ETV Bharat / state

New Governor: ରାଜଭବନରେ ନୂଆ ରାଜ୍ୟପାଳ, ସ୍ବାଗତ କଲେ ନବୀନ, କାଲି ଶପଥ ଗ୍ରହଣ - ରାଜଭବନରେ ରଘୁବର ଦାସ

ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗତକାଲି ସନ୍ଧ୍ୟାରେ ପ୍ରଥମେ ଝାଡଖଣ୍ଡର ଜାମସେଦପୁରରୁ କାର ଯୋଗେ ଟାଟା ନଗର ଆସିଥିଲେ । ସେଠାରୁ ପୁରୁଷୋତ୍ତମ ଏକ୍ସପ୍ରେସ ଜରିଆରେ ଆସି ଆଜି ଭୋରରୁ ପୁରୀରେ ପହଞ୍ଚିଥିଲେ । ପୁରୀ ରାଜଭବନରେ କିଛି ସମୟ ବିତାଇବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ପ୍ରାୟ ଘଣ୍ଟାଏ ପୂଜାର୍ଚ୍ଚନା କରିଛନ୍ତି । ସେଠାରୁ ସିଧାସଳଖ କାର ଯୋଗେ ଭୁବନେଶ୍ବର ରାଜଭବନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

New Governor: ରାଜଭବନରେ ନୂଆ ରାଜ୍ୟପାଳ; ସ୍ବାଗତ କଲେ ନବୀନ, କାଲି ଶପଥ ଗ୍ରହଣ

author img

By ETV Bharat Odisha Team

Published : Oct 30, 2023, 6:20 PM IST

New Governor: ରାଜଭବନରେ ନୂଆ ରାଜ୍ୟପାଳ; ସ୍ବାଗତ କଲେ ନବୀନ, କାଲି ଶପଥ ଗ୍ରହଣ

ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଭୁବନେଶ୍ବର ସ୍ଥିତ ରାଜଭବନରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ । ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି(ମଙ୍ଗଳବାର) ରଘୁବର ମହାଦେବଙ୍କ ଦର୍ଶନ କରିବେ । ଏହାପରେ ବିଧିବଦ୍ଧ ଭାବେ ସେ ଓଡିଶାର ରାଜ୍ୟପାଳ ଭାବେ ଶପଥ ପାଠ କରିବେ ।

ଅଧିକ ପଢନ୍ତୁ- ଶ୍ରୀଜିଉଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗତକାଲି(ରବିବାର) ସନ୍ଧ୍ୟାରେ ପ୍ରଥମେ ଝାଡଖଣ୍ଡର ଜାମସେଦପୁରରୁ କାର ଯୋଗେ ଟାଟା ନଗର ଆସିଥିଲେ । ସେଠାରୁ ପୁରୁଷୋତ୍ତମ ଏକ୍ସପ୍ରେସ ଜରିଆରେ ଆସି ଆଜି ଭୋରରୁ ପୁରୀରେ ପହଞ୍ଚିଥିଲେ । ପୁରୀ ରାଜଭବନରେ କିଛି ସମୟ ବିତାଇବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ପ୍ରାୟ ଘଣ୍ଟାଏ ପୂଜାର୍ଚ୍ଚନା କରିଛନ୍ତି । ସେଠାରୁ ସିଧାସଳଖ କାର ଯୋଗେ ଭୁବନେଶ୍ବର ରାଜଭବନରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୋଲିସ ଡିଜି ସୁନୀଲ କୁମାର ବଂଶଲ, ରାଜ୍ୟପାଳଙ୍କ ସଚିବ ଶାଶ୍ବତ ମିଶ୍ର ନବ ନିଯୁକ୍ତ ରାଜ୍ୟପାଳ ଓ ଓଡିଶାର ପ୍ରଥମ ନାଗରିକ ତଥା ତାଙ୍କ ପତ୍ନୀଙ୍କୁ ସ୍ବାଗତ ସହ ଶୁଭେଚ୍ଛା ଜଣାଇଛନ୍ତି । ରାଜଭବନ ପକ୍ଷରୁ ନବ ନିଯୁକ୍ତ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ- Raghubar Das Visits Puri: ମହାପ୍ରଭୁଙ୍କ ଶରଣରେ ନୂଆ ରାଜ୍ୟପାଳ, ରାଜ୍ୟବାସୀଙ୍କ ଉନ୍ନତି ପାଇଁ କଲେ କାମନା

ଆସନ୍ତାକାଲି (ମଙ୍ଗଳବାର) 11.45 ନୂଆ ରାଜ୍ୟପାଳ ଭାବେ ରଘୁବର ଦାସ ଓଡିଶାର 26 ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ଓଡିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ପୂର୍ବରୁ ସେ ପୂର୍ବାହ୍ନ 8.45ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଯିବେ । ସେଠାରେ ସେ ପ୍ରାୟ ଘଣ୍ଟାଏ କାଳ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେବେ । ଏହା ପରେ ସେ ରାଜଭବନ ଫେରିଆସିବେ । ପୂର୍ବାହ୍ନ 11.45 ରେ ରାଜଭବନର ନୂଆ ଅଭିଷେକ ହଲରେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିରୋଧୀ ଦଳ ନେତା, ବିଭିନ୍ନ ଦଳର ଲୋକ ପ୍ରତିନିଧି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସଚିବ ଗଣ ଉପସ୍ଥିତ ରହିବେ । ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ତାଙ୍କ ସାଙ୍ଗରେ ପ୍ରାୟ 50 ଜଣ ବନ୍ଧୁ ଓ ପରିବାରବର୍ଗ ଆସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.