ETV Bharat / state

ଉଇହୁଙ୍କା ମୂଳରୁ ନବଜାତ ଶିଶୁ ଉଦ୍ଧାର

author img

By

Published : Nov 24, 2021, 10:35 PM IST

ଖୋର୍ଦ୍ଧା ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର । ଏମିତି କିଛି ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ

New born rescued from forest in khordha
Khordha New born rescued; ଜଙ୍ଗଲରୁ ଉଦ୍ଧାର ହେଲେ ନବଜାତ

ଖୋର୍ଦ୍ଧା: ସନ୍ତାନଟିଏ ପାଇଁ କିଏ କେତେ ପୂଜାଲୋଡ଼ା କରୁଥିବାବେଳେ ଆଜି କିନ୍ତୁ ଅଲୋଡ଼ା ହେଲା ନିଷ୍ପାପ ଶିଶୁପୁତ୍ର । ଅବାଞ୍ଚିତ ଗର୍ଭଧାରଣ ପରେ ଆଜି ଅଲୋଡା ହୋଇଯାଇଛି ନିଜ ଗର୍ଭରୁ ଜାତସନ୍ତାନ । ଭାଗ୍ୟ ଭରସାରେ ଛାଡ଼ି ଦେଇଗଲା ଦଶମାସ ଗର୍ଭରେ ରଖି ଜନ୍ମ କରିଥିବା ମା । ହେଲେ ଯାହାକୁ ରଖିବେ ଅନନ୍ତ, କି କରିପାରିବ ବଳବନ୍ତ । ଏମିତି କିଛି ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବରସାହି ଅଞ୍ଚଳରେ ।

ଛେଳି ଚରାଇବାକୁ ଯାଇଥିବା ବେଳେ ଗାଁ ନିକଟ ଜଙ୍ଗଲର ଏକ ଉଇହୁଙ୍କା ମୂଳରେ ସଦ୍ୟ ନବଜାତ ଶିଶୁପୁତ୍ରକୁ କ୍ରନ୍ଦନ କରୁଥିବା ଦେଖି ସ୍ଥାନୀୟ ସରପଞ୍ଚଙ୍କ ଭଉଣୀ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରିଥିଲେ । ପରେ ଶିଶୁ ପୁତ୍ରକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଶିଶୁପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବାବେଳେ ଏହି ଶିଶୁଟି କାହାର , କିଏ କେଉଁ ଅବସ୍ଥାରେ ଜଙ୍ଗଲରେ ଶୁଆଇ ଦେଇ ଚାଲି ଯାଇଥିଲେ । ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣା ସମ୍ପର୍କରେ ଖୋର୍ଦ୍ଧା ଚାଇଲଡ଼ ଲାଇନର ସଦସ୍ୟ ମେଡିକାଲରେ ପହଞ୍ଚି ଶିଶୁକୁ ନିଜ ହେପାଜତକୁ ନେଇ ଚିକିତ୍ସା ନିମନ୍ତେ ଚିକିତ୍ସାଳୟର ଶିଶୁ ବିଭାଗରେ ଭର୍ତ୍ତି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.