଲି କରାଯାଇଛି । ପ୍ରାୟ 100ଟି ଟ୍ରକ ମାଧ୍ୟମରେ ସମସ୍ତ ଅଳିଆ ଆବର୍ଜନାକୁ ଡମ୍ପିୟାର୍ଡକୁ ବୁହାଯାଇଛି । ଶପଥ ଉତ୍ସବରେ ଯେପରି କୌଣସି ସମସ୍ୟା ନହୁଏ ସେପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ପ୍ରଦର୍ଶନୀ ପଡ଼ିଆରେ ହେବା ଶପଥ ଉତ୍ସବ, ସୁରକ୍ଷାର ସମୀକ୍ଷା କଲେ ଡିଜିପି।

         ସଜେଇ ହେଉଛି ପ୍ରଦର୍ଶନୀ ପଡିଆ। ଆସନ୍ତା ୨୯ରେ ଓଡିଶାରେ ଶପଥ ନେବ ନୂଆ ସରକାର । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି।ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କରିବେ ସୁରକ୍ଷା ବ୍ୟବସ୍ଥାରେ ଦାୟିତ୍ଵ। ଏହି ଉତ୍ସବରେ ବହୁ ଶିଳ୍ପପତି ଓ ଦେଶର ବହୁ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମ୍ପୂର୍ଣ୍ଣ ପଡିଆକୁ ହାଇ ସୁରକ୍ଷା ଭାବରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଓ ଅନ୍ୟ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଆସନ୍ତା 29 ତାରିଖ ରେ ଓଡ଼ିଶା ରେ ହେବାକୁ ଯାଉଛି ଶପଥ ଉତ୍ସବ ହେବ ନୂଆ ସରକାର। ଭୁବନେଶ୍ବରର ଇଡିକୋ ପ୍ରଦର୍ଶନୀ ପଡ଼ିଆରେ ଏହି ଶପଥ ଗ୍ରହଣ ସମାରୋହ କରାଯାଉଛି। ଏହି ଉତ୍ସବରେ ଦେଶର ବହୁ ନାମୀଦାମୀ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ପାଞ୍ଚ ହଜାର ଲୋକମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଦର୍ଶନୀ ପଡିଆ କୁ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷା କଡାକଡି କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା , ପୋଲିସ କମିଶନର, ଡିସିପି ଏବଂ ଅନ୍ୟ ପୋଲିସ ଅଧିକାରୀ।

ପୋଲିସ କମିଶନର ସତ୍ୟଜିତ ମହାନ୍ତି ଙ୍କୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ଵ ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଯେହେତୁ ପ୍ରଥମ ଥର ପାଇଁ ରାଜଭବନ ବାହାରେ କରାଯାଉଛି ସେଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ପୋଲିସ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରାଯାଇଛି ବୋଲି ଡିଜିପି କହିଛନ୍ତି।  ଅଧିକ ଖରା ହେଉଥିବା ରୁ ପ୍ରଦର୍ଶନୀ ପଡ଼ିଆ ର ଅଧିକାଂଶ ଅଞ୍ଚଳ ଶୀତତାପ ନିୟନ୍ତ୍ରିତ ତେଣ୍ଟ କରା ଯି ବ। ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମ ପାଇଁ ବିଏମାସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ପ୍ରଦର୍ଶନୀ ପଡ଼ିଆରେ ବାତ୍ୟା ରେ ପଡ଼ିଥିବା ସମସ୍ତ ଗଛ ଓ ଡାଳ ଗୁଡିକକୁ ଖାଲି କରାଯାଇଛି। ପ୍ରାୟ 100 ଟି ଟ୍ରକ ମାଧ୍ୟମରେ ସମସ୍ତ ଅଳିଆ ଆବର୍ଜ୍ଜନା କୁ ଡମ୍ପିଁ ୟାର୍ଡ କୁ ବୁହାଜିଅଛ୍ଧି। ଶପଥ ଉତ୍ସବରେ ଯେପରି କୌଣସି ସମସ୍ୟା ନହୁଏ ସେପରି ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି। 

Send dgp byte and visual mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.